କାଳବୈଶାଖୀ :୨ ପଞ୍ଚାୟତରେ ଶତାଧିକ ଘର କ୍ଷତିଗ୍ରସ୍ତ

ବୈପାରୀଗୁଡା,୪ା୬(ଡି.ଏନ୍‌.ଏ)-କୋରାପୁଟ ଜିଲା ବୈପାରୀଗୁଡା ବ୍ଲକରେ ବୁଧବାର  କାଳବୈଶାଖୀ ଶତାଧିକ ଲୋକଙ୍କୁ କ୍ଷତିଗ୍ରସ୍ତ କରିଛି। ବ୍ଲକ ଅନ୍ତର୍ଗତ ମାଠପଡା ଓ ବାଲିଗାଁ ପଞ୍ଚାୟତରେ କାଳବୈଶାଖୀ ଯୋଗୁ ଶତାଧିକ ଲୋକଙ୍କ ଘର ଭାଙ୍ଗଥିବା ବେଳେ ଅନେକ ସ୍ଥାନରେ ଗଛଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। କ୍ଷତିଗ୍ରସ୍ତ ଗ୍ରାମଗୁଡିକ ହେଲା ମାଠପଡା ପଞ୍ଚାୟତର ଡାଳଭଟ୍ଟା, ଶିରାଗୁଡା, କଡକିଗୁଡା, ବଣଆଗୁଡା ଏବଂ ବାଲିଗଁା ପଞ୍ଚାୟତର କେ. ହଣ୍ଡାଯୋଡି ଏବଂ ଫୁଲଗୁଡା ଗ୍ରାମ। ବହୁ ଲୋକ ବେଘର ହୋଇ ରାତି ସାରା ଖୋଲା ଆକାଶ ତଳେ ରହିଥିବା ଦେଖିବାକୁ ମିଳିଛି। ଡାଳଭଟ୍ଟା ଗ୍ରାମର ଭଗ ଖିଲ ୨ ମାସ ତଳେ ଫାଇନାନ୍ସରେ କିଣିଥିବା ଅଟୋ ଏକ ଗଛ ପଡିଯିବାରୁ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଖବରପାଇ ତହସିଲଦାର ବିଭିନ୍ନ ଗ୍ରାମରେ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି।