କାନାଡା ଯିବାକୁ ପ୍ରିନ୍ସ ହ୍ୟାରିଙ୍କୁ ଅନୁମତି ଦେଲେ ରାଣୀ

ସିଣ୍ଡ୍ରିଙ୍ଗହାମ୍‌,୧୪ା୧- ପ୍ରିନ୍ସ ହ୍ୟାରି ଓ ତାଙ୍କ ସ୍ତ୍ରୀ ମେଘାନ ମାର୍କେଲଙ୍କୁ ଅଧିକ ସ୍ବାଧୀନ ଜୀବନଯାପନ ପାଇଁ ଅନୁମତି ଦେବାକୁ ବ୍ରିଟେନ ରାଣୀ ଦ୍ୱିତୀୟ ଏଲିଜାବେଥ ରାଜି ହୋଇଛନ୍ତି। ସେମାନେ ସାମୟିକ ଭାବେ କାନାଡାରେ ସମୟ ବିତାଇପାରିବେ ବୋଲି ରାଣୀ କହିଛନ୍ତି। ହ୍ୟାରି ଓ ମେଘାନଙ୍କ ଇଚ୍ଛା ପ୍ରତି ପରିବାରର ସମର୍ଥନ ରହିଥିବା ସେ କହିଛନ୍ତି। ରାଜକୀୟ ପଦ ଛାଡ଼ିବା ପାଇଁ ଘୋଷଣା କରିଥିବା ନାତି ପ୍ରିନ୍ସ ହ୍ୟାରିଙ୍କ ସମେତ ରାଜପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ରାଣୀ ଏଲିଜାବେଥ ସୋମବାର ଜରୁରୀ ବୈଠକ କରିଥିଲେ। ସେ ହ୍ୟାରିଙ୍କୁ ତାଙ୍କ ଭବିଷ୍ୟତ ଭୂମିକା ସମ୍ପର୍କରେ ପଚାରିଥିଲେ। ବୈଠକରେ ପ୍ରିନ୍ସ ହ୍ୟାରିଙ୍କ ସମେତ ତାଙ୍କ ଭାଇ ଓ୍ବିଲିୟମ ଓ ବାପା ଚାଲର୍‌ସ ଉପସ୍ଥିତ ଥିଲେ। ସସେକ୍ସ ସଙ୍କଟ ପରେ ୯୩ ବର୍ଷୀୟ ରାଣୀ ପ୍ରଥମ ଥର ପାଇଁ ହ୍ୟାରିଙ୍କ ସହ ମୁହାଁମୁହିଁ ହୋଇଥିଲେ।

Share