Categories: ବୌଦ୍ଧ

କାଳବୈଶାଖୀର ତାଣ୍ଡବ: ଘର ଭାଙ୍ଗିଲା, ଧାନ, ପନିପରିବା ଫସଲ ନଷ୍ଟ

ତଳଗାଁ,୨୮ା୪(ଡି.ଏନ୍‌.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତରେ କାଳ ବୈଶାଖୀ ଯୋଗୁ ବହୁ ଘର ଛପର ଉଡିଯାଇଛି ା ଏଥିସହିତ ବ୍ୟାପକ ଫସଲ ସବୁ ନଷ୍ଟ ହୋଇଛି ା ା ଡାକପଦର ଗ୍ରାମର ସାଧୁଚରଣ ବେହେରାଙ୍କ ଆଜବେଷ୍ଟସ ଛାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ବୁଧିଆ ବେହେରା, ଗିରିଶ ବେହେରା, ମାନସ ବେହେରା, ସୁରମଣି ବେହେରା, ଅର୍ଜୁନ ହଂସ, ବିଜୟ ବେହେରା , ଚନ୍ଦ୍ରଶେଖର ବେହେରା, ଶୃକ୍ରୁ ବେହେରା, ପ୍ରଫୁଲ ବେହେରାଙ୍କ ଘର ଛପର ଉଠିଯାଇଛି ା ଗଣ୍ଡାପାଜୁ ଗ୍ରାମରେ ମଧ୍ୟ କାଳ ବୈଶାଖୀ ତାର ତାଣ୍ଡବ ରଚିଥିଲା ା ସେହି ଗ୍ରାମର ସୁଭଦ୍ରା କହଁର, ପତିତପାବନ କହଁର, ପ୍ରଶାନ୍ତ ବାଘ, ପ୍ରତାପ ବାଘ, ଅୟଳି ବଗର୍ତ୍ତୀ, ବୁଧିଆ ବଗର୍ତ୍ତୀ, ଅଭିମନ୍ୟୁ ବେହେରା, ନୟନ ବିନ୍ଦାଣୀ, ପୁରନ୍ଦର ବିନ୍ଦାଣୀଙ୍କ ଚାଳ ଉଡିଯିବା ସହ ଘରର ମାଟି କାନ୍ଥ ଭାଙ୍ଗି ଯାଇଛି ା ପନିପରିବା ଚାଷ ନଷ୍ଟ ହେବା ସହ ବଡବଡ଼ ଗଛ ଭାଙ୍ଗି ପଡିଛି ା ହରଭଙ୍ଗା ତହସିଲଦାର ସଂପୃକ୍ତ ଅଞ୍ଚଳର ଆରଆଇଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ା