Posted inଜାତୀୟ

କର୍ନାଟକ ଉପନିର୍ବାଚନ: ୬୭% ମତଦାନ

ବେଙ୍ଗାଲୁରୁ, ୬।୧୨(ଆଇଏଏନ୍‌ଏସ୍‌):କର୍ନାଟକର ୧୫ ବିଧାନସଭା ଆସନ ଲାଗି ଗୁରୁବାର କଡ଼ା ସୁରକ୍ଷା ମଧ୍ୟରେ ଭୋଟଗ୍ରହଣ କରାଯାଇଥିବାବେଳେ ମତଦାନ ହାର ୬୭ ପ୍ରତିଶତ ହୋଇଥିବା ଜଣାପଡ଼ିଛି। ସବୁଠାରୁ ଅଧିକ ମତଦାନ ଚିକ୍କାବାଲାପୁରାରେ(୭୯.୮%) ହୋଇଛି। ସବୁଠାରୁ କମ୍‌ ଭୋଟ(୩୭.୫%) ବେଙ୍ଗାଲୁରୁର କେ.ଆର୍‌. ପୁରମ୍‌ରେ ପଡ଼ିଛି। ମହାଲକ୍ଷ୍ମୀରେ ୪୦.୪୭% ଓ ଶିବାଜୀନଗରରେ ୪୧.୧୩% ମତଦାନ କରାଯାଇଛି। ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ୧୨୬ ସ୍ବାଧୀନ, ୯ ମହିଳା ପ୍ରାର୍ଥୀଙ୍କୁ ମିଶାଇ ମଇଦାନରେ ଥିବା ମୋଟ ୧୬୫ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ରହିଛି। ଭାଜପା ଓ କଂଗ୍ରେସ ପକ୍ଷରୁ ସମସ୍ତ ୧୫ଟି ଆସନ ଲାଗି ପ୍ରାର୍ଥୀ ଦିଆଯାଇଥିବାବେଳେ ଜେଡିଏସ୍‌ ୧୨ ଆସନରେ ଲଢ଼ୁଛି।
ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ଅଠାଣିରେ ୭୦.୭୩%, କାଗ୍‌ଓ୍ବାଡ୍‌ରେ ୬୯.୭୬%, ଗୋକାକ୍‌ରେ ୬୬.୬୪%, ୟେଲାପୁରମ୍‌ରେ ୭୨.୨୩%, ହିରେକେରୁର୍‌ରେ ୭୨.୪୨%, ରାନେବେନୁର୍‌ରେ ୬୭.୯୨%, ବିଜୟନଗରରେ ୫୮.୯୩%, ୟେଶଓ୍ବନ୍ତପୁରରେ୪୮.୩୪%, ହୋସ୍‌କୋଟେରେ ୭୬.୧୯%, କେ.ଆର୍‌. ପେଟେରେ ୭୫.୮୭%, ହୁନ୍‌ସୁର୍‌ରେ ୭୪.୪୭% ମତଦାନ କରାଯାଇଥିବା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। କଂଗ୍ରେସ ଓ ଜେଡିଏସ୍‌ର ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଏହିସବୁ ଆସନଗୁଡ଼ିକ ଖାଲି ପଡ଼ିଥିଲା। ଏଥିସହ ଏଚ୍‌.ଡି. କୁମାରସ୍ବାମୀ ସରକାରର ପତନ ହୋଇଥିଲା। ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୩ ଏବେ ଭାଜପା ପ୍ରାର୍ଥୀ ହୋଇଥିବାବେଳେ ନିର୍ବାଚନ ଫଳାଫଳ ସରକାରଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଶାସକ ଭାଜପା ୧୦୫ ଆସନ ହାତେଇ ଥିବାବେଳେ ଆଉ ୭ ଆସନ ଆବଶ୍ୟକ କରୁଛି। ୨୨୩ ଆସନବିଶିଷ୍ଟ ରାଜ୍ୟ ବିଧାନସଭାରେ ମ୍ୟାଜିକ୍‌ ନମ୍ବର (୧୧୨) ଛୁଇଁବା ଲାଗି ଉପନିର୍ବାଚନରେ ଭାଜପାକୁ ୭ଟି ଆସନ ହାତେଇବାକୁ ପଡ଼ିବ। ନଚେତ୍‌ ସରକାର ଭାଙ୍ଗିଯିବାର ଆଶଙ୍କା ରହିଛି। ଏଥିଲାଗି ଉପନିର୍ବାଚନରେ ବିରୋଧୀ ନେତାମାନେ ଜୋର୍‌ଦାର ପ୍ରଚାର କରିଥିଲେ। ଭୋଟ ଗଣତି ୯ରେ ହେବାକୁ ଥିବାବେଳେ ଫଳାଫଳ କ’ଣ ହେବ ତାହା ସମୟ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri