Categories: ଜାତୀୟ

କଶ୍ମୀରରୁ କନ୍ୟାକୁମାରୀ: ୮ ଦିନରେ ସାଇକେଲ୍‌ରେ ୩୬ ହଜାର କିମି

ବେଙ୍ଗାଲୁରୁ,୨।୧୧: କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କମ୍‌ ସମୟରେ ସାଇକେଲ ଯାତ୍ରା କରି ଲ୍ୟୁଟ୍‌ନାଟ୍‌ କଲୋନେଲ୍‌ ଭାରତ ପାନ୍ନୁ ଗିନିଜ୍‌ ରେକର୍ଡ କରିଛନ୍ତି। ସେ ଧାର୍ଯ୍ୟ ୩୬ ହଜାର କିମିକୁ ୮ ଦିନ ୯ ଘଣ୍ଟା ୪୮ ମିନିଟ୍‌ରେ ଅତିକ୍ରମ କରିପାରିଛନ୍ତି। ଭାରତ ଅକ୍ଟୋବର ୨୧ରେ ଶ୍ରୀନଗରରୁ ଯାତ୍ରା ଆରମ୍ଭ କରିଥିଲେ। ଅକ୍ଟୋବର ୨୯ରେ ସେ କନ୍ୟାକୁମାରୀରେ ପହଞ୍ଚିଥିଲେ। ସେ ହରିୟାଣା ରୋହତକର ବାସିନ୍ଦା। ସମ୍ପ୍ରତି ଭାରତ ବାୟୁସେନାର ବେଙ୍ଗାଲୁରୁ ୟୁନିଟ୍‌ରେ କାର୍ଯ୍ୟ କରୁଛନ୍ତି। ସେ ଏପରି କରି ଦିଲ୍ଲୀର ସାଇକେଲ ଚାଳକଙ୍କ ୧୦ଦିନ ୩ ଘଣ୍ଟା ୨ ମିନିଟ୍‌ ରେକର୍ଡ ଭଙ୍ଗ କରିଛନ୍ତି। ଯାତ୍ରା ସମୟରେ ଭାରତ ପ୍ରତିଦିନ ୨୧ ଘଣ୍ଟା ସାଇକେଲ ଚଳାଇ ୪୨୦-୪୪୦ କିମି ଦୂରତା ଅତିକ୍ରମ କରିଥିଲେ।

Share