କାଟିଙ୍ଗିଆ ବିଦ୍ୟାଳୟ ଜମି ଜବରଦଖଲ ଘଟଣା : ପ୍ରଶାସନ ପକ୍ଷରୁ କରାଗଲା ଉଚ୍ଛେଦ

ଦାରିଙ୍ଗବାଡ଼ି, ୨୭ା୬(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତରେ ରହିଥିବା ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଜମିରେ ଗୋଟିଏ ପରିବାର ଦୀର୍ଘବର୍ଷ ଧରି ଜବରଦଖଲରେ ଘର କରି ରହିଥିଲେ ା ଏନେଇ ପ୍ରଶାସନ ପକ୍ଷରୁ ଗୁରୁବାର ଜମି ଜବରଦଖଲ ଉଚ୍ଛେଦ କରାଯାଇଛି ା ଦାରିଙ୍ଗବାଡ଼ି ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ନିତିଶ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ବିଡିଓ ତ୍ରିଲୋଚନ ପାତ୍ର, ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆ, ବ୍ରାହ୍ମଣୀଗାଁ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ପ୍ରମୁଖ ଏହି ଉଚ୍ଛେଦ କାର୍ଯ୍ୟର ତଦାରଖ କରିଥିଲେ ା ମହିଳା ପୋଲିସଙ୍କ ସମେତ ଫୋର୍ସ ମୁତୟନ କରାଯାଇଥିଲା ା ଘଟଣା ଅତି ସମ୍ବେଦନଶୀଳ ହୋଇଥିବାରୁ ସାଦା ପୋଷାକଧାରୀ ପୋଲିସ ମଧ୍ୟ ଘଟଣାର ତଦାରଖ କରିଥିଲା। ପୂର୍ବାହ୍ନରେ ପ୍ରଥମେ ଜମି ମାପ କରାଯାଇ ସରକାରୀ ବିଦ୍ୟାଳୟର ଜମି ଚିହ୍ନଟ ପ୍ରକ୍ରିୟା ହୋଇଥିଲା। ପରେ ସମସ୍ତ ଆସବାବପତ୍ର ବାହାର କରି ଦିଆଯାଇ ଉଚ୍ଛେଦ କରାଯାଇଥିଲା ା ସୂଚନାଯୋଗ୍ୟ ଯେ, ପ୍ରାୟ ୨୦ ଆର୍‌ ଜମିକୁ ଜବରଦଖଲରେ ରଖି କାଟିଙ୍ଗିଆର ଅଜିତ ବସ୍ତରାୟ ୧୦ ବର୍ଷ ଧରି ଘର କରି ରହିଆସୁଥିଲେ। ଏନେଇ କାଟିଙ୍ଗିଆ ଅଞ୍ଚଳବାସୀ ଏବଂ ଜବରଦଖଲକାରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଜବରଦଖଲ ଯୋଗୁ ବିଦ୍ୟାଳୟର ବିକାଶ ଅଟକି ରହିଥିଲା। ଶ୍ରେଣୀ ଗୃହ ସମେତ ପାଚେରୀ ନିର୍ମାଣ, ଖେଳ ପଡ଼ିଆ ଆଦି ହୋଇପାରୁନଥିଲା। ପ୍ରଶାସନ ଉକ୍ତ ଜମିକୁ ଉଚ୍ଛେଦ କରିବାକୁ ପ୍ରୟାସ କରିଥିବାବେଳେ ଜବରଦଖଲକାରୀ ଅଜିତ ଆଇନର ଆଶ୍ରୟ ନେଇ ରହିତାଦେଶ ଆଣିଥିଲେ। ଫଳରେ ପ୍ରଶାସନ ଏହାକୁ ଉଚ୍ଛେଦ କରିପାରି ନ ଥିଲା ା ପରେ ଅଞ୍ଚଳବାସୀ ୨୦୧୮ ମସିହାରେ ଏକାଠି ହୋଇ ଅଜିତଙ୍କ ଘରକୁ ଭାଙ୍ଗି ଆଇନକୁ ହାତକୁ ନେଇଥିଲେ। ଶେଷରେ ପ୍ରଶାସନ ଏହି ଜବରଦଖଲ ଉଚ୍ଛେଦ କରିଛି। କାଟିଙ୍ଗିଆ ଗ୍ରାମବାସୀଙ୍କ ଉପସ୍ଥିତିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ ରଣସିଂଙ୍କୁ ତହସିଲଦାର ଉକ୍ତ ଜମି ଉଚ୍ଛେଦ ପରେ ହସ୍ତାନ୍ତର କରିଥିଲେ। ସରପଞ୍ଚ କପିଳାଶ ମଲିକଙ୍କ ନେତୃତ୍ୱରେ ଗ୍ରାମବାସୀ ଅସ୍ଥାୟୀ ପାଚେରୀ ନିର୍ମାଣ କରିଥିଲେ। ଅନ୍ୟପକ୍ଷରେ ଜବରଦଖଲକାରୀଙ୍କ ପରିବାରଙ୍କୁ ରହିବା ପାଇଁ ପଲିଥିନ ସହ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ତହସିଲଦାର ତ୍ରିପାଠୀ କାଟିଙ୍ଗିଆ ରାଜସ୍ବ ନିରୀକ୍ଷକ ବିପିନ ବିହାରୀ ଭୂୟାଁଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri