କର୍ମଚାରୀ ସଂଘର ସାଧାରଣ ସଭା : ଚିନିଶିଳ୍ପ ବନ୍ଦ ଲାଗି ଚକ୍ରାନ୍ତ ଚାଲିଛି

ଆସିକା,୨୯ା୬ (ଡି.ଏନ୍‌.ଏ.) -ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ସାଧାରଣ ସଭା ଶୁକ୍ରବାର ଚିନିଶିଳ୍ପ ପରିସରରେ ଏଆଇଟିୟୁସି ନେତା ବିଦେଶୀ ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ସୌରୀବନ୍ଧୁ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଦସ୍ୟ ରାମକୃଷ୍ଣ ପଣ୍ଡା, ଜିଲା ସଦସ୍ୟ ଅଳକାନାଥ ମିଶ୍ର, ସିପିଆଇ ଜିଲା ସମ୍ପାଦକ ପ୍ରକାଶ ପାତ୍ର, ନାରାୟଣ ଜେନା, ସନ୍ତୋଷ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ଦାସ, ଚିନିଶିଳ୍ପ କର୍ମଚାରୀ ସଂଘ ସମ୍ପାଦକ ସହଦେବ ଜେନା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଚିନିଶିଳ୍ପ ଶ୍ରମିକ ସଙ୍ଗଠନ ପ୍ରତିଷ୍ଠାଠାରୁ ରହି ଆସିଥିବା ସଂଘର ସଭାପତି ପୂର୍ବତନ ଏମ୍‌ପି ଦ୍ୱିତୀକୃଷ୍ଣ ପଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ ସହ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସଂଘର ନୂତନ ସଭାପତି ଭାବେ ଯୁବନେତା ରାମକୃଷ୍ଣ ପଣ୍ଡାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ବୈଠକରେ ଶ୍ରମିକନେତାମାନେ ଚିନିଶିଳ୍ପର ସାମ୍ପ୍ରତିକ ସ୍ଥିତି ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସରକାର ରୀତିମତ ଭାବେ ସମସ୍ତ ସରକାରୀ ଉଦ୍ୟୋଗକୁ ଋଣ ଭାର ଓ ରୁଗ୍‌ଣ ଘୋଷଣା କରି ବିକ୍ରି କରୁଥିବା ନୀତିରେ ଏହି ଶିଳ୍ପ ପ୍ରତି ମଧ୍ୟ ଦୃଷ୍ଟି ଦେଉନଥିବା ଅଭିଯୋଗ କରାଯାଇଥିଲା। ଆସିକା ଚିନିଶିଳ୍ପକୁ ବନ୍ଦ କରିବା ଲାଗି ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏକ ବିଧିବଦ୍ଧ ଚକ୍ରାନ୍ତ ଚାଲିଥିବା ରାଜ୍ୟ ସମ୍ପାଦକ କର ଅଭିଯୋଗ କରିଥିଲେ। ଚିନିଶିଳ୍ପ ଶ୍ରମିକ ଓ କୃଷକ ସଙ୍ଗଠିତ ହୋଇ ଏଭଳି ଚକ୍ରାନ୍ତକୁ ପ୍ରତିହତ କରିବା ଲାଗି ସଂକଳ୍ପବଦ୍ଧ ହେବା ନିମନ୍ତେ ସେ ଆହ୍ବାନ ଦେଇଥିଲେ। ସରକାର ଭିତ୍ତିଭୂମିର ବିକାଶ ନ ଘଟାଇ ଚାଷୀଙ୍କୁ ସହାୟତା ଦେବା ଏକ ନିରର୍ଥକ ଯୋଜନା। ଚାଷ ଲାଗି ବିହନ, ସାର, ଜଳସେଚନ ବ୍ୟବସ୍ଥା, ଉତ୍ପାଦିତ ଦ୍ରବ୍ୟର ବଜାର ବ୍ୟବସ୍ଥା ସାଙ୍ଗକୁ ଶୀତଳଭଣ୍ଡାର ସ୍ଥାପନ ଦିଗରେ ତତ୍ପର ହେବାଲାଗି ସେ ଦାବି କରିଥିଲେ। ରାଜ୍ୟର ବିକାଶ ନିମନ୍ତେ ନିମ୍ନ ସ୍ତରରେ ରହିଥିବା ଶ୍ରମିକ, କୃଷକ ଓ ଖଟିଖିଆ ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ବିନା ଏହି ବିକାଶର କୌଣସି ମୂଲ୍ୟ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ସରକାର ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପକୁ ଅଧିକ ଆର୍ଥତ୍କ ସହାୟତା ଯୋଗାଣ ପୂର୍ବକ ଏହାର ଆଧୁନିକୀକରଣ ନିମନ୍ତେ ଯତ୍ନବାନ ହେବା ଲାଗି
ଦାବି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri