୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର ସଂଶୋଧିତ ସୁବିଧା ପର୍ଯ୍ୟନ୍ତ; ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସମୟସୀମା ଏହି ଜୁଲାଇ ମାସ ସହିତ ଜଡ଼ିତ ଅଛି। ଏହି ସମସ୍ତ ବଡ଼ ଆର୍ଥିକ ପରିବର୍ତ୍ତନ ଚାକିରିଆ, କରଦାତା, କ୍ରେଡିଟ୍ କାର୍ଡ ଗ୍ରାହକଙ୍କ ସମେତ ସାଧାରଣ ପରିବାରଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବାକୁ ଯାଉଛି।

ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା କିଛି ପ୍ରମୁଖ ଆର୍ଥିକ ପରିବର୍ତ୍ତନଗୁଡ଼ିକ ବିଷୟରେ ତଳେ ବିସ୍ତୃତ ଭାବେ ଦିଆଗଲା:

୧. ଆଇଟିଆର୍ (ITR) ଦାଖଲ ସମୟସୀମା

ଆସେସମେଣ୍ଟ ବର୍ଷ (AY) ୨୦୨୬-୨୭ ପାଇଁ ITR-1 ଏବଂ ITR-2 ଦାଖଲ କରୁଥିବା କରଦାତାଙ୍କ ନିମନ୍ତେ ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୬। ଏହି ସମୟସୀମା ସେହି ସାଧାରଣ ଚାକିରିଆ ଏବଂ ଏଚ୍‌ୟୁଏଫ୍ (HUF) ମାନଙ୍କ ପାଇଁ ଲାଗୁ ହେବ, ଯାହାଙ୍କ ଆକାଉଣ୍ଟର ଅଡିଟ୍ ଆବଶ୍ୟକ ହୁଏନାହିଁ। ୩୧ ଜୁଲାଇ ସୁଦ୍ଧା ଆଇଟିଆର୍ ଦାଖଲ ନ କଲେ ଲେଟ୍-ଫାଇଲିଂ ଫି’ (ଜରିମାନା), ବାକି ଟ୍ୟାକ୍ସ ଉପରେ ଅତିରିକ୍ତ ସୁଧ ଏବଂ ଆଗାମୀ ବର୍ଷଗୁଡ଼ିକୁ କ୍ଷତି (Losses) ସ୍ଥାନାନ୍ତର କରିବାରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ। ଅନ୍ୟପଟେ, ଯେଉଁ ଅଣ-ଅଡିଟ୍ ବ୍ୟବସାୟୀ ଏବଂ ପ୍ରଫେସନାଲମାନେ ITR-3 କିମ୍ବା ITR-4 ଦାଖଲ କରନ୍ତି କିମ୍ବା ଯାହାଙ୍କ ଆକାଉଣ୍ଟ ଟ୍ୟାକ୍ସ ଅଡିଟ୍ ଅଧୀନରେ ଆସେ, ସେମାନଙ୍କ ପାଇଁ ଶେଷ ତାରିଖ ୩୧ ଅଗଷ୍ଟ ୨୦୨୬ ରହିଛି।

୨. UPI ମାଧ୍ୟମରେ ପିଏଫ୍ (PF) ଟଙ୍କା ଉଠାଣ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଏକ ନୂଆ ସୁବିଧା ଆରମ୍ଭ କରିବାକୁ ଯାଉଛି, ଯେଉଁଠାରେ ଗ୍ରାହକମାନେ ସିଧାସଳଖ ୟୁପିଆଇ (UPI) ମାଧ୍ୟମରେ ନିଜ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ଏବଂ ଏହି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହେବ। ‘EPFO 3.0’ ର ଏକ ଅଂଶ ଭାବେ ଏହି ତତ୍କାଳ ଉଠାଣ ସୁବିଧା ପ୍ରକ୍ରିୟାକୁ ଅତି ସହଜ ଓ ଶୀଘ୍ର କରିଦେବ। ଜୁଲାଇ ମାସରୁ ଏହି UPI ଭିତ୍ତିକ ପିଏଫ୍ ଉଠାଣ ଆରମ୍ଭ ହେବାର ସମ୍ଭାବନା ରହିଛି।

୩. ମହଙ୍ଗା ଭତ୍ତା (DA) ସଂଶୋଧନ

ଜୁଲାଇ ମାସରେ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି ନେଇ ଏକ ବଡ଼ ଘୋଷଣା ଆଶା କରାଯାଉଛି। ସରକାର ବର୍ଷକୁ ଦୁଇଥର ଡିଏ ସଂଶୋଧନ କରନ୍ତି – ପ୍ରଥମେ ମାର୍ଚ୍ଚ ମାସରେ (ଜାନୁଆରୀ-ଜୁନ୍ ଅବଧି ପାଇଁ) ଏବଂ ଦ୍ୱିତୀୟ ସେପ୍ଟେମ୍ବର/ଅକ୍ଟୋବର ମାସରେ (ଜୁଲାଇ-ଡିସେମ୍ବର ଅବଧି ପାଇଁ)। କୋଟି କୋଟି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଏହି ଆଗାମୀ ସଂଶୋଧନକୁ ଚାହିଁ ରହିଛନ୍ତି, ଯାହା ମହଙ୍ଗା ସମୟରେ ସେମାନଙ୍କର କ୍ରୟ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିବ।

୪. HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ ନିୟମ

୧ ଜୁଲାଇରୁ HDFC ବ୍ୟାଙ୍କ ‘Regalia Gold’ କ୍ରେଡିଟ୍ କାର୍ଡ ଗ୍ରାହକଙ୍କ ପାଇଁ ଏୟାରପୋର୍ଟ ଲାଉଞ୍ଜ୍ (Lounge) ଆକ୍ସେସ୍ ନିୟମ ବଦଳିଛି। ପୂର୍ବରୁ ବିନା କୌଣସି ଖର୍ଚ୍ଚ ସୀମାରେ ମିଳୁଥିବା ଏହି ସୁବିଧା ଏବେ ସ୍ପେଣ୍ଡିଂ ଥ୍ରେସହୋଲ୍ଡ (Spending Threshold) ବା ଖର୍ଚ୍ଚ ସୀମା ଅଧୀନରେ ଆସିବ। ନୂଆ ନିୟମ ଅନୁଯାୟୀ, ଗ୍ରାହକମାନେ ଗୋଟିଏ ତ୍ରୈମାସିକରେ (Quarter) ୩ଟି ମାଗଣା ଡୋମେଷ୍ଟିକ୍ ଲାଉଞ୍ଜ୍ ଭିଜିଟ୍ ସୁବିଧା ପାଇବେ, କିନ୍ତୁ ଏଥିପାଇଁ ସେମାନଙ୍କୁ ପୂର୍ବ ତ୍ରୈମାସିକରେ ଅତିକମରେ ୬୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

୫. SBI କାର୍ଡ ରିୱାର୍ଡ ପଏଣ୍ଟ କ୍ୟାପିଂ

SBI କାର୍ଡ ପକ୍ଷରୁ ‘PhonePe SBI Card Purple’ ଏବଂ ‘PhonePe SBI Card Select Black’ ଭାରିଆଣ୍ଟଗୁଡ଼ିକ ପାଇଁ ରିୱାର୍ଡ ପଏଣ୍ଟ ପ୍ରୋଗ୍ରାମରେ ପରିବର୍ତ୍ତନ କରାଯାଇଛି, ଯାହା ଜୁଲାଇ ୨୦୨୬ରୁ କାର୍ଯ୍ୟକାରୀ ହେବ। ୧ ଜୁଲାଇରୁ ବିଭିନ୍ନ ବ୍ୟୟ ଶ୍ରେଣୀରେ (Spending Categories) ମିଳୁଥିବା ମାସିକ ରିୱାର୍ଡ ପଏଣ୍ଟ ଉପରେ ଏକ ସର୍ବୋଚ୍ଚ ସୀମା (Cap) ଲାଗୁ କରାଯିବ। ଇନସ୍ୟୁରାନ୍ସ ଏବଂ ଅନ୍ୟାନ୍ୟ ଅନଲାଇନ୍ କାରବାର ଉପରେ ମିଳୁଥିବା ସର୍ବାଧିକ ରିୱାର୍ଡ ପଏଣ୍ଟକୁ ମଧ୍ୟ ହ୍ରାସ କରାଯିବ।

୬. ବ୍ୟାବସାୟିକ ଏଲପିଜି (LPG) ସିଲିଣ୍ଡର ଦର ହ୍ରାସ

ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ (OMCs) ୧ ଜୁଲାଇରୁ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ଘୋଷଣା କରିଛନ୍ତି। ଦିଲ୍ଲୀରେ ଏହି ୧୯ କିଲୋ ସିଲିଣ୍ଡରର ଦାମ୍ ପୂର୍ବର ୩,୧୧୩.୫୦ ଟଙ୍କାରୁ ହ୍ରାସ ପାଇ ଏବେ ୨,୯୩୦ ଟଙ୍କା ହୋଇଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି।

୭. ମାଗଣାରେ କରନ୍ତୁ ଆଧାର ଆପ୍ ମାଧ୍ୟମରେ ଇମେଲ୍ ଅପଡେଟ୍

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଇମେଲ୍ ଆଡ୍ରେସ୍ ଅପଡେଟ୍ କରିବା ପାଇଁ ଲାଗୁଥିବା ଶୁଳ୍କକୁ ଛାଡ଼ କରିଛି। ଏକ ନୂତନ ବିଜ୍ଞପ୍ତିରେ UIDAI କହିଛି ଯେ, ଗ୍ରାହକମାନେ ୧ ଜୁଲାଇରୁ ଆଧାର ମୋବାଇଲ୍ ଆପ୍ ମାଧ୍ୟମରେ ସେମାନଙ୍କର ଇମେଲ୍ ଆଡ୍ରେସ୍ ମାଗଣାରେ ଅପଡେଟ୍ କରିପାରିବେ। ବର୍ତ୍ତମାନ ଏଥିପାଇଁ ୭୫ ଟଙ୍କା ଦେବାକୁ ପଡ଼ୁଥିଲା। ଅଧିକରୁ ଅଧିକ ଆଧାର ଧାରୀଙ୍କୁ ସେମାନଙ୍କର ବିବରଣୀ ଅପଡେଟ୍ କରିବାକୁ ଉତ୍ସାହିତ କରିବା ପାଇଁ ଏହି ଶୁଳ୍କକୁ ୧ ଜୁଲାଇ ୨୦୨୬ ରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ୬ ମାସ ପାଇଁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି।

୮. ଆର୍ଥିକ ଉତ୍ପାଦ ଉପରେ ଆରବିଆଇ (RBI) ର ଚିଠା ନିର୍ଦ୍ଦେଶାବଳୀ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏକ ନୂତନ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିଛି, ଯାହା ବ୍ୟାଙ୍କଗୁଡ଼ିକ ଦ୍ୱାରା ବିକ୍ରି ହେଉଥିବା ବୀମା (Insurance) ଏବଂ ନିବେଶ ଯୋଜନା (Investment schemes) ଶୈଳୀକୁ ବଦଳାଇଦେବ। ୧ ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ଏହି ନିୟମ ଗ୍ରାହକଙ୍କ ଆକାଉଣ୍ଟରେ ଅଧିକ ସ୍ୱଚ୍ଛତା ଆଣିବ ଏବଂ ଅଜଣା ଚାର୍ଜେସ୍ କମାଇବ। ଯଦି କୌଣସି ବ୍ୟାଙ୍କ ଆପଣଙ୍କୁ ଭୁଲ୍ ତଥ୍ୟ ଦେଇ ବା ବାଧ୍ୟ କରି କୌଣସି ପ୍ରଡକ୍ଟ ବିକ୍ରି କରେ, ତେବେ କେବଳ ଫର୍ମରେ ଆପଣଙ୍କ ଦସ୍ତଖତ ଥିବା କାରଣରୁ ବ୍ୟାଙ୍କ ଖସିପାରିବ ନାହିଁ ଏବଂ ଏହାକୁ ‘ମିସ୍-ସେଲିଂ’ (Mis-selling) ଭାବେ ଗ୍ରହଣ କରାଯିବ।

୯. ପାସପୋର୍ଟ ଫି’ (Passport Fees) ରେ ବୃଦ୍ଧି

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଭାରତୀୟ ପାସପୋର୍ଟ ଫି’ ବୃଦ୍ଧି କରିବାକୁ ଘୋଷଣା କରିଛି। ବୟସ୍କମାନଙ୍କ ପାଇଁ ସାଧାରଣ ଆବେଦନରେ ୩୬ ପୃଷ୍ଠା ବିଶିଷ୍ଟ ନୂତନ ପାସପୋର୍ଟ କିମ୍ବା ନବୀକରଣ (Renewal) ଶୁଳ୍କ ୧,୫୦୦ ଟଙ୍କାରୁ ବୃଦ୍ଧି ପାଇ ୨,୫୦୦ ଟଙ୍କା ହୋଇଛି। ସେହିପରି ୬୦ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ଫି’ ୨,୦୦୦ ଟଙ୍କାରୁ ୩,୦୦ ଟଙ୍କାକୁ ବୃଦ୍ଧି ପାଇଛି। ତତ୍କାଳ (Tatkaal) ସ୍କିମ୍ ଅଧୀନରେ ୩୬ ପୃଷ୍ଠା ପାଇଁ ଫି’ ୩,୫୦୦ ରୁ ୫,୦୦୦ ଟଙ୍କା ଏବଂ ୬୦ ପୃଷ୍ଠା ପାଇଁ ୪,୦୦୦ ରୁ ୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

୧୦. କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର (Small Savings Schemes)

ସରକାର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପାଇଁ ସମସ୍ତ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରକୁ ଅପରିବର୍ତ୍ତିତ ରଖିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ବ୍ୟାପାର ବିଭାଗ ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି ଯେ, ୧ ଜୁଲାଇରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ସୁଧ ହାର ପୂର୍ବ ତ୍ରୈମାସିକ (ଏପ୍ରିଲ-ଜୁନ୍) ଭଳି ସମାନ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

FIFA World Cup 2026: ସମସ୍ତେ ଟ୍ରଫି ଦେଖିଛନ୍ତି… କିନ୍ତୁ ଏବେ FIFA ଚାମ୍ପିୟଙ୍କୁ ଦିଆଯିବ ଏକ ସ୍ବତନ୍ତ୍ର ‘Ring’, ଯାହାର ମୂଲ୍ୟ…

ନ୍ୟୁୟର୍କ,୧୯।୭: ମାତ୍ର କିଛି ଘଣ୍ଟା ମଧ୍ୟରେ, ଫୁଟବଲ ତାର ପରବର୍ତ୍ତୀ ବିଶ୍ୱ ବିଜେତାଙ୍କୁ ମୁକୁଟ ପିନ୍ଧାଇବ। ୧୯ ଜୁଲାଇ ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ…

ଉଦ୍‌ଘାଟନ ପୂର୍ବରୁ ଚକରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ସୁରକ୍ଷା ଚିନ୍ତା, ନଚେତ୍‌…

ଭଞ୍ଜନଗର,୧୯ା୭(ବାବୁଲା ପ୍ରଧାନ): ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା…

୭ ଜିଲାକୁ ପ୍ରବଳ ବର୍ଷା: ସତର୍କ କରାଇ ପାଣିପାଗ ବିଭାଗ କହିଲା ଏହି ସମୟରେ…

ଭୁବନେଶ୍ୱର,୧୯ା୭: ରବିବାର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ରାଜ୍ୟ…

ଟ୍ରମ୍ପଙ୍କ ଶୁଳ୍କ ଦ୍ୱାରା କିଏ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ? IMFର ଆଶ୍ଚର୍ଯ୍ୟଜନକ ରିସର୍ଚ୍ଚ ଆସିଲା ସାମ୍ନାକୁ

ଓ୍ବାଶିଂଟନ,୧୯।୭: ଅର୍ଥନୀତିଜ୍ଞ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ପୂର୍ବତନ ଉପ-ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ କହିଛନ୍ତି ଯେ ଆମେରିକାର ଶୁଳ୍କର ପରିଣାମ ଆମେରିକୀୟ ଗ୍ରାହକମାନଙ୍କ ପାଇଁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସୋମବାର ସମସ୍ତ ସ୍କୁଲ ଛୁଟି

ଥିରୁଭାନନ୍ତପୁରମ,୧୯ା୭: ରବିବାର ଫିଫା ବିଶ୍ବକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ବେଳେ କେରଳ ସରକାର…

ଘରକୁ ଫେରିବାବେଳେ ହାତୀ ହାବୁଡ଼ରେ ପଡ଼ିଗଲେ, ଶୁଣ୍ଢରେ ଟେକି ବିଲରେ କଚାଡ଼ିଲା, ଆଉ ତା’ ପରେ…

କେନ୍ଦୁଝର,୧୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ତଳରଢ଼ୁଆଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଉକ୍ତ ଅଞ୍ଚଳରେ…

Fifa World Cup Trophyରେ କେତେ ସୁନା ରହିଛି? ଓଜନ ଶୁଣିଲେ….

ନୂଆଦିଲ୍ଲୀ,୧୯।୭: ୨୦୨୬ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ୍ ରବିବାର ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବିଳମ୍ବିତ ରାତି ୧୨ଟା୩୦ ମିନିଟରେ ହେବାକୁ ଥିବା…

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri