କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦ ବ୍ୟାଚ୍‌ ଆଇପିଏସ୍‌ ମିତ୍ରଭାନୁ ମହାପାତ୍ର ଗତ ବିଜେଡି ସରକାର ସମୟରେ ସବୁଠାରୁ କ୍ଷମତାଶାଳୀ ଅଫିସର ଥିଲେ। ଓଡ଼ିଶାରେ ସରକାର ବଦଳିବାର କିଛି ମାସ ଭିତରେ ଏମାନେ ସବୁ ରାଜ୍ୟ ଛାଡ଼ି କେନ୍ଦ୍ରୀୟ ଡେପୁଟେଶନରେ ଚାଲିଯାଇଛନ୍ତି। ସମସ୍ତ ୪ଜଣ ଯାକ ଅଫିସର ବର୍ତ୍ତମାନ ପାରାମିଲିଟାରି ଫୋର୍ସରେ ଅଛନ୍ତି। ପାରାମିଲିଟାରିରେ ଦାୟିତ୍ୱ ପାଉଥିବା ଆଇପିଏସ୍‌ମାନେ ମୁଖ୍ୟତଃ ସେମାନଙ୍କୁ ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ରଖାଯାଉ ବୋଲି ଚାହାନ୍ତି। ମାତ୍ର ଝାଡ଼ଖଣ୍ଡର ହଜାରିବାଗ୍‌ସ୍ଥିତ ମେରୁଠାରେ ଥିବା ବିଏସ୍‌ଏଫ୍‌ର ଟ୍ରେନିଂ ସେଣ୍ଟର ଆଣ୍ଡ ସ୍କୁଲରେ ଯଦି ଆଇଜି ଭାବେ ଫିଲ୍ଡ ଦାୟିତ୍ୱ ମିଳିଯାଏ, ତେବେ ସେଥିରେ ଆଇପିଏସ୍‌ ଅଫିସରମାନଙ୍କ ଖୁସି ଉଡ଼ିଯାଏ। କାରଣ ପାରାମିଲିଟାରିରେ ଫିଲ୍ଡରେ କିଛି ଦାୟିତ୍ୱ ରହେନାହିଁ। ଖାଲିରେ କେବଳ ଗୋଟିଏ ଅଫିସ୍‌ ଭିତରେ ବସିବାକୁ ପଡ଼େ। ଦିନକୁ ଅତ୍ୟଧିକ ହେଲେ ୨ରୁ ୩ ଘଣ୍ଟା କିଛି ଯଦି କାମ ରହେ, ନ ହେଲେ ଉପାନ୍ତ ଅଞ୍ଚଳରେ ଖାଲିରେ ବସିବାକୁ ପଡ଼େ। କୁଟ୍ଟେ ବର୍ତ୍ତମାନ ହଜାରିବାଗ୍‌ର ସେହି ଦାୟିତ୍ୱରେ ଅଛନ୍ତି। ସେହିପରି ରବିକାନ୍ତ ବର୍ତ୍ତମାନ ବିଏସ୍‌ଏଫ୍‌ ଆଇଜି ଭାବେ ମଣିପୁରରେ ଅଛନ୍ତି। ସେ ମଧ୍ୟ ଫିଲ୍ଡରେ ଅଛନ୍ତି। ସେହିପରି ମିତ୍ରଭାନୁ ମହାପାତ୍ର ପଶ୍ଚିମବଙ୍ଗର ମାଲଦାଠାରେ ବିଏସ୍‌ଏଫ୍‌ ଡିଆଇଜି ଭାବେ ଫିଲ୍ଡରେ ଅଛନ୍ତି। ଆଇପିଏସ୍‌ ଅଫିସର ଆଶିଷ ସିଂ ଓଡ଼ିଶାରୁ ଡେପୁଟେଶନରେ ଯିବା ପରେ ଆସାମର ଗୁଆହାଟୀରେ ଆଇଟିବିପି(ଇଣ୍ଡୋ-ଟିବେଟାନ ବର୍ଡର ପୋଲିସ) ଆଇଜି ଭାବେ ନିଯୁକ୍ତ ହୋଇଥିଲେ। ସେଠାରେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ଆଶିଷ ସିଂଙ୍କୁ ଫିଲ୍ଡରେ ଡ୍ୟୁଟି କରିବାକୁ ପଡ଼ିଥିଲା। ମାତ୍ର ଗତ ୩ ମାସ ତଳେ ସେ ଆଇଟିବିପିର ନୂଆଦିଲ୍ଲୀ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି।

ସୂଚନାଯୋଗ୍ୟ, ବିଶେଷ ଭାବେ କୁଟ୍ଟେ ଏବଂ ଆଶିଷ ସିଂ ଗତ ସରକାରରେ ବହୁ କ୍ଷମତାଶାଳୀ ଥିଲେ। ଏକଥା ସରକାରୀସ୍ତରଠାରୁ ଆରମ୍ଭକରି ସବୁ ଦଳର ରାଜନେତାମାନଙ୍କୁ ଜଣାଥିଲା। ଏପରିକି ସେତେବେଳେ ରାଜ୍ୟ ସରକାରଙ୍କ ସବୁକିଛି ବଡ଼ ନିଷ୍ପତ୍ତି ଏହି ଅଫିସରମାନଙ୍କ ଜରିଆରେ ଏକ ପ୍ରକାର ନିଆଯାଉଥିଲେ। ମିତ୍ରଭାନୁ ମହାପାତ୍ର ଏବଂ ରବିକାନ୍ତ ମଧ୍ୟ ଶାସକ ଦଳ ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ ଆସିଥିଲା। ଏହାପରେ ସେମାନେ ଡେପୁଟେଶନ ପାଇଁ ଆବେଦନ କରିଥିଲେ। କେନ୍ଦ୍ର ମଧ୍ୟ ସଙ୍ଗେ ସଙ୍ଗେ ଅନୁମୋଦନ ଦେଇଥିଲା। ଭାଜପା ଶାସନକୁ ଆସିଲେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଯାହା କହୁଥିଲା ସେଗୁଡା କେବଳ ପାଣିର ଗାର ହୋଇ ରହିଗଲା। ମାତ୍ର ଏହି ଆଇପିଏସ୍‌ ଅଫିସରମାନେ କାଲି ପର୍ଯ୍ୟନ୍ତ ଯେମିତି ଶକ୍ତିଶାଳୀ ଥିଲେ ଏବେ ବିନା କାମରେ ଦିନ କାଟୁଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri