କାର୍ଯ୍ୟଦକ୍ଷତା ବୃଦ୍ଧିର ନୂଆ ଉପାୟ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଉ। ତାହାର ପ୍ରଭାବ ମଧ୍ୟ କାର୍ଯ୍ୟଦକ୍ଷତା ଉପରେ ପଡିଥାଏ। ତେବେ ନିଜ କାର୍ଯ୍ୟକୁ ସୁରୁଖୁରୁରେ କରିବା ପାଇଁ ସକାରାତ୍ମକ ମାନସିକତା ରହିବା ନିହାତି ଦରକାର। ତେଣୁ ଏ କ୍ଷେତ୍ରରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ସଙ୍ଗୀତ। ମନକୁ ହାଲକା କରିବା ପାଇଁ ଅବସର ସମୟରେ ମନ ପସନ୍ଦର ଗୀତ ଶୁଣିଲେ ତାହା କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ ବୋଲି ସଦ୍ୟତମ ସର୍ଭେରୁ ଜଣାପଡିଛି। ଏପରି ବିଷୟବସ୍ତୁକୁ ନେଇ ୟୁନିଭର୍ସିଟି ଅଫ ଓ୍ବାଶିଂଟନ୍‌ର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଯେଉଁମାନେ ଅଧିକାଂଶ ସମୟ ମନ ପସନ୍ଦର ଗୀତ ଶୁଣନ୍ତି ସେମାନଙ୍କ କାର୍ଯଦକ୍ଷତା ସେହି ଅନୁସାରେ ଆହୁରି ସକ୍ରିୟ ରହିଥାଏ। ହେଲେ ଏହି ଗୀତ ଶୁଣିବା ଯେମିତି ମାନସିକତାକୁ ପ୍ରଭାବିତ ନ କରେ ସେଥିପ୍ରତି ଦୃଷ୍ଟି ଦେବା ଦରକାର ବୋଲି ସେମାନେ ପରାମର୍ଶ ଦେଇଛନ୍ତି।