କାଟି ଦେଲେ ଶହ ଶହ ଗଛ: ଅଭିଯୁକ୍ତଙ୍କୁ ଛାଡି ଦେଲା ବନ ବିଭାଗ

ବାମରା, ୨୪।୪ (ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବନଖଣ୍ଡ ବନାଞ୍ଚଳରେ ପ୍ରତିଦିନ ବେଆଇନ ଭାବରେ ଗଛକଟା ଚାଲିଛି। ଏ ନେଇ ଅଭିଯୋଗ ସତ୍ତ୍ବେ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବାମରା ବ୍ଲକ ଅନ୍ତର୍ଗତ ସାକୋବାହାଲ ଫରେଷ୍ଟ ବିଟ୍‌ ଅନ୍ତର୍ଗତ ଲୋଲବିରା ଗ୍ରାମରେ ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁସାରେ ସାକୋବାହାଲ ଲୋଲବିରା ଗ୍ରାମ ଅନ୍ତର୍ଗତ ବାନ୍ଦୁକୁଦର ଓ ମହାବୀର ରିଜର୍ଭ ଜଙ୍ଗଲରୁ କେତେ ଜଣ ବରାବର ଗଛ କାଟି ବ୍ୟବସାୟ କରିଆସୁଛନ୍ତି। ଏ ନେଇ ବନ ସୁରକ୍ଷା ସମିତି ପକ୍ଷରୁ ବନ ବିଭାଗକୁ ଅଭିଯୋଗ କରାଯାଉଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବୁଧବାର ବାନ୍ଧୁକୁଦର ଜଙ୍ଗଲରେ ପ୍ରାୟ ଦେଢ଼ ଶହ ଗଛ କଟାଯାଇଥିବା ନେଇ ଗ୍ରାମବାସୀ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ସାକୋବାହାଲ ବିଟ୍‌ ଫରେଷ୍ଟର ବିଶାଳ ନାୟକ ଘଟଣା ସ୍ଥଳରେ ପହଞ୍ଚତ୍ ଥିଲେ। ଗଛ କାଟିଥିବା ଅଭିଯୋଗରେ ଲୋଲବିରାର ୨ ଜଣ ଓ ଯୋଗୀମୁଣ୍ଡାର ଜଣଙ୍କୁ ଧରିଥିଲେ। ମାତ୍ର ଘଟଣା ସ୍ଥଳରୁ ଜଣେ ଚମ୍ପଟ ମାରିଥିଲେ। ଅନ୍ୟ ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ବନ ବିଭାଗ ଅଧା ବାଟରୁ ଛାଡି ଦେଇଥିଲା। ଅନ୍ୟ ଜଣଙ୍କୁ ଅଫିସକୁ ନେଇ କିଛି ସମୟ ପରେ ଛାଡି ଦେଇ ଥିବା ବନ ସୁରକ୍ଷା ସମିତି ଅଭିଯୋଗ କରିଛି। ଏମାନଙ୍କ ଭିତରୁ ଜଣେ ବାନ୍ଧୁକୁଦର ଖୁଖୁଢ଼ୁଡା ଜଙ୍ଗଲରୁ ଡିସେମ୍ବର ମାସରେ ପ୍ରାୟ ଦୁଇ ଶହ ଗଛ କାଟି ଦେଇଥିଲେ। ଏ ନେଇ ବନ ବିଭାଗକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେହିପରି ବୁଧବାର ଏମାନଙ୍କ ଭିତରୁ ଜଣେ ସେହି ଜଙ୍ଗଲରୁ ପ୍ରାୟ ଦେଢ଼ ଶହ ଶାଳ ଗଛ କାଟି ଦେଇଥିଲେ। ଅନ୍ୟ ଜଣେ ନିକଟସ୍ଥ ମହାବୀର ରିଜର୍ଭ ଜଙ୍ଗଲରୁ ୪ଟି ବଡ ବଡ ଗଛ କାଟି ଦେଇଥିବା ନେଇ ବନ ସୁରକ୍ଷା ସମିତିର ସଦସ୍ୟମାନେ ଅଭିଯୋଗ କରିଥିଲେ। ମାତ୍ର ଅଭିଯୁକ୍ତଙ୍କୁ ଫରେଷ୍ଟର ଛାଡି ଦେଇଥିବାରୁ ପୁଣି ବନ ସୁରକ୍ଷା ସମିତି ସଦସ୍ୟମାନେ ଏକ ଅଭିଯୋଗ ପତ୍ର ଗୁରୁବାର ବାମରା ରେଞ୍ଜରଙ୍କୁ ଭେଟି ପ୍ରଦାନ କରିଥିଲେ। ଏ ନେଇ ଫରେଷ୍ଟର ବିଶାଳ ନାୟକଙ୍କୁ ପଚାରିବାରୁ ଅଭିଯୁକ୍ତଙ୍କ ନାମରେ ଜଙ୍ଗଲ ଜମି ପଟ୍ଟା ରହିଛି। ସେ ତାଙ୍କ ଜମିରେ ଥିବା ଗଛ ଗୁଡିକୁ କାଟିପାରିବେ। ଏଥିରେ କିଛି କହିବାର ନାହିଁ। କିନ୍ତୁ ସେଠାରୁ କଟା ଗଛକୁ ପରିବହନ ସମୟରେ ବନ ବିଭାଗର ଆଇନ ଅନୁସାରେ ଜବତ କରି କାର୍ଯ୍ୟାନୁଷ୍ଠାନ କରାଯାଇ ପାରିବ ବୋଲି କହିଛନ୍ତି । ଅନ୍ୟପଟେ ବିନା ଅନୁମତିରେ କୌଣସି ସ୍ଥଳେ କେହି ବି ଜଙ୍ଗଲ କିମ୍ବା ନିଜ ରେକର୍ଡ ପ୍ଲଟରୁ ଗଛ କାଟି ପାରିବେ ନାହିଁ। ଯଦି ଏପରି ବେଆଇନ କାର୍ଯ୍ୟ ହୋଇଛି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାମରା ରେଞ୍ଜର ରାଜଶ୍ରୀ ତିର୍କୀ କହିଛନ୍ତି। ପ୍ରକାଶଯୋଗ୍ୟ, ବାରମ୍ବାର ଗଛ କଟା ଚାଲିଥିଲେ ସୁଦ୍ଧା ବନବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ରହିଛି। ଫଳରେ ଜଙ୍ଗଲକୁ ସୁରକ୍ଷା ଦେଉଥିବା ବନ ସୁରକ୍ଷା ସମିତିର ମନୋବଳ କ୍ରମଶଃ ହ୍ରାସ ପାଉଛି। ଏଣୁ କାଠ ମାଫିଆଙ୍କ ସାହସ ଓ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri