Categories: ଫୁରସତ

କାହିଁକି ଘୋଡ଼ା ଚଢି ବିବାହ ମଣ୍ଡପକୁ ଯାଏ ବର

ଆଧୁନିକ ଯୁଗରେ ବିବାହ କରିବାକୁ ବରମାନେ ଏବେ ଦାମୀ ଗାଡ଼ିରେ ଯାଉଥିବା ଦେଖାଯାଏ। ହେଲେ ଏବେବି ଅନେକ ସ୍ଥାନରେ ବର ଘୋଡ଼ା ଚଢି ବିବାହ ମଣ୍ଡପରେ ପହଞ୍ଚିବା ଦେଖାଯାଏ। କିନ୍ତୁ ବର କାହିଁକି ଘୋଡ଼ା ଚଢି ବିବାହ ମଣ୍ଡପ ଯାଏ ତାକୁ ନେଇ ରହିଛି କିଛି ଐତିହାସିକ କାହାଣୀ ଯାହା ଅନେକଙ୍କୁ ଜଣା ନ ଥିବ। ଇତିହାସ କଥାବସ୍ତୁ ଅନୁଯାୟୀ ରାଜା ମହାରାଜାଙ୍କ ସମୟରେ ବିବାହ କରିବାକୁ ହେଲେ ଯୁଦ୍ଧରେ ବିଜୟୀ ହେବାକୁ ପଡୁଥିଲା। ଅର୍ଥାତ୍‌ କନ୍ୟାପାଇଁ ଲାଗୁଥିଲା ଯୁଦ୍ଧ। ଆଉ ଏହି ଯୁଦ୍ଧ ସମୟରେ ଯୋଦ୍ଧାମାନେ ଘୋଡ଼ାର ବ୍ୟବହାର କରୁଥିଲେ। ଏମିତିକି ଶ୍ରୀକୃଷ୍ଣ ରୁକ୍ମଣୀଙ୍କ ବିବାହ ସମୟରେ ମଧ୍ୟ ଯୁଦ୍ଧ ହୋଇଥିଲା ବୋଲି ଇତିହାସରେ ବର୍ଣ୍ଣନା କରାଯାଇଛି। ସେବେଠାରୁ ବର ଘୋଡା ଉପରେ ବସିବାର ପରମ୍ପରା ରହିଆସିଛି। ଆଜି ଯଦିଓ ଯୁଦ୍ଧର ପରମ୍ପରା ନାହିଁ କିନ୍ତୁ ଅନେକ ସ୍ଥାନରେ ବର ଘୋଡ଼ା ଚଢି ବିବାହ ମଣ୍ଡପକୁ ଯାଉଥିବା ଦେଖାଯାଏ। ଅନ୍ୟପଟେ ଘୋଡ଼ାକୁ ଶକ୍ତି ଓ ବୀରତ୍ୱର ପ୍ରତୀକ ବୋଲି ମଧ୍ୟ କୁହାଯାଉଥିବାରୁ ବିବାହ ସମୟରେ ବର ଘୋଡ଼ାରେ ବସି ଯିବାର ପରମ୍ପରା ରହି ଆସିଛି।

Share