କଳାଧାନକୁ କରୋନା କାଳ

ଭୁବନ, ୩୦।୬ ରୋଗୀଙ୍କ ପାଇଁ ମହୌଷଧୀ କଳାଧାନରୁ ପ୍ରସ୍ତୁତ ଚାଉଳ। ଚାହିଦା ବି କିଛି କମ୍‌ ନୁହେଁ। ତେଣୁ କିଛିବର୍ଷ ହେଲା ପ୍ରୟୋଗାତ୍ମକ ଭାବେ ରାଜ୍ୟର ଚାଷୀମାନେ ଏହି କିସମର ଧାନ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ସ୍ବତନ୍ତ୍ର ବଜାର ସୁବିଧା ନ ଥିବାରୁ ଉତ୍ପାଦନ ପରେ ବିକ୍ରିବଟା ଲାଗି ସମସ୍ୟା ହେଉଛି। ଚଳିତ ବର୍ଷ ଲକ୍‌ଡାଉନ୍‌ ଯୋଗୁ ଉତ୍ପାଦିତ ଫସଲ ଘରେ ପଡ଼ି ରହିଥିବାବେଳେ ଖରିଫ୍‌ ଋତୁରେ ପୁଣିଥରେ କଳାଧାନ ଚାଷ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକ କେନ୍ଦୁଗୁଡ଼ା ଗ୍ରାମର ଚାଷୀ।
କଳାଧାନ (ଦେବାହ୍ନ) ଚାଷ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଛି କେନ୍ଦୁଗୁଡ଼ା। ଉତ୍ତରପୂର୍ବ ଭାରତର ଆସାମ, ହିମାଚଳ ପ୍ରଦେଶରେ ବହୁଳ ଭାବେ କଳାଧାନ ଚାଷ ହୋଇଥାଏ। ଉକ୍ତ ଅଞ୍ଚଳରେ ଏହି ଧାନର ଉତ୍କୃଷ୍ଟ ବିହନ ମିଳେ। ବାହାର ରାଜ୍ୟର ଚାଷୀଙ୍କଠାରୁ ପ୍ରେରଣା ଏବଂ କୃଷି ବିଭାଗର ସହଯୋଗରେ କେନ୍ଦୁଗୁଡ଼ାରୁ ଜିଲାରେ କଳାଧାନ ଚାଷର ଶୁଭାରମ୍ଭ ହୋଇଥିଲା। ୩ବର୍ଷ ହେଲା ଅଞ୍ଚଳର ଚାଷୀମାନେ ଦେବାହ୍ନ ଚାଷ କରି ଆସୁଛନ୍ତି। ୧୦ ଏକର ଜମିରୁ ଆରମ୍ଭ ହୋଇଥିବା ଏହି ଧାନଚାଷ ଏବେ ୪୦ ଏକରରେ ପହଞ୍ଚତ୍ଲାଣି। ଚାଷୀଙ୍କ କହିବା କଥା, କଳାଧାନ ଅମଳ ହେବାକୁ ୧୨୫ରୁ ୧୩୦ଦିନ ଲାଗିଥାଏ। ରାସାୟନିକ ସାର ବଦଳରେ ଏଥିରେ ଜୈବିକ ଖତସାର ଯଥା ଗୋବର, ଗୋମୂତ୍ର ପ୍ରୟୋଗ କରାଯାଏ। ଗୁଡ଼, କରଞ୍ଜ ପତ୍ର, ବେଗୁନିଆ ପତ୍ର, ଅରଖ ପତ୍ର, ନିମପାତ୍ର ମିଶ୍ରିତ ସ୍ବତନ୍ତ୍ର ସାରକୁ ଜମିରେ ପକାଯାଇଥାଏ, ଯାହା ଧାନରେ ପୌଷ୍ଟିକ ତତ୍ତ୍ୱ ସହ ଅମଳ ବଢ଼ାଏ। ଏହି ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ତେଣୁ ମଧୁମେହ, ରକ୍ତଚାପ, କ୍ୟାନସର ରୋଗୀଙ୍କୁ ଏହି ଧାନର ଚାଉଳ ଖାଇବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ରୋଗୀମାନେ ଉପକୃତ ମଧ୍ୟ ହେଉଛନ୍ତି।
କଳାଧାନ ଚାଷରେ ଏକର ପିଛା ୮ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୬ଗୁଣ ଅର୍ଥାତ୍‌ ୫୦ ହଜାର ଟଙ୍କା ଯାଏ ଲାଭ ମିଳୁଥିଲା। ପ୍ରଥମ ଦୁଇବର୍ଷ ଧାନର ପ୍ରବଳ ଚାହିଦା ଥିଲା। ଲୋକମାନେ କିଣିବାକୁ ଧାଡ଼ି ଲଗାଉଥିଲେ। ଏହାକୁ ଦେଖି ଚଳିତ ବର୍ଷ ଅଞ୍ଚଳର ୪୦ ଏକର ଜମିରେ ୨୦୦ କୁଇଣ୍ଟାଲ ଫସଲ ଉତ୍ପାଦିତ ହୋଇଛି। ହେଲେ ଏହାକୁ ବିକ୍ରି କରିବା ମୁସ୍କିଲ ହୋଇପଡ଼ିଛି। ବ୍ୟବସାୟୀମାନେ ପ୍ରତିଶ୍ରୁତି ଦେଉଥିଲେ ହେଁ ଧାନ କିଣିବାକୁ ଆସୁନାହାନ୍ତି। କରୋନା କଟକଣା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀମାନେ କହିଛନ୍ତି। କଳାଧାନର ବିକ୍ରିବଟା ପାଇଁ ବଜାର ସୃଷ୍ଟି କରିବା ଲାଗି ଚାଷୀମାନେ ଜିଲା ପ୍ରଶାସନ, କୃଷି ବିଭାଗ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ସାଧାରଣ ମେଶିନରେ ଏହି ଧାନ ପେଷିବା କାଠିକର ପାଠ। ଏଥିଲାଗି ସ୍ବତନ୍ତ୍ର ମେଶିନ ଲୋଡ଼ା। ବ୍ଲକରେ କାହାରି ପାଖରେ ଏ ଧରଣର ମେଶିନ ନାହିଁ। କଙ୍କଡ଼ାହାଡ଼ ବ୍ଲକରେ ଜଣେ ମିଲରଙ୍କ ପାଖରେ ଏହି ମେଶିନ ରହିଛି। ତେଣୁ ଲୋକମାନେ ଧାନ କିଣି ନେଲେ ମଧ୍ୟ ଚାଉଳ କରିବାରେ ସମସ୍ୟାରେ ପଡୁଛନ୍ତି। ତେଣୁ ଅଞ୍ଚଳରେ ଏଭଳି ସ୍ବତନ୍ତ୍ର ଧାନପେସା ମେଶିନ ବ୍ୟବସ୍ଥା କରାଗଲେ ଖୁଚୁରା ଚାଉଳ ବିକ୍ରି କରିବାରେ ସୁଫଳ ମିଳନ୍ତା ବୋଲି ଚାଷୀମାନେ କହିଛନ୍ତି।
ଏ ନେଇ ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମିଶ୍ର କୁହନ୍ତି, ଲକ୍‌ଡାଉନ୍‌ ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଚାଷୀଙ୍କ ଉତ୍ପାଦିକ କଳାଧାନ ବିକ୍ରି କରିବାକୁ ବିଭିନ୍ନ କମ୍ପାନୀ ସହିତ ଯୋଗାଯୋଗ କରାଯାଇଛି। ଖୁବ୍‌ଶୀଘ୍ର ଧାନ ବିକ୍ରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri