Posted inଖେଳ

କାହିଁକି ଏକାସଙ୍ଗେ ବ୍ୟାଟିଂ ପାଇଁ ଆସିଥିଲେ ପନ୍ତ, ଆୟାର

ବେଙ୍ଗାଲୁରୁ,୨୩।୯: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ବିପକ୍ଷରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌କୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୯ଉଇକେଟରେ ଜିତି ନେଇଛି। ଏହି ମ୍ୟାଚ୍‌ର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତ ଇନିଂସର ୮ମ ଓଭରରେ ଶିଖର ଧାଓ୍ବନ ଆଉଟ୍‌ ହେବା ପରେ ୪ର୍ଥ କ୍ରମରେ ଦୁଇ ବ୍ୟାଟ୍ସମ୍ୟାନ ଡଗ୍‌ଆଉଟରୁ ଗ୍ରାଉଣ୍ଡ ଅଭିମୁଖେ ବାହାରିଥିଲେ। ସେମାନେ ହେଲେ ରିଷଭ ପନ୍ତ ଓ ଶ୍ରେୟାସ ଆୟାର। ଉଭୟେ ଏକା ସମୟରେ ଡଗ୍‌ ଆଉଟରୁ ପଡ଼ିଆକୁ ଆସୁଥିବା ଦେଖିବାକୁ ମିଳିଥିଲା। ଦୁଇ ଖେଳାଳି ସାମ୍ନାସାମ୍ନି ହେବା ପରେ କ’ଣ ଘଟୁଛି, ତାହା ଜାଣିବାକୁ ପାଇଥିଲେ। ଏହି ସମୟରେ କ୍ରିଜ୍‌ରେ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ଘଟଣାକୁ ମ୍ୟାଚ୍‌ ପରେ ସ୍ବୀକାର କରିଛନ୍ତି। ଦଳୀୟ ମ୍ୟାନେଜମେଣ୍ଟ ଓ ଦୁଇ ଖେଳାଳିଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ଯୋଗୁ ଏଭଳି ଘଟିଥିଲା ବୋଲି କୋହଲି କହିଛନ୍ତି। ଉଭୟ ବ୍ୟାଟ୍ସମ୍ୟାନ ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ମନ ବଳାଇଥିଲେ। ଯଦି ଦୁହେଁ ଏକାସଙ୍ଗେ କ୍ରିଜ୍‌ରେ ପହଞ୍ଚତ୍ ଥାନ୍ତେ, ଏହା କୌତୂହଳପୂର୍ଣ୍ଣ ବିଷୟ ହୋଇଥାନ୍ତ। ମ୍ୟାଚ୍‌ର ସ୍ଥିତି ଅନୁଯାୟୀ ଦଳର ୪ର୍ଥ ସ୍ଥାନର ବ୍ୟାଟ୍ସମ୍ୟାନ ନିର୍ଣ୍ଣୟ କରାଯାଏ। ଯଦି ୧୦ ଓଭର ପରେ ଦ୍ୱିତୀୟ ଉଇକେଟ ପଡ଼ିଥାନ୍ତା, ତେବେ ପନ୍ତ ବ୍ୟାଟିଂ କରିଥାନ୍ତେ। ନ ହେଲେ ଆୟାର ବ୍ୟାଟିଂ କରିବାର ଥିଲା। କିନ୍ତୁ ଏକାସଙ୍ଗେ ଡଗ୍‌ ଆଉଟ୍‌ରୁ ବାହାରିବାରୁ ଦୁହେଁ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ ବୋଲି ଅଧିନାୟକ କୋହଲି କହିଛନ୍ତି। ଆୟାରଙ୍କ ସ୍ଥାନରେ ପନ୍ତ ବ୍ୟାଟିଂ କରିବାକୁ ଆସି ୨୧ ବଲରେ ୧୯ ରନ୍‌ କରିଥିବାବେଳେ ଆୟାର ୫ ରନ୍‌ କରି ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri