କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲରେ କପିକରି ଧରାପଡ଼ିଲେ ୨୭ ଛାତ୍ରୀଛାତ୍ର

ଭବାନୀପାଟଣା,୨୫।୨(ଡି.ଏନ୍‌.ଏ.): ସୋମବାର ଦଶମ ବୋର୍ଡ ପରୀକ୍ଷାର ହିନ୍ଦୀ ଓ ସଂସ୍କୃତ ବିଷୟ ପରୀକ୍ଷା ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲର ୨୭ ଜଣଙ୍କୁ ମାଲପ୍ରାକ୍ଟିସ କରାଯାଇଛି। ଏଥିରେ ବୀଜମରା ସ୍ବାମୀ ବିବେକାନନ୍ଦ ହାଇସ୍କୁଲରେ ୪ ଜଣ, ଖଲିଆଭଟା ସରକାରୀ ଆଶ୍ରମ ହାଇସ୍କୁଲରେ ୭, ଫରଙ୍ଗ ଏନ୍‌ଏସ୍‌ସି ହାଇସ୍କୁଲରେ ୬, ମହିଚଲା ବାଲାଜୀ ଉଚ୍ଚବିଦ୍ୟାପୀଠରେ ଜଣେ, ହାବସପୁର କୃପାସିନ୍ଧୁ ହାଇସ୍କୁଲରେ ୩, ମଥୁରା ରାଧାକୃଷ୍ଣ ହାଇସ୍କୁଲରେ ୨ ଜଣ ସମେତ ୨୨ଜଣଙ୍କୁ କପି କରିଥିବା ବେଳେ ଧରାପଡି ମାଲପ୍ରାକ୍ଟିସ୍‌ କରାଯାଇଥିଲା। ସେହିଭଳି ରାଜ୍ୟ ସ୍ବତନ୍ତ୍ର ସ୍କ୍ବାଡ୍‌ ପକ୍ଷରୁ ନାନ୍ଦୋଲ ଜୟଦୁର୍ଗା ହାଇସ୍କୁଲରେ ୪ ଜଣ, ଫରଙ୍ଗ ପଞ୍ଚାୟତ ହାଇସ୍କୁଲରେ ଜଣେ ସମେତ ୫ ଜଣ ମାଲପ୍ରାକ୍ଟିସ ହୋଇଥିଲେ।