କଳିଙ୍ଗନଗର, ଜାରକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ: ସ୍ଥାନୀୟ ନିଯୁକ୍ତିକୁ ନିୟନ୍ତ୍ରଣ କରୁଛନ୍ତି ରାଜନେତା

ଯାଜପୁର ଅଫିସ,୫ା୨:ନବେ ଦଶକରେ ସ୍ଥାନୀୟ ନିଯୁକ୍ତି ଆଶାରେ କଳିଙ୍ଗନଗରବାସୀ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ସ୍ବାଗତ କରିଥିଲେ। କିନ୍ତୁ ଶିଳ୍ପରେ ନିଯୁକ୍ତିର ବାସ୍ତବ ଚିତ୍ର ଓଲଟା ହୋଇଛି। ସମ୍ପ୍ରତି ସ୍ଥାନୀୟ ନିଯୁକ୍ତି ସମେତ କେତେକ କାରଖାନାରେ ଠିକାକାର୍ଯ୍ୟ, ପରିବହନ ଆଦି ନିର୍ବାଚିତ ଜନ ପ୍ରତିନିଧିଙ୍କ ନିୟନ୍ତ୍ରଣରେ ରହିଛି। ଜିଲାରେ ବିରୋଧୀ ଦଳ ନିଷ୍କ୍ରିୟ ଥିବା ସୁଯୋଗରେ ଏଭଳି ମନମାନି ଅଭିଜ୍ଞତା ତଥା ବୈଷୟିକ ଡିଗ୍ରୀଧାରୀ ଶତାଧିକ ବେକାର ଯୁବତୀଯୁବକଙ୍କୁ ନିରାଶ କରିଛି। ଆଉ ଯେଉଁଥିପାଇଁ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀଙ୍କ ସମେତ ଜିଲାରେ ପ୍ରାୟ ୫୦ହଜାର ଯୁବତୀଯୁବକ ବେକାର ହୋଇ ବସିଛନ୍ତି। ଅପରପକ୍ଷରେ ରାଜ୍ୟ ବାହାର ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ହଜାର ହଜାର ଲୋକ ଏଠାରେ ନିଯୁକ୍ତି ପାଇ ବିଳାସମୟ ଜୀବନ ବିତାଉଛନ୍ତି।
ନିଯୁକ୍ତି କୌଣସି କ୍ଷେତ୍ରରେ ଘରୋଇ ଶିଳ୍ପାନୁଷ୍ଠାନଗୁଡ଼ିକ ଉପରେ ଅଙ୍କୁଶ ଲଗାଇ ପାରି ନ ଥିବା ରାଜ୍ୟସରକାର ନିଜର ପାରିବାପଣିଆ ଦେଖାଇବାକୁ ଭୁଲ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଜିଲାରେ ଗଢି ଉଠିଥିବା ଇସ୍ପାତ କାରଖାନାର ନିଯୁକ୍ତିର ଚିତ୍ରରୁ ଏହା ସ୍ପଷ୍ଟ ଭାବରେ କୁହାଯାଇପାରିବ। ଶ୍ରମ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ କଳିଙ୍ଗନଗରର ସର୍ବବୃହତ ଇସ୍ପାତ କାରଖାନା ଟାଟା ଷ୍ଟିଲରେ ୩୦୦ରୁ ଊର୍ଦ୍ଧ୍ୱ ଠିକାସଂସ୍ଥା ମଧ୍ୟରୁ ପ୍ରାୟ ୨୫୦ଟି ସଂସ୍ଥା ରାଜ୍ୟ ବାହାରର। ସେହି ସଂସ୍ଥାଗୁଡ଼ିକ ଅଧୀନରେ ରାଜ୍ୟ ବାହାରର ପ୍ରାୟ ୩୫୦୦ ଏବଂ ରାଜ୍ୟର ପ୍ରାୟ ୧୦ହଜାର ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଠିକାସଂସ୍ଥାର ଅବଧି ସରିଲେ ଶ୍ରମିକଙ୍କୁ ବାହାର କରି ଦିଆଯାଉଛି। ଏହି ନିଯୁକ୍ତିରେ କୌଣସି ସ୍ଥାୟିତ୍ୱ ନାହିଁ। ଗତ ୩ବର୍ଷ ହେଲା ଜିଲାର ଜାରକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୩ଟି ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ କାର୍ଯ୍ୟ ଆରମ୍ଭ କରିଛି। ବାର୍ଷିକ ୧.୨ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ ଲିମଟେଡ ପ୍ରାୟତଃ ଉପତ୍ାଦନକ୍ଷମ ହୋଇଛି। ନିର୍ମାଣ ସମୟରେ ୭୫ ଜଣ ଏବଂ କମ୍ପାନୀ କାର୍ଯ୍ୟକାରୀ ସମୟରେ ୧୮୫ ଜଣ ନିଯୁକ୍ତି ପାଇବେ ବୋଲି ଏହି କମ୍ପାନୀ ପ୍ରତିଶ୍ରୁତି ଦେଇଛି। ବର୍ଷକୁ ୨.୦ମିଲିୟନ ଟନ୍‌ ସିମେଣ୍ଟ ଉତ୍ପାଦନ କରୁଥିବା ଇମାମି ସିମେଣ୍ଟ କାରଖାନାରେ ନିର୍ମାଣ ଅବଧି ସମୟରେ ପ୍ରାୟ ୪୫୦ ଜଣ ଓ ୫୮ଜଣ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇବେ ବୋଲି କୁହାଯାଇଥିଲା। ସେହିପରି ଜାରକା ଇଣ୍ଡଷ୍ଟିଆଲ ଇଷ୍ଟେଟ ଅଞ୍ଚଳରେ ବାର୍ଷିକ ୦.୯ ମିଲିୟନ ଟନ୍‌ ସିମେଣ୍ଟ ଉପତ୍ାଦନ କରିବାକୁ ଲକ୍ଷ୍ୟ ରଖିଥିବା ରାମ୍‌କୋ କମ୍ପାନୀରେ ସିଧାସଳଖ ୬୩ଜଣ ଓ ପରୋକ୍ଷ ଭାବେ ୩୦୦ ଜଣ ନିଯୁକ୍ତି ପାଇବେ ବୋଲି ସୂଚିତ କରାଯାଇଛି। ଏହାବାଦ ଯାଜପୁର, ଚେଟିନେଡ, ଜିଏମ୍‌ ଭଳି ସିମେଣ୍ଟ କାରଖାନା ଅପେକ୍ଷାରେ ରହିଛନ୍ତି। ଏହିସବୁ ସିମେଣ୍ଟ ତଥା ଅନ୍ୟାନ୍ୟ କେତେକ କାରଖାନାରେ ନିଯୁକ୍ତି ପାଇବାକୁ ହେଲେ ନିର୍ବାଚିତ ଜନପ୍ରତିନିଧିଙ୍କ ସୁପାରିଶର ଆବଶ୍ୟକତା ରହିଛି ବୋଲି କେତେକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ଏହାସହ ବିଭିନ୍ନ ଠିକା କାର୍ଯ୍ୟ ସମେତ ଅନ୍ୟାନ୍ୟ ବୈଷୟିକ କାର୍ଯ୍ୟରେ ମଧ୍ୟ ଲୋକ ପ୍ରତିନିଧିଙ୍କ ହାତ ରହୁଛି। ବିରୋଧୀ କିମ୍ବା ଅଣ ରାଜନୈତିକ ଲୋକଙ୍କ ପିଲାମାନଙ୍କ ପାଇଁ ଶିଳ୍ପ କାରଖାନାରେ ସ୍ଥାନ ନାହିଁ ବୋଲି ଜିଲାରେ ଚର୍ଚ୍ଚା ହେଉଛି। ଏହାକୁ ପ୍ରତିହତ କରିବାକୁ ବିରୋଧିଙ୍କ ପାଖରେ ମଧ୍ୟ ଦମ୍ଭ ନଥିଲା ଭଳି ଜଣାପଡୁଛି। ବିଧାନସଭାଠାରୁ ଆରମ୍ଭ କରି ବିଭିନ୍ନ ସଭାସମିତିରେ କିନ୍ତୁ ନେତାମାନେ ନିଯୁକ୍ତି କ୍ଷେତ୍ରରେ କଳିଙ୍ଗନଗରର ସଫଳତା ବଖାଣୁଥିବାବେଳେ ବାସ୍ତବତା ବହୁ ଦୂରରେ ବୋଲି ମତପ୍ରକାଶ ପାଉଛି। ଏହାବାଦ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ ନିଯୁକ୍ତି ଉପରେ କୌଣସି ତଦନ୍ତ ମଧ୍ୟ ହୋଇ ପାରିନାହିଁ। ଶିଳ୍ପାନୁଷ୍ଠାନଗୁଡ଼ିକରେ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ। ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନେ ଯୋଗାଇଥିବା ତଥ୍ୟକୁ ଯାଞ୍ଚ କରିବା ପାଇଁ ଶ୍ରମ ଓ ନିୟୋଜନ ବିଭାଗକୁ ଅନୁମତି ଦିଅନ୍ତି ନାହିଁ। ଓପନ ମାର୍କେଟରୁ ନିଯୁକ୍ତି ନାମରେ ଶିଳ୍ପାନୁଷ୍ଠାନଗୁଡିକ ମନୋମୁଖୀ କାରବାର ଚଳାଇଥିବାବେଳେ ଯାଜପୁର ଜିଲାରେ ଉପରୋକ୍ତ ଶିଳ୍ପାନୁଷ୍ଠାନ ସମେତ କୌଣସି ଶିଳ୍ପାନୁଷ୍ଠାନ ନିଯୁକ୍ତି ପାଇଁ ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜରୁ ନାମ ମାଗନ୍ତି ନାହିଁ। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଶିକ୍ଷିତ ଯୁବତୀଯୁବକଙ୍କୁ ଅଗ୍ରାଧିକାର ଦେବାକୁ ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଉଛି। ତେବେ ଜନ ପ୍ରତିନିଧିଙ୍କ ନିୟନ୍ତ୍ରଣରେ ନିଯୁକ୍ତି ରହିଥିବା ଭଳି କୌଣସି ଅଭିଯୋଗ ସେ ଏଯାଏ ପାଇ ନାହାନ୍ତି ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri