Categories: ବାଣିଜ୍ୟ

କଲ୍ୟାଣ ଜୁଏଲର୍ସ ପକ୍ଷରୁ ନୂଆ ଅଭିଯାନ

ଭୁବନେଶ୍ୱର, ୧୮-୪: କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ମାଗଣା ଗୋଲ୍ଡ କଏନ ଭାବେ ଶୋ’ରୁମ ପକ୍ଷରୁ ୩୦୦ କିଲୋ ପର୍ଯ୍ୟନ୍ତ ସୁନା ଗ୍ରାହକଙ୍କୁ ପ୍ରଦାନ ଲାଗି ଯୋଜନା ହାତକୁ ନିଆଯାଇଛି। ସାରା ବିଶ୍ୱରେ ଥିବା ଗ୍ରାହକଙ୍କ ଲାଗି ଏଭଳି ବ୍ୟବସ୍ଥା ରହିଛି। ଏହି ସମୟରେ ସୁନା ଗହଣାର ଗଢା ମୂଲ୍ୟ ୧୯୯ ଟଙ୍କାରୁ ଆରମ୍ଭ ହେଉଛି। ୫୦ ହଜାର ଟଙ୍କା କିମ୍ବା ଏହା ଠାରୁ ଅଧିକ ମୂଲ୍ୟର ହୀରା ଏବଂ ପୋଲକୀ କିଣା କିଣି ଉପରେ ୧ ଗ୍ରାମର ସୁନା କଏନ ମାଗଣାରେ ପ୍ରଦାନ କରାଯାଉଛି। ଏହା ସହ ଅନ୍ୟାନ୍ୟ ବର୍ଗରେ ମଧ୍ୟ ସୁନା କଏନ ପ୍ରଦାନ କରାଯିବା ନେଇ ବ୍ୟବସ୍ଥା ରହିଛି। ସର୍ବୋତ୍ତମ ଅଫର ସହ ଗ୍ରାହକଙ୍କ ଉତ୍ସବ ପାଳନରେ ଏକ ଅଂଶ ହୋଇଛୁ ବୋଲି କମ୍ପାନୀର ଅଧ୍ୟକ୍ଷ ଟି.ଏସ୍‌.କଲ୍ୟାଣ ରମଣ କହିଛନ୍ତି। ଏହି ଅଫର ଜୁନ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ସୂଚନା ରହିଛି।

Share