Categories: ବାଣିଜ୍ୟ

କାର ଜିତିଲେ ବଜାର କୋଲକତାର ଭାଗ୍ୟଶାଳୀ ବିଜେତା

କଟକ,୧-୭: ପ୍ରମୁଖ ରିଟେଲ ଚେନ୍‌ ବଜାର କୋଲକତାର ଭାଗ୍ୟଶାଳୀ ଗ୍ରାହକ ଭାବେ କଟକର ପ୍ରାଣକୃଷ୍ଣ ଭୋଇ ଏକ ରେନୋ କ୍ୱିଡ କାର ଜିତିବାକୁ ସକ୍ଷମ ହୋଇଛନ୍ତି। ବଜାର କୋଲକତା ପକ୍ଷରୁ କଟକର ଦୋଳମୁଣ୍ଡାଇଠାରେ ଖୋଲାଯାଇଥିବା ନୂଆ ଷ୍ଟୋରରୁ କ୍ରୟ ଉପରେ ଶୁକ୍ରବାର ଅନୁଷ୍ଠିତ ଲକି ଡ୍ରରେ ଭୋଇ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି। ଇଦ୍‌ ଏବଂ ରଜପର୍ବ ଉପଲକ୍ଷେ ୨୦୦୦ ଟଙ୍କାର କ୍ରୟ ଉପରେ ଲକି ଡ୍ର କୁପନ ବ୍ୟବସ୍ଥା କରାଯାଇଥିଲା। ଷ୍ଟୋର ମ୍ୟାନେଜର ଗଙ୍ଗାଧର ରାୟ ଏବଂ ବଜାର କୋଲକତାର ରିଟେଲ ମୁଖ୍ୟ ଦୀପକ ଲାଲ ଭୋଇଙ୍କୁ କାରର ଚାବି ହାସ୍ତାନ୍ତର କରିଥିଲେ। ଏଥିରେ ମାର୍କେଟିଂ ମୁଖ୍ୟ ଉମେଶ ଶର୍ମା, ରାଜୀବ ଝା, ନିର୍ଦ୍ଦେଶକ ରମେଶ ଖେମକା ପ୍ରମୁଖ ଉପସ୍ଥିତ ଥିଲେ। ସାରା ଦେଶରେ କମ୍ପାନୀ ୧୭୦ ଷ୍ଟୋର ସହ ସେବା ଯୋଗାଉଛି। ଓଡ଼ିଶାରେ ଏହାର ୧୮ଟି ଷ୍ଟୋର ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।

Share