କଳାଟଙ୍କା ତଥ୍ୟ ଦେବାକୁ ସରକାର ଅରାଜି

ନୂଆଦିଲ୍ଲୀ,୨୪-୧୨: ସୁଇଜରଲାଣ୍ଡରେ ଥିବା ବ୍ୟାଙ୍କଗୁଡିକୁ କଳା ଟଙ୍କା ରଖିବାର ଭୂସ୍ବର୍ଗ ବୋଲି ବିଚାର କରାଯାଇଥାଏ। ପୂର୍ବରୁ ଏଠାକାର ସରକାର ଅନ୍ୟ କୌଣସି ଦେଶକୁ ନିଜ ବ୍ୟାଙ୍କରେ ଥିବା ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଦେଉ ନ ଥିଲେ। ହେଲେ ଏହି ଧାରାରେ ନିୟମ ପରିବର୍ତ୍ତନ ହେବା ସହ ଅନ୍ୟ ଦେଶଗୁଡିକ ଟିକସ ଚୁକ୍ତି ଦ୍ୱାରା ଆକାଉଣ୍ଟ ସୂଚନା ପାଉଛନ୍ତି। ଉକ୍ତ ଦେଶଗୁଡିକ ମଧ୍ୟରେ ଭାରତ ମଧ୍ୟ ସାମିଲ ହୋଇଛି। ଭାରତ ସୁଇଜରଲାଣ୍ଡଠାରୁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପାଇବା ଆରମ୍ଭ ହୋଇଛି ହେଲେ ଏହି ସମ୍ପର୍କରେ ସୂଚନା ଦେବାକୁ ଅଗ୍ରାହ୍ୟ କରିଥିବା ଜଣାପଡିଛି। ଭାରତୀୟଙ୍କ ସ୍ବିସ୍‌ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ବିସ୍ତୃତ ସୂଚନା ଦେବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ମନା କରି ଦେଇଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଟିକସ ଚୁକ୍ତି ମୁତାବକ ଗୋପନୀୟତା ପ୍ରସଙ୍ଗକୁ ବିଚାର କରି ତଥ୍ୟ ଦେଇ ହେବ ନାହିଁ ବୋଲି ସରକାର କହିଛନ୍ତି। ସେହିଭଳି ବିଦେଶରୁ କେତେ ପରିମାଣର କଳାଟଙ୍କା ସରକାର ଲାଭ କରିଛନ୍ତି ସେ ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ(ଆରଟିଆଇ)ରେ ମଗାଯାଇଥିବା ବେଳେ ଏହା ଦେବାକୁ ସରକାର ମନା ଦେଇଥିବା ଜଣାପଡିଛି।
ସୁଇଜରଲାଣ୍ଡ ସହ ନୂଆ ପ୍ରତ୍ୟକ୍ଷ ଟିକସ ଚୁକ୍ତି ମୁତାବକ ଭାରତୀୟଙ୍କ ଆକାଉଣ୍ଟ ସୂଚନା ସରକାର ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରଥମଥର ଲାଗି ଲାଭ କରିଛନ୍ତି। ସୁଇଜରଲାଣ୍ଡର ସଂଘୀୟ ଟିକସ ପ୍ରଶାସନ(ଏଫ୍‌ଟିଏ) ଭାରତ ସମେତ ଅନ୍ୟ ୭୫ ଦେଶ ସହ ଏଭଳି ଚୁକ୍ତିରେ ସାମିଲ ହୋଇଛି। ବିଶ୍ୱସ୍ତରର ଅଟୋମେଟିକ ଏକ୍ସଚେଞ୍ଜ ଅଫ୍‌ ଇନଫରମେଶଟନ(ଏଇଓଆଇ) ମୁତାବକ ସ୍ବିସ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟକ୍ରମ ଜାରି କରିଛନ୍ତି। ସୁଇଜରଲାଣ୍ଡ ବ୍ୟାଙ୍କଗୁଡିକରେ ଥିବା କଳାଟଙ୍କା ଉପରେ ଅଧ୍ୟୟନ କରିବା ଲାଗି ପୂର୍ବର ଉପା ସରକାରଙ୍କ ସମୟରେ ୩ଟି ପ୍ରତିଷ୍ଠାନକୁ କାର୍ଯ୍ୟନ୍ୟସ୍ତ କରାଯାଇଥିଲା। ଏହା ମଧ୍ୟରେ ନ୍ୟାଶନାଲ କାଉନସିଲ ଅଫ୍‌ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ(ଏନ୍‌ସିଏଇଆର୍‌) ଭଳି ଅନୁଷ୍ଠାନ ରହିଥିଲେ। ୧୯୮୦ ପରଠାରୁ ୨୦୧୦ ମଧ୍ୟ ଦେଶ ବାହାରେ ଭାରତୀୟଙ୍କ କଳା ସମ୍ପତ୍ତି ପ୍ରାୟ ୩୮୪ ବିଲିୟନରୁ ୪୯୦ ବିଲିୟନ ହେବ ବୋଲି ଆକଳନ କରାଯାଇଥିଲା।
ସେହିଭଳି ୧୯୯୦ ପରଠାରୁ ୨୦୦୮ ମଧ୍ୟରେ ଭାରତ ବାହାରକୁ ବେଆଇନ ଭାବେ ୨୧୬.୪୮ ବିଲିୟନ ବା ୯.୪୧ ଲକ୍ଷ କୋଟି ଟଙ୍କା ପଠାଯାଇଛି ବୋଲି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଫାଇନାସିଆଲ ମ୍ୟାନେଜମେଣ୍ଟ(ଏନ୍‌ଆଇଏଫ୍‌ଏମ୍‌) ପକ୍ଷରୁ କୁହାଯାଇଥିଲା। ଟଙ୍କା ଚାଲାଣ ଦେଶରେ ହେଉଥିବା ବେଆଇନ ଆୟର ମାତ୍ର ୧୦% ବୋଲି ଅନୁମାନ କରାଯାଏ। ୧୯୯୭-୨୦୦୯ ମଧ୍ୟରେ ବିଦେଶକୁ ବେଆଇନ ଅର୍ଥ ଚାଲାଣ ଦେଶର ଜିଡିପିର ୦.୨%ରୁ ୭.୪% ରହିଥିବା ଇନଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ ପଲିସି ଆଣ୍ଡ ଫାଇନାନ୍ସ (ଏନ୍‌ଆଇପିଏଫ୍‌ପି) ଆକଳନ କରିଛି। ଏହି ପ୍ରତିଷ୍ଠାନଗୁଡିକ ୨୦୧୩ ଡିସେମ୍ବର ରୁ ଅଗଷ୍ଟ ୨୦୨୧ ମଧ୍ୟରେ ସରକାରଙ୍କୁ ତଥ୍ୟ ପ୍ରଦାନ କରିଥିଲେ। ଚଳିତ ବର୍ଷ ସଂସଦର ଷ୍ଟାଣ୍ଡିଂ କମିଟି ଏହି ରିପୋର୍ଟକୁ ସାର୍ବଜନିନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri