କଳାହାଣ୍ଡି ଜିଲାରେ କପିକରି ଧରାପଡ଼ିଲେ ୨୧ ପରୀକ୍ଷାର୍ଥୀ

ଭବାନୀପାଟଣା,୨୯।୨(ଡି.ଏନ୍‌.ଏ.): ମାଟ୍ରିକ୍‌ ପରୀକ୍ଷାର ବିଜ୍ଞାନ ବିଷୟରେ କଳାହାଣ୍ଡି ଜିଲାର ୨୧ ପରୀକ୍ଷାର୍ଥୀ କପିକରି ଶୁକ୍ରବାର ଧରାପଡ଼ିଛନ୍ତି। ଡିଇଓ ସ୍କ୍ବାଡ୍‌ ପକ୍ଷରୁ ମୁସ୍କୁଟି ମିଳିତ ପଞ୍ଚାୟତ ହାଇସ୍କୁଲରେ ଜଣେ, ଜୟପାଟଣା ଉମାଶଙ୍କର ହାଇସ୍କୁଲରେ ୫, ଉତ୍କଳ ଆଶ୍ରମ ହାଇସ୍କୁଲରେ ୨ ଜଣଙ୍କ ସମେତ ମୋଟ ୮ ଜଣ ପରୀକ୍ଷାର୍ଥୀଙ୍କୁ (ଏମ୍‌ପି) ମାଲପ୍ରାକ୍ଟିସ କରାଯାଇଛି। ସେହିଭଳି ବୋର୍ଡର ସ୍ବତନ୍ତ୍ର ସ୍କ୍ବାଡ୍‌ ଚିଚିଆ ହାଇସ୍କୁଲରେ ୮ ଜଣ, ଗୋଲାମୁଣ୍ଡା ହାଇସ୍କୁଲରେ ୫ ଜଣଙ୍କୁ କପି କରୁଥିବା ବେଳେ ଧରିଥିଲେ।