Categories: ବାଣିଜ୍ୟ

କର୍ପୋରେଟ ଟିକସକୁ ଧୀରେ ଧୀରେ କମାଯିବ: ସୀତାରାମନ୍‌

ନୂଆଦିଲ୍ଲୀ,୨୦-୮: କର୍ପୋରେଟ ଟିକସକୁ ଧୀରେ ଧୀରେ ୨୫%କୁ ହ୍ରାସ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି। ଦେଶ ପାଇଁ ସମ୍ପତ୍ତି ସୃଷ୍ଟି କରୁଥିବା ଉଦ୍ୟୋଗ ଜଗତକୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ଏବଂ କର୍ପୋରେଟ ଟିକସକୁ ୩୦ରୁ ୨୫%କୁ କମାଯିବ। ବଜେଟ ଘୋଷଣା ଅନୁଯାୟୀ ୪୦୦ କୋଟି ଟଙ୍କାରୁ ଅଧିକ ବାର୍ଷିକ କାରବାର କରୁଥିବା କମ୍ପାନୀଙ୍କ ପାଇଁ କର୍ପୋରେଟ ଟିକସକୁ ଧୀରେ ଧୀରେ ୨୫%କୁ ହ୍ରାସ କରାଯିବ ବୋଲି ସେ କହିଛନ୍ତି। ଏଥିପୂର୍ବରୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି କାରବାର ସୀମାକୁ ୨୫୦କୋଟି ଟଙ୍କା ଧାର୍ଯ୍ୟ କରିଥିଲେ।

Share