କଲ୍ୟାଣୀଗ୍ରାମର ୧୫ ପରିବାର ଜଳବନ୍ଦୀ

ବାହାନଗା,୧୨।୯(ଡି.ଏନ.ଏ.-ବାଲେଶ୍ୱର ଜିଲା ବାହାନଗା ବ୍ଳକ କଲ୍ୟାଣୀ ଗ୍ରାମର ୬ ନମ୍ବର ୱାର୍ଡର ୧୫ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଗ୍ରାମରେ ନୂଆ କରି ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ସେମାନଙ୍କ ଲାଗି ଦୁଃଖ ଆଣି ଦେଇଛି । ରାସ୍ତା ଉଚ୍ଚା ହୋଇଥିବା ବେଳେ ଲୋକଙ୍କ ଘର ନିଚା ହୋଇଯାଇଛି । ଜଳ ନିଷ୍କାସନ ଲାଗି ଉପଯୁକ୍ତ ପଦକ୍ଷେପ ନିଆଯାଇ ନ ଥିବାରୁ ସେମାନଙ୍କ ଘରଦ୍ୱାର ବର୍ଷାପାଣିରେ ସବୁବେଳେ ବୁଡି ରହୁଛି। ପୂର୍ବରୁ ବସିଥିବା ହୋମପାଇପକୁ ଠିକା ସଂସ୍ଥା ବାହାର କରିଦେଇ ଥିବା ଏବଂ ନୟନଯୋରୀ ଜବରଦଖଲରେ କରାଯାଇଥିବା କାରଣରୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ। ଏ ସମ୍ପର୍କରେ ସେମାନେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସମେତ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ସୁଫଳ ନ ପାଇବାରୁ ଶେଷରେ ବୁଧବାର ବାହାନଗା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସାହିର ବାସନ୍ତୀ ସେଠୀ-୧, ବାସନ୍ତୀ ସେଠୀ-୨, ଭାରତୀ ସେଠୀ, ସଂଯୁକ୍ତା ସେଠୀ, ନାରାୟଣ ସେଠୀ, କରୁଣାକର ସେଠୀ ପ୍ରମୁଖ ମହିଳା ଓ ପୁରୁଷ ଏଥିର ସାମିଲ ହୋଇଥିଲେ। ଗତ ଅଗଷ୍ଟ ମାସରେ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ ଲାଗି ଜମି ମାପଚୁପ କରାଯାଇଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସ୍ଥାନୀୟ ଧୋବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।ବର୍ଷାଜଳ ନିଷ୍କାସନ ସମସ୍ୟା ନେଇ ଲୋକେ ଧାରଣା ଦେବା ପରେ ଅପରାହ୍ନ ସାଢେ୬ ଟା ସମୟ ରେ ଅତିରକ୍ତ ତହସିଲିଦାର ବିନୋଦ ଚନ୍ଦ୍ର ପଣ୍ଡା ଧାରଣାସ୍ଥଳକୁ ଆସି ସାହିର ମହିଳା ପୁରୁଷଙ୍କୁ ବୁଝାଶୁଝା କରିଥିଲେ। ପରେ ସେ ଗ୍ରାମକୁ ଯାଇ ଜଳବନ୍ଦୀ ସ୍ଥାନବଚଲି ଦେଖିଥିଲେ ା ଦୁଇଦିନ ଭିତରେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ତହସିଲିଦାର ପ୍ରତିଶ୍ରୁତି ଦେବାରୁ ଲୋକେ ଧାରଣାରୁ ଉଠିିଥିଲେ। ଗତ ମଙ୍ଗଳବାର ଲୋକଙ୍କ ଅଭିଯୋଗ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଅଜୟ ବେହେରା ଓ କନିଷ୍ଠ ଯନ୍ତ୍ରୀ ଅଣାକାର ଜେନା ସାହିେରେ ଥିବା ଜଳବନ୍ଦୀ ଅଞ୍ଚଳ ବୁଲି କିପରି ଜଳ ନିଷ୍କାସନ ହୋଇପାରିବ ସେବାବଦରେ ଠିକାଦାରଙ୍କ ସହିତ ଅଲୋଚନା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri