କଳାହାଣ୍ଡି ଜିଲାପାଳ, ଏସ୍‌ପିଙ୍କୁ ହାଇକୋର୍ଟଙ୍କ ଆଦେଶ: ଛତର ଯାତ୍ରାରେ ବଳି ବନ୍ଦ ପାଇଁ ପଦକ୍ଷେପ ନିଅ

କଟକ ଅଫିସ, ୯ା୧: କଳାହାଣ୍ଡି ଜିଲାର ପ୍ରସିଦ୍ଧ ଛତର ଯାତ୍ରାରେ ବଳି ବନ୍ଦ ପାଇଁ ଜିଲାପାଳ, ଏସ୍‌ପି ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଏଥିପାଇଁ ହାଇକୋର୍ଟଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣିକରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ଏହି ଆଦେଶ ଦେଇଛନ୍ତି। ହାଇକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି ଯେ, ସେଠାକାର ଜିଲା ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ବିଶେଷକରି ଆଦିବାସୀମାନଙ୍କୁ ଏ ନେଇ ସଚେତନ କରାଇବେ। ଛତର ଯାତ୍ରା ଆରମ୍ଭ ହେବାର ଗୋଟିଏ ମାସ ପୂର୍ବରୁ ସେଠାକାର ପ୍ରଶାସନ ମାଣିକେଶ୍ୱରୀ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳରେ ବଳି ବନ୍ଦ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ଏହି ସଚେତନତା କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କୁ ସାମିଲ କରିବାକୁ ପ୍ରଶାସନ ଚେଷ୍ଟା କରିବ। କଳାହାଣ୍ଡି ଏସ୍‌ପି ଏ ଦିଗରେ ବିଶେଷ ଧ୍ୟାନ ଦେବେ। ଛତର ଯାତ୍ରାର ଗୋଟିଏ ସପ୍ତାହ ପୂର୍ବରୁ ବଳି ନିମନ୍ତେ କ’ଣ ସବୁ ପ୍ରସ୍ତୁତି ଚାଲିଛି ତାହା ଉପରେ ଏସ୍‌ପି ନଜର ରଖିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏଥିରେ କୌଣସି ବ୍ୟତିକ୍ରମ ଘଟିଲେ ଏସ୍‌ପି ଏବଂ ଜିଲାପାଳ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ଖଣ୍ଡପୀଠ ଆଦେଶରେ କହିଛନ୍ତି। ସୂଚନାଥାଉ କି, ପ୍ରତିବର୍ଷ ପାର୍ବଣ ସମୟରେ ଛତର ଯାତ୍ରାରେ ବହୁ ସଂଖ୍ୟକ ପଶୁ ବଳି ଦିଆଯାଇଥାଏ। ଏହାକୁ ବନ୍ଦ କରିବା ପାଇଁ ଆବେଦନକାରିଣୀ ଦାସ ୨୦୧୬ ମସିହାରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣରେ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri