କର୍ମଚାରୀଙ୍କ ଅନଶନକୁ ନେଇ ତ୍ରିପାକ୍ଷିକ ବୈଠକ: ଦୁଇ ଦିନରେ ସମାଧାନ କରିବାକୁ ନିର୍ଦ୍ଦେଶ

କାଳିଆପାଣି,୧୬ା୧୦(ଡି.ଏନ୍‌.ଏ.)- ଅଟ୍‌ୱାଲ ଛଟେଇ ଶ୍ରମିକଙ୍କ ଅନଶନକୁ ନେଇ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ତ୍ରିପାକ୍ଷିକ ସମାଧାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଉପଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଟାଟା କମ୍ପାନୀ ଭିଟି ସେଣ୍ଟର ଗୃହରେ ବୈଠକ ହୋଇଥିଲା। ଏଥିରେ ୧୪/୧୫ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ରହିଥିବା ବୋନସ, ଛୁଟି, ଏଲ୍‌ଟିସ, ମେଡିକାଲ ଆଲାୱନ୍ସ, ଓଟି, ଅବସରକାଳୀନ ବିଭିନ୍ନ ଆନୁଷଙ୍ଗିକ ପ୍ରାପ୍ୟକୁ ନେଇ କରାଯାଇଥିବା ଦାବି ଉପରେ ଆଲୋଚନା ହୋଇଥିଲା। କର୍ମଚାରୀମାନେ ପ୍ରାଥମିକ ସ୍ତରରେ ନିଜଦାବି ଉପସ୍ଥାନ କରିଥିବା ବେଳେ ଜିଲାପ୍ରଶାସନ ଓ ଟାଟା କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରିଥିଲେ। ଦାବିଗୁଡିକ ମଧ୍ୟରୁ ଅଧିକାଂଶ ଦାବି ଶ୍ରମିକମାନେ ପାଇବା ହକ ବୋଲି ପ୍ରଶାସନ ହୃଦ୍‌ବୋଧ କରିବା ପରେ ଏ ସମ୍ପର୍କରେ ଅଟୱାଲ କର୍ତ୍ତୃପକ୍ଷଙ୍କୁ ମତରଖିବାକୁ କହିଥିଲେ। ଏହାର ଉତ୍ତରରେ ଅଟ୍‌ଓ୍ବାଲ ସଂସ୍ଥା ଆଥିର୍କସ୍ଥିତି ଦେଇ ଗତି କରୁଥିବାବେଳେ ଟାଟା ନିକଟ ରହିଥିବା ବକେୟା ଅର୍ଥ ମିଳିଲେ କର୍ମଚାରୀଙ୍କ ଅର୍ଥ ପ୍ରଦାନ କରାଯିବ ବୋଲି ଜିଏମ୍‌ ମଳୟ ରଞ୍ଜନ ପଟ୍ଟନାୟକ କହିଥିଲେ। ଅପରପକ୍ଷେ ଅଟୱାଲ କର୍ତ୍ତୃପକ୍ଷ ଟାଟା କମ୍ପାନୀକୁ କୌଣସି ସୂଚନା ନ ଦେଇ କାର୍ଯ୍ୟବନ୍ଦ ନୋଟିସ କରିବା ନେଇ ବୈଠକରେ ଟାଟା ଖଣି ମୁଖ୍ୟ ରାଜେଶ ପଟେଲ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ କର୍ମଚାରୀଙ୍କ କିଛି ଦାବିକୁ ଅଟୱାଲ କର୍ତ୍ତୃପକ୍ଷ ମାନିନେଇଥିବା ଜଣାପଡିଛି। କର୍ମଚାରୀଙ୍କ ପକ୍ଷରୁ କରାଯାଇଥିବା ଅବଶିଷ୍ଟ ଦାବିଗୁଡିକୁ ଆଗାମୀ ଦିନରେ ୨ ଦିନ ଭିତରେ ଟାଟା କର୍ତ୍ତୃପକ୍ଷ, ଅଟ୍‌ୱାଲ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ପ୍ରତିନିଧି ମଧ୍ୟରେ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ଓ କଳିଙ୍ଗନଗର ଉପ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଉପସ୍ଥିତଥିବା ଟାଟା ଖଣି ମୁଖ୍ୟ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଜି.ଏସ୍‌.ଅଟୱାଲ କମ୍ପାନୀର ଏମଡି ଗୋବିନ୍ଦସିଂ, ଅଟୱାଲ ଆଇନ ପରାମର୍ଶଦାତା ଏସ୍‌.ଏନ୍‌.ପଟ୍ଟନାୟକ, କର୍ମଚାରୀ ପ୍ରତିନିଧି ସନ୍ତୋଷ କୁମାର ଧଳ, ମହେଶ୍ୱର ବାରିକ, ଅଜୟ ନାୟକ, ହଳଧର ସାମଲ, ରାଜେଶ୍ୱର କୁମାର ସିଂ, ବିଶ୍ୱନାଥ ମହାନ୍ତି, ପବିତ୍ର ମହାନ୍ତ, ଗୌରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି , ଟାଟା କମ୍ପାନୀ ପ୍ରଶାସନିକ ଅଧିକାରୀ ଗୌତମ ଚକ୍ରବର୍ତ୍ତୀ, କର୍ପୋରେଟ କମ୍ୟୁନିକେଶନ ମୁଖ୍ୟ ଗୋପାଳ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରକାଶ ଯେ, ଖଣିରେ ଶ୍ରମିକମାନେ ବିଭିନ୍ନ ଦାବିରେ ଗାନ୍ଧୀ ଜୟନ୍ତୀରୁ ଧାରଣା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri