Posted inଜାତୀୟ

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ କୃଷ୍ଣଙ୍କ ଜମିରେ ଗୋ’ହତ୍ୟା ପାଇଁ ଅନୁମତି ଦେବାକୁ ଚାହୁଁଛନ୍ତି। କାଶୀ ଏବଂ ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯାଉଛୁ।

ଫିରୋଜାବାଦ ଲୋକ ସଭା ଆସନ ପାଇ ଭାଜପା ପ୍ରାର୍ଥୀ ଠାକୁର ବିଶ୍ୱଦୀପ ସିଂଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଏଠାରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, କାଶୀ ଏବଂ ଅଯୋଧ୍ୟା ପରେ ସେ ବର୍ତ୍ତମାନ ମଥୁରା ଆଡ଼କୁ ଯିବେ। କଂଗ୍ରେସକୁ ଲକ୍ଷ୍ୟ କରି ଯୋଗୀ କହିଛନ୍ତି ଯେ ‘ଡିସ୍‌କଭରି ଅଫ୍‌ ଇଣ୍ଡିଆ’ର ଲୋକମାନେ ଭାବନ୍ତି ଯେ, ରାମ ଏବଂ କୃଷ୍ଣ କେବେ ବି ନାହାନ୍ତି। ସେ କହିଛନ୍ତି, ଗୋଟିଏ ପଟେ ମୋଦି ସରକାର ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାଶନ ଦେଉଛନ୍ତି, ଅନ୍ୟପଟେ କଂଗ୍ରେସ ଶାସନ କାଳରେ ଗରିବ ଲୋକଙ୍କର ମଧ୍ୟ ମୂଲ୍ୟ ନଷ୍ଟ ହୋଇଛି।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, କାଶୀ ଏବଂ ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯାଉଛୁ। ଏସ୍‌ପିଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ସେମାନେ କେବେ ବ୍ରଜ କ୍ଷେତ୍ରର ବିକାଶ ପାଇଁ କିଛି କରିଛନ୍ତି କି? ଯାଦବଙ୍କ ମଧ୍ୟରେ ସେ କେବଳ ତାଙ୍କ ପରିବାର ସଦସ୍ୟଙ୍କୁ ଉପକୃତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ: ଆକାଶରୁ ଫୁଲବର୍ଷା

ନୂଆଦିଲ୍ଲୀ,୧୦।୫: କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରି ଧାମର କବାଟ ଖୋଲିବା ସହିତ ଚାରଧାମ ଯାତ୍ରା ଆରମ୍ଭ ହେବ। ଆଜି ରୀତିନୀତି ଅନୁଯାୟୀ, ଭକ୍ତମାନଙ୍କ ପାଇଁ ସକାଳ...

ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ…

ତେହେରାନ: ଅନେକ ସମୟରେ ବର୍ଷା ହେଉଥିବାବେଳେ ଆକାଶରୁ କୁଆପଥର ଖସିଥାଏ। ଏହାକୁ କୁଆପଥର ବର୍ଷା କୁହାଯାଏ। ତେବେ ସେହିପରି ଭାବେ ଆକାଶରୁ ଅଚାନକ ମାଛ ବର୍ଷା...

ଟ୍ରକ୍‌ରୁ ପୁଳାପୁଳା ଟଙ୍କା ଜବତ

ହାଇଦ୍ରାବାଦ, ୧୦।୫: ଆନ୍ଧ୍ରପ୍ରଦେଶର ଏନ୍‌ଟିଆର ଜିଲାର ଏକ ଚେକ୍‌ପୋଷ୍ଟରେ ଗୁରୁବାର ଗୋଟିଏ ଟ୍ରକରୁ ନଗଦ ୮ କୋଟି ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ପୋଲିସ...

ଭାରତୀୟ ନିର୍ବାଚନରେ ଆମେରିକାର ହସ୍ତକ୍ଷେପ ଉଦ୍ୟମ

ନୂଆଦିଲ୍ଲୀ,୧୦ା୫:ଭାରତରେ ସାଧାରଣ ନିର୍ବାଚନ ଚାଲିଥିବାବେଳେ ଆମେରିକା ଏଥିରେ ହସ୍ତକ୍ଷେପ କରି ରାଜନୈତିକ ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ କରୁଛି ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ...

ମୋଦିଙ୍କ ବିରୋଧରେ ଅପମାନଜନକ ଶବ୍ଦ କହିଥିବା ମାଲଦ୍ୱୀପ ମନ୍ତ୍ରୀ କହିଲେ, ଏମିତି ଦ୍ୱିତିୟ ଥର ହେବ ନାହିଁ

ନୂଆଦିଲ୍ଲୀ,୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମାଲଦ୍ୱୀପ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ଉପରେ ବୈଦେଶିକ ମନ୍ତ୍ରୀ ମୁସା ଜମିର କହିଛନ୍ତି ଯେ ମହମ୍ମଦ ମୁଇଜୁ ସରକାର...

ଏଥର ବାପା ନୁହେଁ, ଝିଅଙ୍କର ହେଉଛି ଅଧିକ ଚର୍ଚ୍ଚା, ଅଖିଳେଶଙ୍କ ପାଇଁ ଭୋଟ ମାଗୁଛନ୍ତି ଝିଅ ଅଦିତି

ଲକ୍ଷ୍ନୌ,୯।୫: ଲୋକ ସଭା ନିର୍ବାଚନ ୨୦୨୪ ର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ସରିଛି। ଉତ୍ତରପ୍ରଦେଶର ସମସ୍ତ ୮୦ ଟି...

କହ୍ନେୟା କୁମାରଙ୍କ ପାଖରେ ନା ଅଛି ଘର ନା କାର, ଗତ ବର୍ଷର ଆୟ ୧୮ ହଜାର ଟଙ୍କା

ନୂଆଦିଲ୍ଲୀ,୯।୫: ବର୍ତ୍ତମାନ ଦେଶରେ ନିର୍ବାଚନ ପର୍ବ ଚାଲିଛି। ଲୋକ ସଭାର ତିନୋଟି ପର୍ଯ୍ୟାୟ ପାଇଁ ମତଦାନ କରାଯାଇଛି। ଅବଶିଷ୍ଟ ପର୍ଯ୍ୟାୟ ପାଇଁ ମତଦାନ ମେ ୧୩...

ହରିୟାଣାରେ ରାଜନୈତିକ ସଙ୍କଟ: ଖଟ୍ଟାରଙ୍କୁ ଭେଟିଲେ ୪ ଜେଜେପି ବିଧାୟକ

ଚଣ୍ଡିଗଡ଼,୯ା୫ ହରିୟାଣାର ସରକାରରୁ ୩ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେବା ପରେ ରାଜ୍ୟରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଭାଜପା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri