କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ: କମିଲା ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ବହୁ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହାଯୋଗୁ ଗୋଟିଏ ସମୟରେ ବହୁ ୟୁଜର ଇଣ୍ଟରନେଟ୍‌ ପ୍ଲାଟର୍ଫମ ସହିତ ଜଡ଼ିତ ରହୁଛନ୍ତି। ତେଣୁ ଇଣ୍ଟରନେଟ୍‌ ସ୍ପିଡ୍‌ କମିବାରେ ଲାଗିଛି। ଘରେ ରହିକାମ କରୁଥିବା କର୍ମଚାରୀଙ୍କୁ ଲଗାତାର ଷ୍ଟ୍ରିମିଂ ଏବଂ ସର୍ଫିଙ୍ଗ୍‌ କରିବାକୁ ପଡୁଛି। ଏହାର ପ୍ରଭାବରେ ଇଣ୍ଟରନେଟ୍‌ ସ୍ପିଡ୍‌ କମୁଥିବାରୁ କାର୍ଯ୍ୟ ପ୍ରକ୍ରିୟା ଧୀମା ରହୁଥିବା କୁହାଯାଉଛି।

Share