କାର୍ଯ୍ୟରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ହେବା ସହ କେବଳ ଜରୁରୀ ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିଲା। ନିକଟରେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକ୍ରମେ ସୋମବାର କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଇଥିବା ଦେଖାଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜଭଡେକର, କିରନ ରିଜେଜୁ, ଅର୍ଜୁନ ମୁଣ୍ଡା ସମେତ ଆଉ କେତେଜଣ ଆସିଥିବା ବେଳେ ଖୁବ୍‌ କମ୍‌ ଅଧିକାରୀ କାର୍ଯ୍ୟାଳୟ ଆସିଥିବା କୁହାଯାଉଛି। କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ସେମାନଙ୍କ ଶରୀରର ତାପମାତ୍ରା ମପାଯିବା ସହ ଗାଡି ଗୁଡିକୁ ସାନିଟାଇଜ କରାଯାଇଥିଲା।

Share