କାଠଯୋଡ଼ିରୁ ଅଚିହ୍ନା ମୃତଦେହ ଉଦ୍ଧାର: ହୋଲିରେ ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ

କଟକ ଅଫିସ,୧୩।୩: ସହରର ସୁଭାଷ ସେତୁ ନିକଟସ୍ଥ କାଠଯୋଡ଼ି ନଦୀରୁ ଶୁକ୍ରବାର ମଧ୍ୟାହ୍ନରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଏହି ମୃତଦେହ ଉଦ୍ଧାର କରିଥିବା ବେଳେ ମୃତକଙ୍କର କୌଣସି ପରିଚୟ ମିଳିପାରିନାର୍ହିଁ। ମୃତକ ଜଣକ ଦୀର୍ଘଦିନ ଧରି ପାଣିରେ ପଡ଼ିବା ଫଳରେ ତାଙ୍କୁ ଚିହ୍ନିବାରେ ସମସ୍ୟା ସୃଷ୍ଟି ହୋଇଛି । ସେ ପିନ୍ଧିଥିବା ପୋଷାକରେ ରଙ୍ଗ ଲାଗିଥିବାରୁ ହୋଲି ଦିନ କେହି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବିକୁ ପଠାଇଛି। ଘଟଣାସ୍ଥଳରେ ବାରଙ୍ଗ ଥାନାଧିକାରୀ ଶଶିକାନ୍ତ ରାଉତ ଏବଂ ମର୍କତନଗର ଥାନାଧିକାରୀ ରବିନ୍ଦ୍ରନାଥ ମେହେର ଉପସ୍ଥିତ ଥିଲେ।