କଲେଜ ଶିକ୍ଷା ପ୍ରତି ଆଗ୍ରହ ନାହିଁ

ବ୍ରହ୍ମପୁର ଅଫିସ୍‌,୩୦ା୭-ଚଳିତବର୍ଷ ପାଇଁ ଯୁକ୍ତ ୨ ନାମଲେଖା ଶେଷ ହୋଇଛି। ସୋମବାରଠାରୁ ପାଠପଢ଼ା ସହ ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ। ବର୍ଷା ଯୋଗୁ ପ୍ରଥମ ଦିନରେ କମ୍‌ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ଦେଖିବାକୁ ମିଳିଥିଲା। ଛାତ୍ରୀଛାତ୍ରମାନେ ସ୍କୁଲ ସାଙ୍ଗଙ୍କ ସହ ଏକାଠି ବସିଥିବା ଦେଖା ଯାଇଥିଲା। ଅନେକ ନୂତନ ସାଙ୍ଗ ଖୋଜିଥିଲେ। ପରିଚୟ ଆଦାନ ପ୍ରଦାନରେ ପ୍ରଥମ ଦିନ କଟିଥିଲା। ଅନ୍ୟପଟେ କେତେକ କଲେଜରେ ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଚଳିତ ବର୍ଷ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌ କରିବା ପରେ ଯୁକ୍ତ ୨ରେ ନାମଲେଖାଇ ନ ଥିବା ଦେଖାଦେଇଛି। ସେମାନେ ପାଠ ଛାଡ଼ିଲେ ନା ଇଞ୍ଜିନିୟରିଂ କିମ୍ବା ଅନ୍ୟ ବୃତ୍ତିଗତ ଶିକ୍ଷାପ୍ରତି ଆଗ୍ରହ ଦେଖାଇଲେ, ତାକୁ ନେଇ ଶିକ୍ଷାବିତ୍‌ମାନେ ଚିନ୍ତା ପ୍ରକଟ କରୁଛନ୍ତି।
ଗଞ୍ଜାମ ଜିଲାରେ ଚଳିତ ବର୍ଷ ୪୮ହଜାର ୩୦୬ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୪ହଜାର ୭୦୩ଜଣ ପାସ୍‌ କରିଥିଲେ। କିନ୍ତୁ ଏହି ପାସ୍‌ଠାରୁ ଯୁକ୍ତ ୨ ନାମଲେଖା ଢ଼େର୍‌ କମ୍‌ ରହିଛି। କାରଣ ଚଳିତ ବର୍ଷ ଯୁକ୍ତ ୨ରେ ଜିଲାରେ ୨୮ହଜାର ୧୨୩ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଜିଲାରେ ମୋଟ ୪୨ହଜାର ୬୯୦ ସିଟ୍‌ ରହିଛି। ଫଳରେ ଆହୁରି ୧୪ହଜାର ୫୬୭ ସିଟ୍‌ ଖାଲି ପଡ଼ିଛି । ଅର୍ଥାତ୍‌ ମାଟ୍ରିକ୍‌ ପାସ୍‌ କରିବା ପରେ ୬ ହଜାର ୫୮୦ ଛାତ୍ରୀଛାତ୍ର ଯୁକ୍ତ ୨ରେ ନାମ ଲେଖାଇ ନାହାନ୍ତି। ଏମାନେ କୁଆଡ଼େ ଗଲେ, ତାକୁ ନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି। କିନ୍ତୁ ଶିକ୍ଷାବିତ୍‌ମାନଙ୍କ ମତ ହେଉଛି, ଛୋଟଛୋଟ ଗଁାରେ ମଧ୍ୟ ବିଦ୍ୟାଳୟ ରହିଛି। ହେଲେ କଲେଜରେ ପାଠ ପଢ଼ିବାକୁ ହେଲେ ଦୂର ଜାଗାକୁ ଯିବାକୁ ହୋଇଥାଏ । ଗ୍ରାମାଞ୍ଚଳରେ ବିଶେଷକରି ଅଭିଭାବକମାନେ ଏହାକୁ ପସନ୍ଦ କରନ୍ତି ନାହିଁ । ଏହା ଏକ କାରଣ ହୋଇଥିବା କୁହାଯାଉଛି। ଅପରପକ୍ଷେ ଡିପ୍ଲୋମା ଇଞ୍ଜିନିୟରିଂ ଏବଂ ଆଇଟିଆଇରେ ସେମାନଙ୍କ ମଧ୍ୟରୁ ଅନେକ ନାମ ଲେଖାଇଥାଇ ପାରନ୍ତି ବୋଲି ମଧ୍ୟ ଶିକ୍ଷାବିତ୍‌ମାନେ ମତ ଦେଉଛନ୍ତି।
ଯୁକ୍ତ ୨ ନାମଲେଖା ତଥ୍ୟକୁ ଦେଖିଲେ ଜଣାପଡ଼ୁଛି, କଳାରେ ୧୯ ହଜାର ୭୭୭ ସିଟ୍‌ରୁ ୧୭ହଜାର ୨୮୯ସିଟ୍‌ ପୂରଣ ହୋଇଥିବା ବେଳେ ୨ହଜାର ୪୮୮ ସିଟ୍‌ ଖାଲି ପଡ଼ିଛି । ବିଜ୍ଞାନରେ ୧୬ହଜାର ୯୨୯ ସିଟ୍‌ରୁ ୮ହଜାର ୩୮୦ ସିଟ୍‌ ପୂରଣ ହୋଇଥିବା ବେଳେ ୮ହଜାର ୫୪୯ ସିଟ୍‌ ଖାଲି ପଡ଼ିଛି । ବାଣିଜ୍ୟରେ ୫ହଜାର ୧୮୪ ସିଟ୍‌ରୁ ୨ହଜାର ୧୧୧ ସିଟ୍‌ ପୂରଣ ହୋଇଛି ଏବଂ ୩ହଜାର ୭୩ ସିଟ୍‌ ଖାଲି ପଡ଼ିଛି । ସଂସ୍କୃତରେ ୩୨୦ ସିଟ୍‌ରୁ ୧୮୮ ପୂରଣ ହୋଇଥିବା ବେଳେ ୧୩୨ ସିଟ୍‌ ଖାଲି ରହିଛି । ଧନ୍ଦାମୂଳକ ଶିକ୍ଷାରେ ୪୮୦ ସିଟ୍‌ରୁ ୧୫୫ଟି ପୂରଣ ହୋଇଥିବା ବେଳେ ୩୨୫ ସିଟ୍‌ ଖାଲି ରହିଛି। କେବଳ ଘରୋଇ ନୁହେଁ ପ୍ରମୁଖ ସରକାରୀ କଲେଜଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟାରେ ସିଟ୍‌ ଖାଲି ପଡ଼ିଛି। ବ୍ରହ୍ମପୁରସ୍ଥିତ ଆଡଭାନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥ୍‌ମେଟିକ୍ସ ଆଣ୍ଡ ସାଇନ୍ସରେ କଳାରେ ୬୪ ସିଟ୍‌ରୁ ମାତ୍ର ୧୧, ବିଜ୍ଞାନରେ ୬୪ରୁ ୨୮ ଏବଂ ବାଣିଜ୍ୟରେ ୬୪ରୁ ମାତ୍ର ୨ ସିଟ୍‌ ପୂରଣ ହୋଇଛି। ଦିଶା ହାୟର୍‌ ସେକେଣ୍ଡାରୀ ସ୍କୁଲ ଅଫ୍‌ ସାଇନ୍ସ ଆଣ୍ଡ କମର୍ସରେ ବିଜ୍ଞାନରେ ୯୬ ସିଟ୍‌ ଥିବା ବେଳେ ମାତ୍ର ୩୩ ଏବଂ ବାଣିଜ୍ୟରେ ୬୪ରୁ ମାତ୍ର ୨୪ ସିଟ୍‌ ପୂରଣ ହୋଇଛି। ଗାୟତ୍ରୀ ହାୟର୍‌ ସେକେଣ୍ଡାରୀ ସ୍କୁଲରେ ନାମଲେଖା ସ୍ଥିତି ଅତ୍ୟନ୍ତ ଖରାପ। ବିଜ୍ଞାନରେ ୩୮୪ ସିଟ୍‌ରୁ ମାତ୍ର ୨୪ ପୂରଣ ହୋଇଛି । ସେହିଭଳି ଲିଙ୍ଗରାଜ ବିଜ୍ଞାନ ହାୟର୍‌ ସେକେଣ୍ଡାରୀ ସ୍କୁଲରେ ବିଜ୍ଞାନରେ ୧୨୮ରୁ ମାତ୍ର ୮ ଏବଂ ମଡ଼େଲ୍‌ ମହିଳା ହାୟର୍‌ ସେକେଣ୍ଡାରୀ ସ୍କୁଲରେ ବିଜ୍ଞାନରେ ୬୪ରୁ ମାତ୍ର ୮ଟି ସିଟ୍‌ ପୂରଣ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri