କଲ୍ଲୀ ପୁରୀଙ୍କୁ ମିଳିଲା ମିଡିଆ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଭାବଶାଳୀ ମହିଳା ସମ୍ମାନ

ଇଂଲଣ୍ଡ,୨୮।୯: ଇଣ୍ଡିଆ ଟୁଡେ ଗ୍ରୁପ୍‌ର ଭାଇସ୍‌ ଚେୟାରମ୍ୟାନ କଲ୍ଲୀ ପୁରୀଙ୍କୁ ‘ଇଣ୍ଡିଆଜ୍‌ ମୋଷ୍ଟ ପାଓ୍ବାରଫୁଲ ଓ୍ବିମେନ ଇନ୍‌ ମିଡିଆ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଶୁକ୍ରବାର ବ୍ରିଟିଶ ସଂସଦରେ କନ୍‌ଫ୍ଲୁଏନ୍ସ ଏକ୍ସିଲେନ୍ସ ଆଓ୍ବାର୍ଡ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ କଲ୍ଲୀଙ୍କୁ ଉକ୍ତ ପୁରସ୍କାର ଦିଆଯାଇଥିଲା। ଦୁଇ ସପ୍ତାହ ପୂର୍ବରୁ ଲଣ୍ଡନରେ ଆୟୋଜିତ ହୋଇଥିବା ୨୧ତମ ଶତାବ୍ଦୀ ଆଇକନ୍‌ ଆଓ୍ବାର୍ଡରେ ତାଙ୍କୁ ‘ଆଉଟଷ୍ଟାଣ୍ଡିଂ ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ’ ପୁରସ୍କାର ଦିଆଯାଇଥିଲା। କଲ୍କୀଙ୍କ ଏହି ପୁରସ୍କାର ଭାରତ ଗଣମାଧ୍ୟମ ଜଗତରେ ବହୁ ଗର୍ବର ବିଷୟ।

Share