Categories: ଜାତୀୟ

କାଉଡି ଯାତ୍ରା ପାଇଁ ଜୁଲାଇ ୨୩ରୁ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ହରିଦ୍ୱାର,୨୦।୭: ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବା ବେଳେ ଆରମ୍ଭ ହୋଇଛି କାଉଡି ଯାତ୍ରା। ଶିବଭକ୍ତମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ଜଳାଭିଷେକରେ ବାହାରିଛନ୍ତି। ଏହି ସମରେ ଉତ୍ତରଖଣ୍ଡର ହରିଦ୍ୱାରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଜୁଲାଇ ୨୩ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ, ସଂସ୍କୃତ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ରକୁ ବନ୍ଦ ରଖିବାକୁ ମୁଖ୍ୟ ଶିକ୍ଷା ଅଧିକାରୀ ରୁପେନ୍ଦ୍ର ଦତ୍ତ ଶର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ସମୟରେ ବହୁ ପରିମାଣରେ ଶିବ ଭକ୍ତ ଗଙ୍ଗା ନଦୀରୁ ପାଣି ନେଇ ଉତ୍ତରାଖଣ୍ଡର ହରିଦ୍ୱାର, ଗୋମୁଖ, ଗଙ୍ଗୋତ୍ରୀ ଓ ବିହାରର ସୁଲତାନ ଗଞ୍ଜ ଯାତ୍ରା କରିଥାଆନ୍ତି। ଫଳରେ ରାସ୍ତାରେ ପ୍ରବଳ ଭିଡ ହୋଇଥାଏ। ସେ ଦୃଷ୍ଟିରୁ ଚଳିତ ବର୍ଷ ଏହି ସମୟରେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରି ଦିଆଯାଇଛି।

Share