Categories: ଫୁରସତ

କାହିଁକି ଚାଇନା ଯୁବତୀଙ୍କୁ ପସନ୍ଦ କରନ୍ତି ଭାରତୀୟ ଯୁବକ

ନୂଆଦିଲ୍ଲୀ,୧୫।୫: ପ୍ରେମ ମାନେନା ବାଧା ବନ୍ଧନ। ତେବେ ଅଧିକାଂଶ ସମୟରେ ଦେଖାଯାଇଥାଏ କେତେଜଣ ଭାରତୀୟ ଯୁବକ ଚାଇନା ଯୁବତୀଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି। ଏହା ପଛରେ କାରଣ ମଧ୍ୟ ରହିଛି। ଭାରତର ଛାତ୍ରୀଛାତ୍ରମାନେ ପଡୋଶୀ ଦେଶ ଚାଇନାକୁ ଉଚ୍ଚଶିକ୍ଷା ପାଇଁ ଯାଇଥାଅନ୍ତି। ବିଶେଷଭାବେ ମେଡିକାଲ ଓ ଇଞ୍ଜିନିୟରିଂ ପଢିବାକୁ ପିଲାମନେ ସେଠାକୁ ଯାଇ ବର୍ଷ ବର୍ଷ ରହି ଯାଇଥାଆନ୍ତି। ଆଉ ଏହି ସମୟରେ କେତେଜଣ ଯୁବକଙ୍କର ସେଠାକାର ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥାଏ। ଯାହା ପରବର୍ତ୍ତି ସମୟରେ ବିବାହର ରୂପ ନେଇଥାଏ। ହେଲେ ଏହି ବିବାହରେ ଚାଇନା ଯୁବତୀମାନେ ଏକ ସର୍ତ୍ତ ରଖିଥାଆନ୍ତି ବୋଲି କୁହାଯାଏ। ଏମାନେ କେବେ ଭାରତ ଆସିବାକୁ ରାଜି ହୋଇ ନ ଥାଆନ୍ତି। ତେଣୁ ଭାରତୀୟ ଯୁବକଙ୍କୁ ବିବାହ ପରେ ଚାଇନାରେ ହିଁ ରହିବାକୁ ପଡିଥାଏ। ହେଲେ ସେଠାରେ ତାଙ୍କୁ ଚାଇନାର ନାଗରିକତା ମିଳି ନ ଥାଏ। କେବଳ ଚାଇନାରେ ରହିବାର ଅନୁମତି ମିଳିଥାଏ ବୋଲି କୁହାଯାଏ। ଏପରିସ୍ଥଳେ ଉଭୟେ ଚାଇନା ଓ ଭାରତୀୟ ପରମ୍ପରା ଅନୁଯାୟୀ ବିବାହ କରୁଥିବା ବେଳେ ଅନେକ ସ୍ଥଳେ ଖୁବ୍‌ଶୀଘ୍ର ଏମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥାଏ ବୋଲି ଅନେକେ ମତ ଦିଅନ୍ତି। କିନ୍ତୁ ଯେଉଁମାନେ ଚାଇନା ବାହାରେ ତଥା ଭାରତ ବାହାରକୁ ଚାଲିଯାଆନ୍ତି ସେମାନଙ୍କ ବୈବାହିକ ଜୀବନ ଅନେକାଂଶରେ ସୁଖମୟ ହୋଇଥାଏ ବୋଲି କୁହାଯାଏ।

Share