Posted inଜାତୀୟ

କାମାଥ ହୋଇପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୦ା୫: ଜଣାଶୁଣା ବ୍ୟାଙ୍କର୍‌ କୁନ୍ଦପୁର ବାମନ କାମାଥ ଭାରତର ପରବର୍ତ୍ତୀ ଅର୍ଥମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତଥ୍ୟାଭିଜ୍ଞ ମହଲରେ ଚାଲିଥିବା ଆଲୋଚନାକୁ ସତ ବୋଲି ମାନିଲେ ୫ ସଦସ୍ୟ ବିଶିଷ୍ଟ ବ୍ରିକ୍ସ ରାଷ୍ଟ୍ର ନେତୃତ୍ୱାଧୀନ ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କ (ଏନ୍‌ଡିବି) ଅଧ୍ୟକ୍ଷ ପଦରୁ ସଦ୍ୟ ଅବସର ନେଇଥିବା କେ.ଭି. କାମାଥ ଦେଶର ଅର୍ଥମନ୍ତ୍ରୀ ଦୌଡ଼ରେ ଆଗୁଆ ଅଛନ୍ତି। ଅର୍ଥନୈତିକ ଉତ୍ତରଦାୟିତ୍ୱ ପରିଚାଳନା କ୍ଷେତ୍ରରେ ବହୁ ଅନୁଭୂତି ଥିବା କାମାଥ ଜଣେ ଅଣରାଜନୈତିକ ବ୍ୟକ୍ତି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅତୀତରେ କେତେଜଣ ଅଣରାଜନୈତିକ ତଥା ଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନୁଭୂତି ସମ୍ପନ୍ନ ବିଶେଷଜ୍ଞଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରିଥିବାରୁ ବର୍ତ୍ତମାନର ସଙ୍କଟ ସମୟରେ କାମାଥଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ୱ ଦେବା ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି।
ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ମହାମାରୀ କରୋନା ଅର୍ଥନୀତିକୁ ଉଜାଡ଼ିଦେଇଛି। ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ କଳକାରଖାନା, ଶିଳ୍ପ, ବାଣିଜ୍ୟ ଓ ଅନ୍ୟ ବ୍ୟବସାୟଗୁଡ଼ିକ ଏକପ୍ରକାର ଠପ୍‌ ହୋଇଯାଇଛି। ସରକାର ବିଭିନ୍ନ ଉପାୟରେ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ସାମ୍ପ୍ରତିକ କ୍ଷତିକୁ ଦେଖିଲେ ଏତେ ସହଜରେ ଅର୍ଥନୀତି ସଜାଡ଼ି ହେବା ଭଳି ମନେହେଉ ନାହିଁ। ଏଭଳି ସମୟରେ ଅଭିବୃଦ୍ଧି ହାରକୁ ସ୍ଥିର ରଖି ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ୭୨ ବର୍ଷୀୟ ଅଭିଜ୍ଞ ବ୍ୟାଙ୍କର୍‌ କାମାଥ ଉପଯୁକ୍ତ ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନେକରିପାରନ୍ତି।
ପ୍ରକାଶ ଯେ, ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା ଭଳି ବିକାଶଶୀଳ ବଜାର ଅର୍ଥନୀତିକୁ ନେଇ ବ୍ରିକ୍ସ ବ୍ୟାଙ୍କ ଗଠନ କରାଯାଇଛି। ବ୍ରିକ୍ସ ନେତୃତ୍ୱାଧୀନ ଏନ୍‌ଡିବି ମୁଖ୍ୟ ପଦରୁ ବୁଧବାର କେ.ଭି. କାମାଥ ଅବସର ନେବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଭିଡିଓ କନ୍‌ଫରେନ୍ସ ଜରିଆରେ ସ୍ବତନ୍ତ୍ର ବୋର୍ଡ ଅଫ୍‌ ଗଭର୍ନର୍ସ ବୈଠକକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସୀତାରାମନ କାମାଥଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ। ୧୯୪୭ ଡିସେମ୍ବର ୨ରେ କର୍ନାଟକର ମାଙ୍ଗାଲୁରୁରେ ଜନ୍ମିତ କାମାଥ କେଆର୍‌ଇସି ସୁରତକାଲରେ ମେକାନିକାଲ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ଶିକ୍ଷା ଅର୍ଜନ କରିବା ପରେ ଅହମଦାବାଦସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌)ରେ ପିଜି ଡିପ୍ଲୋମା କରିଥିଲେ। ଏହି ବିଶିଷ୍ଟ ଟେକ୍ନୋକ୍ରାଟ ଆଇସିଆଇସିଆଇ ବ୍ୟାଙ୍କର ନନ୍‌-ଏକ୍‌ଜିକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ପଦରେ ରହି ପରବର୍ତ୍ତୀ ସମୟରେ ଉକ୍ତ ଘରୋଇ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭଳି ଅନେକ ଗୁରୁଦାୟିତ୍ୱ ଗ୍ରହଣ କରିଥିଲେ। ୨୦୦୯ ଏପ୍ରିଲ ୩୦ରେ କାମାଥ ଆଇସିଆଇସିଆଇ କାର୍ଯ୍ୟନିର୍ବାହୀ ଉତ୍ତରଦାୟିତ୍ୱରୁ ମୁକ୍ତ ହୋଇଥିଲେ। ୨୦୧୧ ଅଗଷ୍ଟ ୨୧ରେ ଇନ୍‌ଫୋସିସ୍‌ ଅଧ୍ୟକ୍ଷ ଏନ୍‌.ଆର୍‌. ନାରାୟଣମୂର୍ତ୍ତି ଅବସର ନେବା ପରେ କାମାଥଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଥିଲା। ଇନ୍‌ଫୋସିସ୍‌ରେ ସେ ୨୦୧୫ ଜୁନ୍‌ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏବେ ଏନ୍‌ଡିବି ମୁଖ୍ୟ ପଦରୁ ବିଦାୟ ନେବା ପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିବା ଜଣାପଡ଼ିଛି। କରୋନା ସଙ୍କଟ ବେଳେ ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କ ପ୍ରଦର୍ଶନକୁ ନେଇ ଦେଶବାସୀ ସେତେଟା ସନ୍ତୁଷ୍ଟ ନ ଥିବାରୁ ସେ ବିଦା ହେବା ଓ କାମାଥ ନୂଆ ଅର୍ଥମନ୍ତ୍ରୀ ହୋଇ ଅର୍ଥ ବ୍ୟବସ୍ଥାର ମଙ୍ଗ ଧରିବା ଚର୍ଚ୍ଚାକୁ ବଳ ମିଳିଛି। ତେବେ ଏନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri