Categories: ଜାତୀୟ

କର୍ନାଟକ ଉପନିର୍ବାଚନ ପାଇଁ ୧୩ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ କଲା ଭାଜପା

ବେଙ୍ଗାଲୁରୁ,୧୪।୧୧: କର୍ନାଟକ କଂଗ୍ରେସ ଓ ଜେଡି(ଏସ୍‌)ର ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୫ ଜଣ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିଲେ। ଏହାପରେ ଆଗକୁଥିବା କର୍ନାଟକ ଉପ ନିର୍ବାଚନ ପାଇଁ ଭାଜପା ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ସାମିଲ ହୋଇଥିବା ବେଳେ ପରେ ଅନ୍ୟମାନଙ୍କୁ ସାମିଲ କରାଯାଇ ପାରେ ବୋଲି ଅନୁମାନ କରାଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି କେସି ନାରାୟଣଗୌଡ, ଏଚ୍‌. ବିଶ୍ୱନାଥ, ଏମ୍‌.ଟି.ବି. ନାଗରାଜ, କେ. ସୁଧାକର, ଆନନ୍ଦ ସିଂ ଆଦି। ସୂଚନାଯୋଗ୍ୟ, ଡିସେମ୍ବରରେ ଅନୁଷ୍ଠିତ ଉପ ନିର୍ବାଚନରେ ଏମାନେ ଲଢି ପାରିବେ ବୋଲି ସୁପିମକୋର୍ଟ ବୁଧବାର ରାୟ ଦେବା ପରେ ଏମାନେ ଗୁରୁବାର ଭାଜପାରେ ସାମିଲ ହୋଇଥିଲେ।

Share