Categories: ବାଣିଜ୍ୟ

କଳିଙ୍ଗ ନଗରରେ ହେବ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ

ନୂଆଦିଲ୍ଲୀ,୨୯-୬-ଓଡ଼ିଶାର ଯାଜପୁର ଜିଲା କଳିଙ୍ଗ ନଗରରେ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ(ଏନ୍‌ଆଇଏମ୍‌ଜେଡ୍‌) ସ୍ଥାପନ ହେବ। ଏସଂକ୍ରାନ୍ତ ନିଷ୍ପତ୍ତିକୁ କେନ୍ଦ୍ର ସରକାର ଶୁକ୍ରବାର ଚୂଡାନ୍ତ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କଠାରୁ ଏସଂକ୍ରାନ୍ତ ପ୍ରସ୍ତାବ ପାଇବା ପରେ କେନ୍ଦ୍ର ଏଭଳି ପଦକ୍ଷେପ ଗ୍ରହଣ କରିଛି। ସମ୍ପୃକ୍ତ ମନ୍ତ୍ରଣାଳୟ ପକ୍ଷରୁ ବାହ୍ୟ ସଂଯୋଗ ଭିତ୍ତିଭୂମି ଉନ୍ନତୀକରଣ ଲାଗି ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପ ଅନ୍ତର୍ଗତ ପାରାଦୀପ-କଳିଙ୍ଗ ନଗର ସେକ୍ସନର ୧୨୧ କିମି ରାଜପଥକୁ ଉନ୍ନତୀକରଣ କରାଯାଉଛି। ୨୦୦ ନମ୍ବର ଜାତୀୟ ରାଜପଥ ପରିବହନ ମାର୍ଗକୁ ୨ ଲେନରୁ ୬ ଲେନ ବିଶିଷ୍ଟ କରାଯାଉଛି। ସେହିଭଳି ଜାତୀୟ ରାଜପଥ ୫୩/୨୦୦ ମଧ୍ୟରେ ଏବଂ ଜାତୀୟ ନିବେଶ ଉତ୍ପାଦନ ଜୋନ ଚତୁଃପାର୍ଶ୍ୱ ସମ୍ପ୍ରସାରଣ କରାଯାଉଛି।

Share