ଖଜୁରିପଡ଼ା,୨୦ା୧୧(ଡି.ଏନ.ଏ.)- ଖଜୁରିପଡା ବ୍ଲକ ବଲସକୁମ୍ପା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଖଲିଗୁଡ୍ରି ଗ୍ରାମକୁ ବଲସକୁମ୍ପାଠାରୁ ଟୁକୁଲପଡ଼ା ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କରେ ବିଭିନ୍ନ କାର୍ଯ୍ୟରେ ପଞ୍ଚାୟତ କିମ୍ବା ସଦର ମହକୁମା ଫୁଲବାଣୀର ଛନ୍ଦୁରୁପଦର, ଟୁକୁଲୁପଡ଼ା, ଝଗଡ଼ପଟା, ଗାରଡ଼ାପାଜୁ ଆଦି ଗ୍ରାମର ଲୋକମାନେ ଯାତାୟାତ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଏହି ରାସ୍ତାର ମଧ୍ୟଭାଗରେ ଖଲିଗୁଡ୍ରି ଗ୍ରାମର ଅଙ୍ଗନୱାଡ଼ି ସମ୍ମୁଖରେ ଥିବା ବହୁ ପୁରାତନ କଲଭର୍ଟ ଦବିଯାଇଛି ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଯାତାୟାତରେ ଅସୁବିଧା ହେଉଛି। ଅଙ୍ଗନୱାଡ଼ି ଆସୁଥିବା ଶିଶୁମାନଙ୍କ ପାଇଁ ମଧ୍ୟ ବିପଦ ବଢିଛି। କଲଭର୍ଟ ମରାମତି ପାଇଁ ସ୍ଥାନୀୟ ମହାବୀର ଯୁବକ ସଂଘ ଓ ମା’ ଇଷ୍ଟଦେବୀ ଯୁବକ ସଂଘ ଅନୁରୋଧ କରିଛନ୍ତି।


