Categories: ଜାତୀୟ

କର୍‌ତାରପୁର କରିଡର:ଫି ଆଦାୟ ନ କରିବାକୁ ପାକ୍‌କୁ ଭାରତର ଅନୁରୋଧ

ନୂଆଦିଲ୍ଲୀ,୧୮-୧୦(ପି.ଟି.): କର୍‌ତାରପୁର କରିଡରକୁ କାର୍ଯ୍ୟକ୍ଷମ କରିବା ପାଇଁ ଖୁବ୍‌ଶୀଘ୍ର ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବ ବୋଲି ନୂଆଦିଲ୍ଲୀ ଆଶାବ୍ୟକ୍ତ କରିଛି। ଏହାସହ କର୍‌ତାରପୁରକୁ ଯିବାକୁ ଥିବା ଭାରତୀୟ ତୀର୍ଥଯାତ୍ରୀଙ୍କଠାରୁ ୨୦ ଡଲାର ଲେଖାଏ ଫି ଆଦାୟ ନ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଏନେଇ ବହିର୍ବ୍ୟାପାର ମୁଖପାତ୍ର ରବୀଶ କୁମାର ଗୁରୁବାର ସୂଚନା ଦେଇଛନ୍ତି। ପ୍ରକାଶ ଯେ, ପଞ୍ଜାବର ଗୁର୍‌ଦାସପୁର ଜିଲା ଡେରା ବାବା ନାନକ ପୀଠରୁ ପାକିସ୍ତାନର କର୍‌ତାରପୁରରେ ଥିବା ଗୁରୁଦ୍ୱାରା ଦରବାର ସାହିବକୁ ସଂଯୋଗ କରୁଥିବା ଏହି କରିଡର ନିର୍ମାଣ ପାଇଁ ଦୁଇଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। ତୀର୍ଥଯାତ୍ରୀଙ୍କଠାରୁ ପାକିସ୍ତାନ ୨୦ ଡଲାର (୧୪୨୦ ଟଙ୍କା) ଲେଖାଏ ସେବା ଦେୟ ଆଦାୟ ପାଇଁ ସ୍ଥିର କରିଛି।

Share