କଳିଙ୍ଗା ଦୁର୍ଘଟଣା: ଦୋଷ ଲୁଚାଇବାକୁ ଉଦ୍ୟମ, ବିପଦରେ ପକାଇବ ତରବରିଆ ଘରବାହୁଡ଼ା ନିଶା

ଭୁବନେଶ୍ୱର,୪।୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ଲକ୍‌ଡାଉନ ଯୋଗୁ ଦୀର୍ଘ ଦେଢ଼ମାସ କାଳ ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକମାନେ ଏବେ ଘରମୁହାଁ ହୋଇଛନ୍ତି। ସେମାନଙ୍କର ଗୋଟିଏ ଚିନ୍ତା କେମିତି ଘରେ ପହଞ୍ଚତ୍ବେ। ତେବେ ଏହି ଘରବାହୁଡ଼ା ନିଶା ସମସ୍ତଙ୍କ ପାଇଁ ବିପଦ ହୋଇ ଛିଡ଼ା ହୋଇଛି। ସଡ଼କ ପଥ ବିଷୟରେ ଜ୍ଞାନ ନ ଥିବା ବସ୍‌କୁ ଧରି ଆସୁଥିବା ଲୋକମାନେ ଘରେ ପହଞ୍ଚତ୍ବା ପୂର୍ବରୁ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ସରିବା ପରେ କେନ୍ଦ୍ର ସରକାର କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି। ଅନ୍ୟ ରାଜ୍ୟରେ ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଫେରିବା ନିମନ୍ତେ କେନ୍ଦ୍ର ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର(ଏସ୍‌ଓପି) ଜାରି କରିଛନ୍ତି। ଲୋକମାନେ ସୁରକ୍ଷିତ ଭାବେ ଫେରିବେ ଏବଂ କୋଭିଡ୍‌-୧୯ ସଂକ୍ରମଣ ଯେପରି ନ ବ୍ୟାପିବ, ସେନେଇ ସମସ୍ତ ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ମଧ୍ୟ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଏସ୍‌ଓପି ଜାରି କରିଛନ୍ତି। ତେବେ ଏସବୁ ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ସତେ ଯେମିତି ମୂଲ୍ୟହୀନ ହୋଇଯାଇଛି। କାମଧନ୍ଦା ଓ ଖାଇବା ପିଇବା ନ ପାଇ ଲୋକମାନେ ନିଜ ଆତ୍ମୀୟ ସ୍ବଜନଙ୍କ ନିକଟକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଏପରିକି ଧାର ଉଧାର କରି ବସ୍‌ ଓ ଡଙ୍ଗା ଭଡ଼ା କରି ଅତି ବିପଜ୍ଜନକ ଅବସ୍ଥାରେ ଫେରୁଛନ୍ତି। ସେହିପରି ଗୁଜରାଟର ସୁରଟରୁ ଶ୍ରମିକମାନେ ନିଜ ଖର୍ଚ୍ଚରେ ବସ୍‌ ଭଡ଼ା କରି ଦୀର୍ଘ ବାଟ ଆସୁଛନ୍ତି। ଗୁଜରାଟରୁ ୭୦ଜଣଙ୍କୁ ନେଇ ଆସୁଥିବା ଏକ ବସ୍‌ ଶନିବାର ରାତିରେ ଗଞ୍ଜାମ ଜିଲାର କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା। ନିଜଘରେ ପହଞ୍ଚତ୍ବା ପୂର୍ବରୁ ୨ଜଣଙ୍କ ଜୀବନ ଚାଲିଗଲା। ରବିବାର ପୂର୍ବାହ୍ନରେ କଳିଙ୍ଗାଘାଟିରେ ସୁରଟ ଫେରନ୍ତା ଆଉ ଏକ ବସ୍‌ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ଏପରିକି ଆଉଏକ ବସ୍‌ ସୁରଟରୁ ଗଞ୍ଜାମ ଆସୁଥିବାବେଳେ ନାଗପୁର-ଅମରାବତୀ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି। ଉକ୍ତ ବସ୍‌ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ପ୍ରବାସୀ ଓଡ଼ିଆ ଏବଂ ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଛନ୍ତି।
୨୪ଘଣ୍ଟା ମଧ୍ୟରେ ୩ଟି ଦୁର୍ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣା ଘଟିବା ପୂର୍ବରୁ ବସ୍‌ଗୁଡ଼ିକ ସୁରକ୍ଷିତ ଭାବେ କିପରି ପହଞ୍ଚତ୍ବ ସେନେଇ ସରକାର ଆଦୌ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ରାସ୍ତା ବିଷୟରେ ଅଜ୍ଞ ଥିବା ବାହାର ରାଜ୍ୟର ଡ୍ରାଇଭରଙ୍କୁ ମଧ୍ୟ ପରିବହନ ବିଭାଗ ପକ୍ଷରୁ କାୈଣସି ପ୍ରକାର ସହାୟତା କରାଯାଉ ନାହିଁ। ସେମାନେ କିପରି ସୁରକ୍ଷିତ ଭାବେ ପହଞ୍ଚତ୍ବେ ସେନେଇ ମଧ୍ୟ କାୈଣସି ବନ୍ଦୋବସ୍ତ କରାଗଲା ନାହିଁ, ଯାହା ଫଳରେ ଗୁଜରାଟଫେରନ୍ତାଙ୍କୁ ଦୁର୍ଘଟଣାର ଶିକାର ହେବାକୁ ପଡ଼ିଛି। ଘଟଣା ଘଟିବା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବସ୍‌ ଡ୍ରାଇଭରଙ୍କୁ ପାଲଟା ଦୋଷ ଦେଇଛନ୍ତି। ରବିବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଗୁଜରାଟରୁ ଲୋକମାନଙ୍କୁ ଆଣିଆସୁଥିବା ବସ୍‌ ଡ୍ରାଇଭରଙ୍କ ଏଠାକାର ରାସ୍ତା ସମ୍ପର୍କରେ କୌଣସି ଧାରଣା ନାହିଁ। ବିଶେଷକରି ଦୀର୍ଘ ପଥ ଆସିବା ଏବଂ ଘାଟି ଉପରେ ଗାଡି ଚଳାଇବା ଅଭିଜ୍ଞତା ନ ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଏଣିକି ଆଉ ଗଞ୍ଜାମ-କନ୍ଧମାଳ ଜିଲାର କଳିଙ୍ଗା ଘାଟି ଦେଇ ବସ୍‌ ଯିବାକୁ ଅନୁମତି ଦିଆଯିବ ନାହିଁ। ନୟାଗଡ- ଦଶପଲ୍ଲା – ଭଞ୍ଜନଗର ଦେଇ ଘାଟି ନ ଥିବା ରାସ୍ତା ଦେଇ ବସ୍‌ ଯିବାକୁ ଅନୁମତି ଦିଆଯିବ। ରାଜ୍ୟ ସରକାର ସୁରକ୍ଷା ପାଇଁ ବାହାର ରାଜ୍ୟରୁ ଲୋକଙ୍କୁ ଟ୍ରେନ୍‌ରେ ଆଣିବାକୁ ଉଦ୍ୟମ କରୁଛନ୍ତି ବୋଲି ପରିବହନ ମନ୍ତ୍ରୀ ବେହେରା କହିଛନ୍ତି। ସେହିଭଳି କିଛି ଦିନ ପୂର୍ବରୁ ଚେନ୍ନାଇରୁ ଡଙ୍ଗାରେ ଫେରିଥିବା ଘଟଣାର ତଦନ୍ତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ସଡ଼କ ଦୁର୍ଘଟଣା ହେଉ କିମ୍ବା ନଦୀରେ ଡଙ୍ଗାବୁଡ଼ି, ସବୁ କେବଳ ତଦନ୍ତରେ ସୀମିତ ହୋଇ ରହିଯାଉଥିବାରୁ ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri