Posted inଜାତୀୟ

କଶ୍ମୀରୀଙ୍କ ସନ୍ଦେହ ଚକ୍ଷୁରେ କେନ୍ଦ୍ର

ଶ୍ରୀନଗର/ନୂଆଦିଲ୍ଲୀ,୨୯ା୭: ହଠାତ୍‌ ଅତିରିକ୍ତ ୧୦ ହଜାର କେନ୍ଦ୍ରୀୟ ସୁରକ୍ଷା ବଳ ଜମ୍ମୁ-କଶ୍ମୀରକୁ ପଠାଯିବା ପରେ ନାନା ଆଶଙ୍କା ସୃଷ୍ଟି ହୋଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫ଏ ଉଚ୍ଛେଦ ନେଇ କେନ୍ଦ୍ର ସରକାର ମସୁଧା ଚଳାଇଥିବା ଉପତ୍ୟକାବାସୀ ସନ୍ଦେହ କରୁଛନ୍ତି। ରାଜ୍ୟର ସ୍ବତନ୍ତ୍ର ପାହ୍ୟା ବା ପରିଚୟରେ ହାତ ମାରିବା ନିଆଁରେ ବାରୁଦ ଢାଳିବା ସହ ସମାନ ବୋଲି ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି। ସେହିପରି ରାଜ୍ୟର ‘ଏକକ ପରିଚୟ’କୁ ଦୁର୍ବଳ କରିବା ପାଇଁ କେନ୍ଦ୍ର କୌଣସି ପ୍ରକାର ଉଦ୍ୟମ କଲେ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ଧମକ ଦେଇଛନ୍ତି। ୧୦ ହଜାର ଯବାନଙ୍କୁ ଉପତ୍ୟକାକୁ ପଠାଇବା ପଛରେ ଏପରି କିଛି କାରଣ ନାହିଁ ବୋଲି କେନ୍ଦ୍ର ପକ୍ଷରୁ ଖଣ୍ଡନ କରାଯାଇଥିବାବେଳେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଯୋଗୁ ଲୋକଙ୍କ ମନରୁ ସନ୍ଦେହ ଦୂରହେବା ପରିବର୍ତ୍ତେ ଅଧିକ ଘନୀଭୂତ ହୋଇଛି।
ରାଜନୈତିକ ଫାଇଦା ପାଇଁ କଶ୍ମୀରୀ ନେତାଙ୍କ ଉତ୍ତେଜନାପୂର୍ଣ୍ଣ ବୟାନବାଜି ସ୍ଥିତିକୁ ଜଟିଳ କରିବାରେ ଲାଗିଛି।
ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାର ଶନିବାର ସନ୍ଧ୍ୟାରେ ୧୦ ହଜାର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ଯବାନଙ୍କୁ କଶ୍ମୀର ପଠାଇଛନ୍ତି। ଏନ୍‌ଏସ୍‌ଏନ୍‌ ଅଜିତ୍‌ ଡୋଭାଲ ଦୁଇଦିନିଆ ଗସ୍ତ ଶେଷକରି କଶ୍ମୀରରୁ ଫେରିବା ପରେ ଏତେମାତ୍ରାରେ ସୁରକ୍ଷା ବଳ ପ୍ରେରଣକୁ ନେଇ ଉପତ୍ୟକାରେ ଚାପା ଉତ୍ତେଜନା ବୃଦ୍ଧିପାଇଛି। ଏହାକୁ ନେଇ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ବା ପରିଚୟ ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ କିମ୍ବା ୩୫ଏ ମଧ୍ୟରୁ ଗୋଟିଏକୁ ଅଥବା ଉଭୟକୁ ଉଚ୍ଛେଦ କରିବା ପାଇଁ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଚଳାଇଥିବା ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ପ୍ରତି ମୁହୂର୍ତ୍ତରେ ଏଭଳି ସନ୍ଦେହ ବଢ଼ିବାରେ ଲାଗିଥିବାବେଳେ ରାଷ୍ଟ୍ରପତି ଶାସନାଧୀନ ରାଜ୍ୟ ପ୍ରଶାସନର ନୀରବତା ଏହାକୁ ଦୃଢ଼ୀଭୂତ କରିଛି। ଏହାର ସୁଯୋଗ ନେଇ ରାଜନେତାମାନେ ଅଧିକ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରୁଛନ୍ତି। ପିଡିପିର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ରବିବାର ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା କହିଛନ୍ତି, ଅନୁଚ୍ଛେଦ ୩୫ଏର ସୁରକ୍ଷା ପାଇଁ ଏକ ବଡ଼ ଯୁଦ୍ଧ ଲଢ଼ିବା ପାଇଁ ପ୍ରସ୍ତୁତ ହୁଅ। କେନ୍ଦ୍ର ସରକାର ନିଆଁରେ ବାରୁଦ ଢାଳିଲେ କେବଳ ହାତ ନୁହେଁ, ବରଂ ସମ୍ପୂର୍ଣ୍ଣ ଶରୀର ଜଳିପୋଡ଼ି ପାଉଁଶ ହୋଇଯିବ। ଏପରି କି କେନ୍ଦ୍ର ସରକାର ତାଙ୍କୁ ଜେଲରେ ପୂରାଇପାରନ୍ତି। ହେଲେ ଏଥିରେ ବିଚଳିତ ନ ହୋଇ ଲଢ଼େଇ ଜାରି ରଖିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ମେହବୁବା ଫାସିବାଦୀ ତତ୍ତ୍ୱଙ୍କୁ ରାଜ୍ୟକୁ ଆସିବା ପାଇଁ ବାଟ କଢ଼େଇ ଦେଇଥିଲେ ବୋଲି ଫାରୁକ୍‌ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri