କଲେଜ ବସ ଧକ୍କାରେ ଯୁବକଙ୍କ ଜୀବନଗଲା

କୋରାପୁଟ,୧।୮(ସ୍ବ.ପ୍ର.) : କୋରାପୁଟ – ଜୟପୁର ରାସ୍ତାର ଆଇଆରବି ବାଟାଲିୟନ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ବସ ଜଣେ ଯୁବକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, କୋରାପୁଟ ବ୍ଲକ ଦେଓଘାଟି ଗ୍ରାମର ମନୋଜ ମହାନନ୍ଦିଆ(୪୦) ବାଇକରେ ଯାଉଥିବା ସମୟରେ ଜୟପୁର ହାଇଟେକ୍‌ କଲେଜ ବସ୍‌ ପଛରୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ପ୍ରତିବାଦରେ ୨୬ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି।