କର୍ମଜୀବୀ ଓ ଫିଟ୍‌ନେସ୍‌

ଆଜିକାଲି ଅନେକ ମହିଳା ନିଜକୁ ସ୍ବାବଲମ୍ବୀ କରିବାକୁ ଆଗେଇ ଆସୁଛନ୍ତି। କେତେକେ ନିଜେ କିଛି ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ତେବେ କର୍ମଜୀବୀମାନେ ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଶରୀର ପ୍ରତି ନଜର ଦେବା ନିହାତି ଜରୁରୀ। କାରଣ ସୁସ୍ଥ ରହିଲେ ହିଁ ଜଣେ ଆଗକୁ ଆଗେଇପାରିବ। ହେଲେ କର୍ମମୟ ଜୀବନରେ କେତେକ କର୍ମଜୀବୀ ନିଜ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିଥାଆନ୍ତି। ସକାଳୁ ଉଠି ଘରକାମ ସାରି ଅଫିସ ଯିବା, ସେଠାରେ ନିଜ ଦାୟିତ୍ୱ ତୁଲାଇବା, ପୁଣି ଅଫିସ ଶେଷ ହେବା ପରେ ଘରକୁ ଆସି ଘରକାମରେ ନିଜକୁ ନିୟୋଜିତ ରଖିବା-ଏସବୁ ସେମାନଙ୍କ ଜୀବନର ନିତିଦିନିଆ ଘଟଣା। ତେବେ ଏପରି କେତେକ ସରଳ ଉପାୟ ରହିଛି, ଯାହାକୁ କର୍ମଜୀବୀ ଆପଣେଇପାରିଲେ ଅନେକାଂଶରେ ସୁସ୍ଥ ରହିପାରିବେ। ଜାଣନ୍ତୁ ଏ ସମ୍ପର୍କରେ …
କ’ଣ କରିବେ
-ନିଜ କାର୍ଯ୍ୟକୁ ନେଇ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସେଥିରୁ କିଛି ସମୟ ବାହାରକରି ରେଷ୍ଟ ନିଅନ୍ତୁ। ସେହି ଅନୁସାରେ ନିଜର ଦୈନନ୍ଦିନ କାର୍ଯ୍ୟତାଲିକା ପ୍ରସ୍ତୁତ କରନ୍ତୁ।
-ସବୁବେଳେ କ’ଣ କରିବେ ସେନେଇ ଆଗରୁ ଯୋଜନା ପ୍ରସ୍ତୁତ କରନ୍ତୁ। ନିଜ ଦୈନିକ କାର୍ଯ୍ୟକୁ ଡାଏରୀରେ ଲେଖିରଖନ୍ତୁ।
-ସକାଳୁ ଯେତେ ବ୍ୟସ୍ତ ରହିଲେ ମଧ୍ୟ ବ୍ୟାୟାମ ପାଇଁ କିଛି ସମୟ ବାହାର କରନ୍ତୁ। ଅତିକମ୍‌ରେ ଅଧଘଣ୍ଟା ଚାଲନ୍ତୁ। କିଛି ସମୟ ଯୋଗ କରିପାରନ୍ତି।
ମାନସିକ ଓ ଶାରୀରିକ ଫିଟ୍‌ନେସ ଲାଗି ଏକ୍ସରସାଇଜ୍‌ ନିଶ୍ଚିତ କରନ୍ତୁ।
-ଆଜିକାଲି ଅନେକ ଅଫିସରେ ଯିବା ଆସିବା ପାଇଁ ଲିଫ୍ଟ ବ୍ୟବସ୍ଥା ରହିଛି। ତେବେ ଲିଫ୍ଟ ବଦଳରେ ଶିଡ଼ି ବ୍ୟବହାର କରନ୍ତୁ।
-ନିଜ କାର୍‌କୁ ପାର୍କରେ ରଖି କିଛି ସମୟ ଚାଲି ଚାଲି ଅଫିସ୍‌ ଭିତରକୁ ଯାନ୍ତୁ।
-ଲଞ୍ଚ୍‌ ପାଇଁ ଘରେ ପ୍ରସ୍ତୁତ ଖାଦ୍ୟକୁ ନେଇ ଯାନ୍ତୁ। ବାହାର ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ।
ଅଫିସ୍‌ରେ ଓ୍ବାର୍କଆଉଟ୍‌ର ଫାଇଦା
-ଅଫିସ୍‌ରେ ୨ ମିନିଟ୍‌ର ଓ୍ବାର୍କ କରିବା ଦ୍ୱାରା ଏହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।
-ଆଖି ଓ ମେରୁଦଣ୍ଡ ହାଡ଼କୁ ଆରାମ ମିଳିଥାଏ।
-ଚାଲିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ।
-ଚାଲିବା ସମୟରେ ଶରୀର ଫୁର୍ତ୍ତି ଲାଗିଥାଏ।
-ଓ୍ବାର୍କଆଉଟ୍‌ କରିବା ଦ୍ୱାରା ଦିନସାରା ମୁଡ୍‌ ଭଲ ରହିଥାଏ।
-ବ୍ୟାୟାମ ଦ୍ୱାରା ମାନସିକ ଓ ଶାରୀରିକ ଶାନ୍ତି ମିଳେ।
କାମ ସହ ଓ୍ବାର୍କଆଉଟ୍‌
-ଅଫିସ୍‌ରେ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ବସି କାମ କରିବା ବ୍ୟତୀତ ଆପଣ ନିଜକୁ ଫିଟ୍‌ ମଧ୍ୟ ରଖିପାରିବେ। କିଛି ଏମିତି ଏକ୍ସରସାଇଜ୍‌ ଅଛି, ଯାହାକୁ ଅଫିସ୍‌ କାମ ସହିତ କରିପାରିବେ।
-ଅଫିସ୍‌ରେ ଲଗାତର ବସି କାମ କରିବାକୁ ପଡ଼ିଥାଏ। ଭଲ ସ୍ବାସ୍ଥ୍ୟ ପାଇଁ ପ୍ରତି ଘଣ୍ଟାରେ ଦୁଇ ମିନିଟ୍‌ ଓ୍ବାକ୍‌ କରନ୍ତୁ।
-ଅଫିସ୍‌ରେ ନିଜ ଫାଇଲ୍‌ ରେଜିଷ୍ଟର ଆଦିକୁ ନିଜେ ଉଠାଇ ରଖନ୍ତୁ।
-ପିଇବା ପାଣି ନିଜେ ଯାଇ ଆଣନ୍ତୁ। ନିଜ ସିଟ୍‌ ପର୍ଯ୍ୟନ୍ତ ଆସିବା ଲାଗି ଲମ୍ବା ରାସ୍ତା ଆପଣାନ୍ତୁ।
-ଲଞ୍ଚ୍‌ କରିବା ପରେ କିଛି ସମୟ ଚାଲନ୍ତୁ।
-କମ୍ପ୍ୟୁଟରରେ କାମ କରି କରି ଥକି ପଡ଼ିଥିଲେ ଚେୟାର ଉପରେ ବିଶ୍ରାମ ଦାୟକ ମୁଦ୍ରାରେ ବସନ୍ତୁ। ନିୟମିତ ସମୟ ଅନ୍ତରାଳରେ ମୁହଁ ଧୁଅନ୍ତୁ। ଏହାଦ୍ୱାରା ନିଜକୁ ଫ୍ରେସ୍‌ ଲାଗିବା ସହ ଆଖି ଉପରେ କାମର ପ୍ରଭାବ ପଡ଼ି ନ ଥାଏ।
-ଅଧିକ ସମୟ ଚେୟାରରେ ବସିବା ବଦଳରେ ଅଧିକରୁ ଅଧିକ ଫିଜିକାଲ୍‌ ମୁଭ୍‌ମେଣ୍ଟ କରନ୍ତୁ।
-ଚେୟାର ଉପରେ ବସି ଆପଣ କାନ୍ଧକୁ ୧୦ଥର ପଛକୁ ଏବଂ ପୁଣି ୧୦ ଥର ଆଗକୁ ବୁଲାନ୍ତୁ।
-ଚେୟାର ଉପରେ ବସି ୧୦ଥର ପାଦକୁ ଷ୍ଟ୍ରେଚ୍‌ କରନ୍ତୁ। ଚେୟାର ହାଇଟ୍‌ର ପାଦକୁ ତଳୁ ଉପରକୁ ଉଠାନ୍ତୁ।
-ଆପଣ ନିଜ ହାତକୁ ପିଠି ଆଡ଼କୁ ନେଇଯାନ୍ତୁ ଓ ଦୁଇ ହାତର ଆଙ୍ଗୁଠିକୁ ଲକ୍‌ କରି ପଛ ଆଡ଼କୁ ଷ୍ଟ୍ରେଚ୍‌ କରନ୍ତୁ।
-ନିଜ ଦୁଇ ହାତକୁ କାନ୍ଧ ସମାନକୁ ନେଇଆସନ୍ତୁ। ମୁଠା ବନ୍ଦକରି ୧୦ ଥର ଭିତର ଆଡ଼କୁ ବୁଲାନ୍ତୁ, ପୁଣି ୧୦ଥର ବାହାରକୁ ବୁଲାନ୍ତୁ।

ଏମାନେ କ’ଣ କରନ୍ତି
ପ୍ରତି ଘଣ୍ଟାରେ ଥରେ ସିଟ୍‌ରୁ ଉଠି କିଛି ସମୟ ବୁଲାବୁଲି କରିଥାଉ
-ଇତି ଦର୍ଶନୀ (ଟେକ୍ନୋଲୋଜି ଲିଡ୍‌, ଖରାଡି, ପୁନେ)
କାମ ଆରମ୍ଭ କରିବା ପୂର୍ବରୁ ଆମେ ପୋଶ୍ଚର ଉପରେ ଧ୍ୟାନ ଦେଇଥାଉ। ଯେମିତି କି ମନିଟର ମଧ୍ୟଭାଗରେ ରହିଲେ ଆମର ଆଖି ତା’ ସହ ପାରାଲାଲ ହୋଇପାରୁଥିବ। ଆମ ଅଫିସରେ ବସିବାକୁ ଆରାମଦାୟକ ଚେୟାର ରହିଛି, ଯାହା ଦ୍ୱାରା ବ୍ୟାକ୍‌ପେନ୍‌ ହେବାର ଆଶଙ୍କା କମ୍‌ ଥାଏ। ତଥାପି ଜଣେ କର୍ମଚାରୀ ନିଜ ସୁବିଧା ଅନୁସାରେ କୁସନ ବ୍ୟବହାର କରିଥାଆନ୍ତି। ଏତଦ୍‌ବ୍ୟତୀତ ପ୍ରତି ଘଣ୍ଟାରେ ଥରେ ସିଟ୍‌ରୁ ଉଠି କିଛି ସମୟ ବୁଲାବୁଲି କରିଥାଉ। ପାଣି ପିଇବା ପାଇଁ ସବୁବେଳେ ପାଣି ବୋତଲ ପାଖରେ ରଖିଥାଉ। ଖାସ୍‌ କଥା ହେଲା, ଅଫିସରେ ଲଞ୍ଚ୍‌ କରିବା ପରେ କିଛି ସମୟ ଚଲାବୁଲା କରିଥାଉ। ଆମ ଅଫିସରେ ଉଷୁମ ପାଣିର ବ୍ୟବସ୍ଥା ମଧ୍ୟ ରହିଛି।

ଆରାମରେ କାମ କରିବା ପ୍ରତି ସବୁବେଳେ ଦୃଷ୍ଟି ଦିଏ
-ପ୍ରତୀକ୍ଷା ଦାସ (ଟ୍ରେନିଂ ମ୍ୟାନେଜର,ସିଡିଏ, କଟକ)
ମୁଁ ଆମ ଅଫିସ୍‌ରେ ଟ୍ରେନର ରୂପେ କାମ କରେ। ପିଲାମାନେ କିପରି କମ୍ଫର୍ଟେବଲ୍‌ ଭାବେ କାମ କରିବେ ସେଥିପ୍ରତି ଆମେ ଦୃଷ୍ଟି ଦେଇଥାଉ। ଲେଡି ଷ୍ଟାଫ୍‌ମାନେ ଯେମିତିକି କମ୍ଫର୍ଟେବଲ ହୋଇ ବସି କାମ କରିପାରିବେ, ସେଥିପାଇଁ ତାଙ୍କୁ ସ୍ପେଶିଆଲ ଚେୟାର ଦିଆଯାଇଛି। ଆମେ ଯଦି ଠିକ୍‌ ପୋଶ୍ଚରରେ ବସି ନ ରହିବା ତେବେ ଆମ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ଅଲଗା ଅଲଗା କର୍ପୋରେଟ୍‌ ସେକ୍ଟରରେ ତାଙ୍କ ସିଷ୍ଟମରେ ପାଣି ଆଲାର୍ମ ବ୍ୟବସ୍ଥା ରହିଛି। ଏହା ଦ୍ୱାରା କାମ କରିବାର ଆଗ୍ରହ ଆସିବ। ପ୍ରତି ଏକ ଘଣ୍ଟାରେ ଥରେ ବ୍ରେକ୍‌ ନେଇପାରିବେ। ଆଖିକୁ ମଝିରେ ମଝିରେ ବ୍ଲିଙ୍କ କରିବା ଆବଶ୍ୟକ। ଏପରି କରିବା ଦ୍ୱାରା ଆଖି ଉପରେ ଏତେଟା ପ୍ରେସର ପଡ଼ିବ ନାହିଁ। ପ୍ରତି ଅଫିସ୍‌ରେ ଗେମ୍‌ଜୋନ୍‌, ଇନ୍‌ଡୋର ଗେମ୍‌, ଟେବୁଲ୍‌ଟେନିସ୍‌ ଆଦି ରହିଲେ ଭଲ। ଏପରି କରିବା ଦ୍ୱାରା ମାଇଣ୍ଡ୍‌ ରିଫ୍ରେଶ୍‌ମେଣ୍ଟ ରହିବ। କୌଣସି ସ୍ପେଶାଲ ଅକେଜନ୍‌ରେ ମହିଳାଙ୍କୁ ଛୋଟମୋଟ ଗିଫ୍ଟ ଦେବା କିମ୍ବା ଏଥେନିକ୍‌ ଡ୍ରେସ ସେଲିବ୍ରେଶନ୍‌ ଆଦି ବିଭିନ୍ନ ଆକ୍ଟିଭିଟି କଲେ ସେମାନେ ବି ମୋଟିଭେଟ୍‌ ହୋଇପାରିବେ। ମୋଟିଭେଟ୍‌ ହେଲେ ହିଁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri