କଳା, କଳାକାରଙ୍କ କଥା କହିବେ ବୋସ୍‌ କ୍ରିଷ୍ଣାଚାରୀ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ(ଜେଡିସିଏ)ର ଫିଲ୍ମ ଫୋରମ୍‌ ଆନୁକୂଲ୍ୟରେ ଫେବୃୟାରୀ ୭ରୁ ୯ ଯାଏ ଆୟୋଜିତ ହେବ କଳା ଓ କଳାକାର ଆଧାରିତ ତ୍ରୟୋଦଶ ଅନ୍ତର୍ଜାତୀୟ ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ। ଏଥର ଏହି ଉତ୍ସବ କିଛି ନିଆରା ବ୍ୟକ୍ତିତ୍ୱଙ୍କ କଥାକୁ ଅତି ନିକଟରୁ ଶୁଣିବାର ସୁଯୋଗ ଦେବ। ଫେବୃୟାରୀ ୭ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଖଣ୍ଡଗିରିସ୍ଥିତ ଜେଡିସିଏ ସାଇଟ୍‌ରେ ଉତ୍ସବ ଆନୁଷ୍ଠାନିକଭାବେ ଉଦ୍‌ଘାଟନ ହେବା ପରେ ୮ ଓ ୯ ତାରିଖରେ ଇଡ୍‌କଲ ଅଡିଟୋରିୟମ୍‌ରେ ଚଳଚ୍ଚିତ୍ର ପ୍ରଦର୍ଶନ ସହ ବିଭିନ୍ନ କର୍ମଶାଳାର ଆୟୋଜନ କରାଯିବ। କେବଳ ଏତିକି ନୁହେଁ, ପ୍ରତିଥର ଭଳି ଚଳିତଥର ମଧ୍ୟ ରାଜ୍ୟ ଏବଂ ଦେଶ ବାହାରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ବକ୍ତବ୍ୟ ଉପସ୍ଥାପନ କରିବେ। ଏମାନଙ୍କ ମଧ୍ୟରେ ବୋସ୍‌ କ୍ରିଷ୍ଣାଚାରୀଙ୍କଠାରୁ ଆରମ୍ଭକରି ଅଦ୍ୱୈତ ଗଡ଼ନାୟକ, ନନ୍ଦିତା ଦାସଙ୍କ ଭଳି ପ୍ରମୁଖ ବକ୍ତାମାନେ ରହିଛନ୍ତି।
ଚଳଚ୍ଚିତ୍ର ଉତ୍ସବରେ ଚଳିତବର୍ଷ ଭାରତୀୟ ଚିତ୍ରକଳା ଦୁନିଆର ମହାନ୍‌ ବ୍ୟକ୍ତିତ୍ୱମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିବ। ଦେଶର ଜଣେ ଲୋକପ୍ରିୟ ଚିତ୍ରଶିଳ୍ପୀଭାବେ ଖ୍ୟାତିଅର୍ଜନ କରିଥିବା ବୋସ୍‌ କ୍ରିଷ୍ଣାଚାରୀ ଫେବୃୟାରୀ ୮ ଅପରାହ୍ନ ୩ଟାରେ ଇଡ୍‌କଲ ପ୍ରେକ୍ଷାଳୟରେ ଭାରତୀୟ ଦ୍ୱିବର୍ଷୀୟ କଳା ଉତ୍ସବ ସମ୍ପର୍କରେ ଉଦ୍‌ବୋଧନ ଦେବେ। ଜଣେ ସ୍ବାଧୀନ କ୍ୟୁରେଟର ଭାବେ ପରିଚିତ ବୋସ୍‌ଙ୍କର ବିଭିନ୍ନ କଳାକୃତି ମଧ୍ୟରେ ଚିତ୍ରାଙ୍କନ, ପେଣ୍ଟିଂ, ସ୍ଥାପତ୍ୟ, ଡିଜାଇନ୍‌, ସ୍ଥାପନା ଏବଂ ସ୍ଥାପତ୍ୟ କଳା ଆଦି ରହିଛି। ସେ ଭାରତର ପ୍ରଥମ ଦ୍ୱିବର୍ଷୀୟ ପ୍ରସିଦ୍ଧ କୋଚି-ମୁଜିରିସ୍‌ କଳା ଉତ୍ସବର ସ୍ରଷ୍ଟା ହୋଇଥିବା ବେଳେ ବର୍ତ୍ତମାନ ଏହାର ନିର୍ଦ୍ଦେଶକ ଓ ସଭାପତିଭାବେ କାର୍ଯ୍ୟ କରୁଛନ୍ତି। ନିକଟ ଅତୀତରେ ତାଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ ‘ଦର୍ପଣ ଅନ୍ଧାରରେ ଭଲ ଦେଖିପାରେ’ କଲିକତାର ଇମାମୀ କଳାକେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଚିତ୍ରକଳା ଜଗତରେ ଜଣେ ଭିନ୍ନ ଓ ନିଆରା ଚିତ୍ରଶିଳ୍ପୀଭାବେ ପରିଚିତ ଏହି ଶିଳ୍ପୀଙ୍କୁ ଭୁବନେଶ୍ୱରବାସୀ ନିକଟରୁ ଦେଖିବାର ସୁଯୋଗ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri