କର୍ପୋରେଟ ଟିକସ ହ୍ରାସ ଘୋଷଣା;ବିତ୍ତୀୟ ନିଅଣ୍ଟ ଭରଣାର ବାଟ ବତାଇଲା ନୀତି ଆୟୋଗ

ମୁମ୍ବାଇ,୨୨-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର କର୍ପୋରେଟ ଟିକସ ହ୍ରାସ ଘୋଷଣା କରିଛନ୍ତି। ଏହାଦ୍ୱାରା ସରକାର ରାଜସ୍ବ ବାବଦରେ ୧.୪୫ ଲକ୍ଷ କୋଟି ଟଙ୍କା ହରାଇବେ ବୋଲି ଅନୁମାନ କରାଯାଉଛି। ଏହାର ଭରଣା କିପରି ହେବ, ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶନିବାର ଏ ସମ୍ପର୍କରେ ଉପାୟ କହିଛନ୍ତି।
ଏକ ଇଲେକ୍ଟ୍ରୋନିକ ମିଡିଆ ଇଭେଣ୍ଟରେ ଯୋଗ ଦେଇ କୁମାର କହିଛନ୍ତି ଯେ, କର୍ପୋରେଟ ଟିକସ ହ୍ରାସ ଦ୍ୱାରା ବିତ୍ତୀୟ ନିଅଣ୍ଟ ବହୁ ପରିମାଣରେ ବଢ଼ିଯିବ ସେ ସମ୍ଭାବନା ନାହିଁ। ତାଙ୍କ ମତରେ ସ୍ବଳ୍ପ ମାତ୍ରାରେ ନିଅଣ୍ଟ ପରିମାଣ ବଢ଼ିବ। ସେ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଲାଗି ବିତ୍ତୀୟ ନିଅଣ୍ଟ ପରିମାଣକୁ ୩.୩% ମଧ୍ୟରେ ରଖିବା ଲାଗି ସରକାର ବଜେଟରେ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ତେବେ ଏହା ୪.୧%କୁ ବୃଦ୍ଧି ପାଇବ ବୋଲି ବହୁ ଅର୍ଥନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। କାରଣ ସରକାର ଜିଡିପିର ୦.୭ ପ୍ରତିଶତ ପର୍ଯ୍ୟନ୍ତ କର୍ପୋରେଟ ଟିକସ ଛାଡ଼ ଘୋଷଣା କରିଛନ୍ତି। ତେବେ ବିତ୍ତୀୟ ନିଅଣ୍ଟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ ଶୁକ୍ରବାର ଖବରଦାତା ସମ୍ମିଳନୀରେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ। କୁମାର କହିଛନ୍ତି ଯେ, ସରକାର ଦୁଇ ପ୍ରକାର ସ୍ରୋତରୁ କ୍ଷତିକୁ ଭରଣା କରିପାରିବେ। ପ୍ରଥମତଃ କର୍ପୋରେଟ ଟିକସ ହ୍ରାସ ଦ୍ୱାରା କମ୍ପାନୀଙ୍କ କାରବାର ବଢ଼ିବା ସହିତ ସେମାନଙ୍କର ରାଜସ୍ବ ବଢ଼ିବ। ଫଳରେ ସରକାର ପରୋକ୍ଷରେ ଅଧିକ ଟିକସ ପାଇବେ। ସେହିପରି ଅଣ-ଟିକସ ରାଜସ୍ବ ବୃଦ୍ଧି କରିବା ସରକାରଙ୍କ ନିକଟରେ ଦ୍ୱିତୀୟ ବାଟ ରହିଛି। ସେ କହିଛନ୍ତି ଯେ,୨୪ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଠାରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏଥିପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିସାରିଛି। ପୁଞ୍ଜି ପ୍ରତ୍ୟାହାରରୁ ଚଳିତ ବର୍ଷ ୧.୦୫ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କ ଠାରୁ ଚଳିତବର୍ଷ ଅତିରିକ୍ତ ଲାଭାଂଶ ମିଳିଛି। ଏହାବ୍ୟତୀତ ପାଓ୍ବାର ଟ୍ରାନ୍ସମିଶନ ଲାଇନ, ଷ୍ଟାଡିୟମ,ରେଲଓ୍ବେ ଷ୍ଟାଡିୟମ, ରୋଡ୍‌ ଇନ୍‌ ଭଳି ସମ୍ପତ୍ତି ଲିଜ୍‌ ଅଥବା ଭଡ଼ା ସୂତ୍ରରେ ଦେଇ ସରକାର ନିଜର ଆୟ ବଢ଼ାଇବେ ବୋଲି କୁମାର କହିଛନ୍ତି। ନିବେଶକଙ୍କ ନକାରାମତ୍କ ମନୋଭାବ ବଦଳାଇବା ଲକ୍ଷ୍ୟରେ କର୍ପୋରେଟ ଟିକସକୁ କମାଯାଇଛି ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି। ସୂଚନାଥାଉ କି, ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ରହୁଛି। ସେହିପରି ପ୍ରତ୍ୟକ୍ଷ ଟିକସ ଆଦାୟ ପ୍ରଥମ ତ୍ରୈମାସରେ ମାତ୍ର ୪.୭% ବୃଦ୍ଧି ପାଇଛି। ଟିକସ ହ୍ରାସ ଘୋଷଣା ପରେ କାରବାର ବଢ଼ିଲେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଆଦାୟ ବଢ଼ିବ ବୋଲି ରାଜୀବ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri