Categories: ଜାତୀୟ

କଶ୍ମୀରୀ ପଣ୍ଡିତଙ୍କ ମାତୃଭୂମିକୁ ଫେରିବାର ବାଟ ଫିଟିଲା

ନୂଆଦିଲ୍ଲୀ ,୬ା୮(ପି.ଟି.): ୧୯୯୦ରୁ ଉପତ୍ୟକାରୁ ସ୍ଥାନାନ୍ତର ହୋଇଥିବା କଶ୍ମୀରୀ ପଣ୍ଡିତମାନେ ୩୭୦ ଧାରା ଉଚ୍ଛେଦକୁ ପ୍ରଶଂସା କରିଛନ୍ତି। ଏବେ ସମ୍ମାନର ସହ ମାତୃଭୂମିକୁ ଫେରିବାର ବାଟ ଫିଟିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ବିଦେଶରେ ରହୁଥିବା ପ୍ରବାସୀ କଶ୍ମୀର ପଣ୍ଡିତମାନେ ଭାରତର ସାଂସ୍କୃତିକ, ରାଜନୈତିକ ଓ ଭୂଖଣ୍ଡକୁ ଯୋଡ଼ିବାର ଏହା ଏକ ପ୍ରଚଷ୍ଟା ବୋଲି କହିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ ଉପସ୍ଥାପନ କରିଥିବା ଚିଠା ବିଲ୍‌ ଶ୍ୟାମାପ୍ରସାଦ ମୁଖାର୍ଜୀ, ଦୀନଦୟାଲ ଉପାଧ୍ୟାୟ, ଅଟଳବିହାରୀ ବାଜପେୟୀଙ୍କ ଆଦର୍ଶ ଉପରେ ଆଧାରିତ ଓ ଏହା ଦେଶର ଭୌଗୋଳିକ ଅଖଣ୍ଡତା ଓ ସଂହତି ରକ୍ଷା କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିବ ବୋଲି ସେମାନେ କହିଛନ୍ତି।

Share