Categories: ଜାତୀୟ

କଲାମଙ୍କ ଜନ୍ମଦିବସକୁ ‘ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ଡେ’ ଭାବେ ପାଳନ କରିବାକୁ ପ୍ରସ୍ତାବ ରଖିଲେ ଆନନ୍ଦ ଭାସ୍କର

ନୂଆଦିଲ୍ଲୀ,୧୬।୬: ପୂର୍ବତନ ରାଜ୍ୟ ସଭା ଏମ୍‌ପି ତଥା ଭାଜପା ନେତା ଆନନ୍ଦ ଭାସ୍କର ରାପୋଲୁ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିବସକୁ ‘ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ଡେ’ ଭାବେ ପାଳନ କରିବାକୁ ପ୍ରସ୍ତାବ ରଖିଛନ୍ତି। ସେ ଏସମ୍ପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୧୫ରେ କଲାମଙ୍କର ଜନ୍ମ ଦିବସ ହୋଇଥିବାରୁ ଏହି ଦିବସକୁ ‘ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ଡେ’ ଭାବେ ପାଳନ କରାଯାଉ ବୋଲି ସେ କହିଛନ୍ତି।

Share