କଳାଟଙ୍କା ତଥ୍ୟ ଦେବାକୁ ସରକାର ଅରାଜି

ନୂଆଦିଲ୍ଲୀ,୨୪-୧୨: ସୁଇଜରଲାଣ୍ଡରେ ଥିବା ବ୍ୟାଙ୍କଗୁଡିକୁ କଳା ଟଙ୍କା ରଖିବାର ଭୂସ୍ବର୍ଗ ବୋଲି ବିଚାର କରାଯାଇଥାଏ। ପୂର୍ବରୁ ଏଠାକାର ସରକାର ଅନ୍ୟ କୌଣସି ଦେଶକୁ ନିଜ ବ୍ୟାଙ୍କରେ ଥିବା ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଦେଉ ନ ଥିଲେ। ହେଲେ ଏହି ଧାରାରେ ନିୟମ ପରିବର୍ତ୍ତନ ହେବା ସହ ଅନ୍ୟ ଦେଶଗୁଡିକ ଟିକସ ଚୁକ୍ତି ଦ୍ୱାରା ଆକାଉଣ୍ଟ ସୂଚନା ପାଉଛନ୍ତି। ଉକ୍ତ ଦେଶଗୁଡିକ ମଧ୍ୟରେ ଭାରତ ମଧ୍ୟ ସାମିଲ ହୋଇଛି। ଭାରତ ସୁଇଜରଲାଣ୍ଡଠାରୁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପାଇବା ଆରମ୍ଭ ହୋଇଛି ହେଲେ ଏହି ସମ୍ପର୍କରେ ସୂଚନା ଦେବାକୁ ଅଗ୍ରାହ୍ୟ କରିଥିବା ଜଣାପଡିଛି। ଭାରତୀୟଙ୍କ ସ୍ବିସ୍‌ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ବିସ୍ତୃତ ସୂଚନା ଦେବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ମନା କରି ଦେଇଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଟିକସ ଚୁକ୍ତି ମୁତାବକ ଗୋପନୀୟତା ପ୍ରସଙ୍ଗକୁ ବିଚାର କରି ତଥ୍ୟ ଦେଇ ହେବ ନାହିଁ ବୋଲି ସରକାର କହିଛନ୍ତି। ସେହିଭଳି ବିଦେଶରୁ କେତେ ପରିମାଣର କଳାଟଙ୍କା ସରକାର ଲାଭ କରିଛନ୍ତି ସେ ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ(ଆରଟିଆଇ)ରେ ମଗାଯାଇଥିବା ବେଳେ ଏହା ଦେବାକୁ ସରକାର ମନା ଦେଇଥିବା ଜଣାପଡିଛି।
ସୁଇଜରଲାଣ୍ଡ ସହ ନୂଆ ପ୍ରତ୍ୟକ୍ଷ ଟିକସ ଚୁକ୍ତି ମୁତାବକ ଭାରତୀୟଙ୍କ ଆକାଉଣ୍ଟ ସୂଚନା ସରକାର ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରଥମଥର ଲାଗି ଲାଭ କରିଛନ୍ତି। ସୁଇଜରଲାଣ୍ଡର ସଂଘୀୟ ଟିକସ ପ୍ରଶାସନ(ଏଫ୍‌ଟିଏ) ଭାରତ ସମେତ ଅନ୍ୟ ୭୫ ଦେଶ ସହ ଏଭଳି ଚୁକ୍ତିରେ ସାମିଲ ହୋଇଛି। ବିଶ୍ୱସ୍ତରର ଅଟୋମେଟିକ ଏକ୍ସଚେଞ୍ଜ ଅଫ୍‌ ଇନଫରମେଶଟନ(ଏଇଓଆଇ) ମୁତାବକ ସ୍ବିସ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟକ୍ରମ ଜାରି କରିଛନ୍ତି। ସୁଇଜରଲାଣ୍ଡ ବ୍ୟାଙ୍କଗୁଡିକରେ ଥିବା କଳାଟଙ୍କା ଉପରେ ଅଧ୍ୟୟନ କରିବା ଲାଗି ପୂର୍ବର ଉପା ସରକାରଙ୍କ ସମୟରେ ୩ଟି ପ୍ରତିଷ୍ଠାନକୁ କାର୍ଯ୍ୟନ୍ୟସ୍ତ କରାଯାଇଥିଲା। ଏହା ମଧ୍ୟରେ ନ୍ୟାଶନାଲ କାଉନସିଲ ଅଫ୍‌ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ(ଏନ୍‌ସିଏଇଆର୍‌) ଭଳି ଅନୁଷ୍ଠାନ ରହିଥିଲେ। ୧୯୮୦ ପରଠାରୁ ୨୦୧୦ ମଧ୍ୟ ଦେଶ ବାହାରେ ଭାରତୀୟଙ୍କ କଳା ସମ୍ପତ୍ତି ପ୍ରାୟ ୩୮୪ ବିଲିୟନରୁ ୪୯୦ ବିଲିୟନ ହେବ ବୋଲି ଆକଳନ କରାଯାଇଥିଲା।
ସେହିଭଳି ୧୯୯୦ ପରଠାରୁ ୨୦୦୮ ମଧ୍ୟରେ ଭାରତ ବାହାରକୁ ବେଆଇନ ଭାବେ ୨୧୬.୪୮ ବିଲିୟନ ବା ୯.୪୧ ଲକ୍ଷ କୋଟି ଟଙ୍କା ପଠାଯାଇଛି ବୋଲି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଫାଇନାସିଆଲ ମ୍ୟାନେଜମେଣ୍ଟ(ଏନ୍‌ଆଇଏଫ୍‌ଏମ୍‌) ପକ୍ଷରୁ କୁହାଯାଇଥିଲା। ଟଙ୍କା ଚାଲାଣ ଦେଶରେ ହେଉଥିବା ବେଆଇନ ଆୟର ମାତ୍ର ୧୦% ବୋଲି ଅନୁମାନ କରାଯାଏ। ୧୯୯୭-୨୦୦୯ ମଧ୍ୟରେ ବିଦେଶକୁ ବେଆଇନ ଅର୍ଥ ଚାଲାଣ ଦେଶର ଜିଡିପିର ୦.୨%ରୁ ୭.୪% ରହିଥିବା ଇନଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ ପଲିସି ଆଣ୍ଡ ଫାଇନାନ୍ସ (ଏନ୍‌ଆଇପିଏଫ୍‌ପି) ଆକଳନ କରିଛି। ଏହି ପ୍ରତିଷ୍ଠାନଗୁଡିକ ୨୦୧୩ ଡିସେମ୍ବର ରୁ ଅଗଷ୍ଟ ୨୦୨୧ ମଧ୍ୟରେ ସରକାରଙ୍କୁ ତଥ୍ୟ ପ୍ରଦାନ କରିଥିଲେ। ଚଳିତ ବର୍ଷ ସଂସଦର ଷ୍ଟାଣ୍ଡିଂ କମିଟି ଏହି ରିପୋର୍ଟକୁ ସାର୍ବଜନିନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri