Posted inଜାତୀୟ

କଶ୍ମୀରୀଙ୍କ ସନ୍ଦେହ ଚକ୍ଷୁରେ କେନ୍ଦ୍ର

ଶ୍ରୀନଗର/ନୂଆଦିଲ୍ଲୀ,୨୯ା୭: ହଠାତ୍‌ ଅତିରିକ୍ତ ୧୦ ହଜାର କେନ୍ଦ୍ରୀୟ ସୁରକ୍ଷା ବଳ ଜମ୍ମୁ-କଶ୍ମୀରକୁ ପଠାଯିବା ପରେ ନାନା ଆଶଙ୍କା ସୃଷ୍ଟି ହୋଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫ଏ ଉଚ୍ଛେଦ ନେଇ କେନ୍ଦ୍ର ସରକାର ମସୁଧା ଚଳାଇଥିବା ଉପତ୍ୟକାବାସୀ ସନ୍ଦେହ କରୁଛନ୍ତି। ରାଜ୍ୟର ସ୍ବତନ୍ତ୍ର ପାହ୍ୟା ବା ପରିଚୟରେ ହାତ ମାରିବା ନିଆଁରେ ବାରୁଦ ଢାଳିବା ସହ ସମାନ ବୋଲି ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି। ସେହିପରି ରାଜ୍ୟର ‘ଏକକ ପରିଚୟ’କୁ ଦୁର୍ବଳ କରିବା ପାଇଁ କେନ୍ଦ୍ର କୌଣସି ପ୍ରକାର ଉଦ୍ୟମ କଲେ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ଧମକ ଦେଇଛନ୍ତି। ୧୦ ହଜାର ଯବାନଙ୍କୁ ଉପତ୍ୟକାକୁ ପଠାଇବା ପଛରେ ଏପରି କିଛି କାରଣ ନାହିଁ ବୋଲି କେନ୍ଦ୍ର ପକ୍ଷରୁ ଖଣ୍ଡନ କରାଯାଇଥିବାବେଳେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଯୋଗୁ ଲୋକଙ୍କ ମନରୁ ସନ୍ଦେହ ଦୂରହେବା ପରିବର୍ତ୍ତେ ଅଧିକ ଘନୀଭୂତ ହୋଇଛି।
ରାଜନୈତିକ ଫାଇଦା ପାଇଁ କଶ୍ମୀରୀ ନେତାଙ୍କ ଉତ୍ତେଜନାପୂର୍ଣ୍ଣ ବୟାନବାଜି ସ୍ଥିତିକୁ ଜଟିଳ କରିବାରେ ଲାଗିଛି।
ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାର ଶନିବାର ସନ୍ଧ୍ୟାରେ ୧୦ ହଜାର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ଯବାନଙ୍କୁ କଶ୍ମୀର ପଠାଇଛନ୍ତି। ଏନ୍‌ଏସ୍‌ଏନ୍‌ ଅଜିତ୍‌ ଡୋଭାଲ ଦୁଇଦିନିଆ ଗସ୍ତ ଶେଷକରି କଶ୍ମୀରରୁ ଫେରିବା ପରେ ଏତେମାତ୍ରାରେ ସୁରକ୍ଷା ବଳ ପ୍ରେରଣକୁ ନେଇ ଉପତ୍ୟକାରେ ଚାପା ଉତ୍ତେଜନା ବୃଦ୍ଧିପାଇଛି। ଏହାକୁ ନେଇ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ବା ପରିଚୟ ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ କିମ୍ବା ୩୫ଏ ମଧ୍ୟରୁ ଗୋଟିଏକୁ ଅଥବା ଉଭୟକୁ ଉଚ୍ଛେଦ କରିବା ପାଇଁ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଚଳାଇଥିବା ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ପ୍ରତି ମୁହୂର୍ତ୍ତରେ ଏଭଳି ସନ୍ଦେହ ବଢ଼ିବାରେ ଲାଗିଥିବାବେଳେ ରାଷ୍ଟ୍ରପତି ଶାସନାଧୀନ ରାଜ୍ୟ ପ୍ରଶାସନର ନୀରବତା ଏହାକୁ ଦୃଢ଼ୀଭୂତ କରିଛି। ଏହାର ସୁଯୋଗ ନେଇ ରାଜନେତାମାନେ ଅଧିକ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରୁଛନ୍ତି। ପିଡିପିର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ରବିବାର ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା କହିଛନ୍ତି, ଅନୁଚ୍ଛେଦ ୩୫ଏର ସୁରକ୍ଷା ପାଇଁ ଏକ ବଡ଼ ଯୁଦ୍ଧ ଲଢ଼ିବା ପାଇଁ ପ୍ରସ୍ତୁତ ହୁଅ। କେନ୍ଦ୍ର ସରକାର ନିଆଁରେ ବାରୁଦ ଢାଳିଲେ କେବଳ ହାତ ନୁହେଁ, ବରଂ ସମ୍ପୂର୍ଣ୍ଣ ଶରୀର ଜଳିପୋଡ଼ି ପାଉଁଶ ହୋଇଯିବ। ଏପରି କି କେନ୍ଦ୍ର ସରକାର ତାଙ୍କୁ ଜେଲରେ ପୂରାଇପାରନ୍ତି। ହେଲେ ଏଥିରେ ବିଚଳିତ ନ ହୋଇ ଲଢ଼େଇ ଜାରି ରଖିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ମେହବୁବା ଫାସିବାଦୀ ତତ୍ତ୍ୱଙ୍କୁ ରାଜ୍ୟକୁ ଆସିବା ପାଇଁ ବାଟ କଢ଼େଇ ଦେଇଥିଲେ ବୋଲି ଫାରୁକ୍‌ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri