Categories: ଜାତୀୟ

କଶ୍ମୀର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିସ୍ଫୋରଣ

ଶ୍ରୀନଗର,୨୬।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା କଶ୍ମୀର ବିଶ୍ୱବିଦ୍ୟାଳୟ ନିକଟରେ ମଙ୍ଗଳବାର ଏକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ୨ଜଣ ଆହତ ହୋଇଛନ୍ତି। ଏହା ଏକ ଗ୍ରେନେଡ ଆକ୍ରମଣ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ବାହାରେ ଥିବା ସର ସୈଦ ଗେଟ୍‌ ନିକଟରେ ଏହା କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ଅଞ୍ଚଳକୁ ସିଲ୍‌ କରିଦେଇଥିବା ସୂଚନା ମିଳିଛି। ପୁଲଓ୍ବାମା ଜିଲାରେ ସୋମବାରଠାରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷରେ ମଙ୍ଗଳବାର ସକାଳ ସୁଦ୍ଧା ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଆଉ ଏହାପରେ ବିଶ୍ୱବିଦ୍ୟାଳୟ ବାହାରେ ହୋଇଥିବା ଏହି ବିସ୍ଫୋରଣ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Share