କର୍କଟ ରୋଗ୍‌ରେ ପୀଡିତ ରୂପ: ଉଷୋକଷା ଲାଗି ପରହର ଖୁରିଗିନା ମାଜୁଛନ୍‌

ଜାମଟିକ୍ରା, ୨୨।୮ (ଡି.ଏନ.ଏ):  ବରଗଡ଼ ଜିଲା ଅତାବିରା ଏନ୍‌ଏସି ଓ୍ବାର୍ଡ ନମ୍ବର ୧ର ବାସିନ୍‌ଦା ରୂପ ବଗର୍ତ୍ତି(୬୪)। ବଛ୍‌ରେ ଉପରେ ହେଲା ସେ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ସେ ବୁର୍ଲାରେ ଚିକିଛା କରେଇ ଉଷୋକଷା ଖାଉଥିଲେ। ହେଲେ ଏହେଦେ ଟଁକା ପଏସା ଅଭାବୁ ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ ଅତାବିରା ଏନ୍‌ଏସି ଓ୍ବାର୍ଡ ନମ୍ବର ୧ର ରୂପ ବଗର୍ତ୍ତିକଁର ପରିବାର କହେଲେ ଝି’ ଉର୍ମିଲା ଆର ପୁଓ ଜୟକୃଷ୍ଣକୁଁ ନେଇ ତାକର ସଁସାର। ଆପ୍‌ନେ ପରମେ ବଗର୍ତ୍ତି କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ହେଇ ଚିକିଛା ଅଭାବୁ ଆଏଜ୍‌କେ ୭ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି ବଲି କିଛି ନାଇଁ। ଜାଗାବାଡ଼ି ଅଭାବୁ ପରିବାରଟା ପରହର ଘରେ ଆଶ୍‌ରେ ନେଇଛନ୍‌। ଝି’ ଉର୍ମିଲା ପରହର ଘରେ ବାସନକୁସନ ମାଜୁଥିଲାବେଲେ ଭାଇ ଜୟକୃଷ୍ଣ କୁଲି ମଜୁରି କରି ପରିବାର ଚଲଉଛନ୍‌। ଏନ୍‌ତାଥି ଫେବୃୟାରୀ ୨୦୧୮ରେ ରୂପର ଦିହିପା ଖରାପ ହେଇଥିଲା। ପରିବାର ଲୋକ୍‌ ତାହାକୁ ବୁର୍ଲା ବଡ଼ ଡାକ୍‌ତରଖାନାରେ ନେଇ ଦେଖେଇଥିଲେ। ସେଠାନେ ପରୀକ୍ଷା ନିରୀକ୍ଷା ଉତାରୁ ଜନାପଡ଼ଲା ଯେ, ରୂପ ତଁଟିରେ କର୍କଟ ରୋଗ୍‌ ହେଇଛେ। ଝି’ପୁଓ ପେଟ୍‌ କାଟି ରଖିଥିବାର ଟଁକା ଖରଚ୍‌ କରି ମା’ର ଚିକିଛା, ଉଷୋକଷା କରି ନିରାଶ ହେଲେ। ଏହେଦେ ସେମାନେ ବି ଉପେ ଶୂଇନ୍‌। ଟଁକା ପଏସା ଅଭାବୁ ମା’ର ଉଚ୍‌ ଚିକିଛା କରବାକେ ସେମାନେ ଅକ୍ଷମ। ଇଆଡ଼େ ତଁଟିରେ କ୍ୟାନସର ହେଇଥିବାର ଲାଗି ରୂପ ଠିକ୍‌ରେ ଖାଇପିଇ ନାଇଁ ପାରବାର। ଚିକିଛା, ଉଷୋକଷା ଅଭାବୁ ଦିନୁଦିନ୍‌କେ ରୂପର ଦିହିପା ବିଗିଡ଼ବାରେ ଲାଗିଛେ। ଉଷୋକଷାର ପଏସା ବାହାର କରବାର ଲାଗି ରୂପ ପରହର ଖୁରିଗିନା ମାଜୁଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ରାଶନ କାର୍ଡରେ ପରିବାରକେ ମିଲୁଥିବାର ମାସିକ ୧୫ କେ.ଜି. ଚାଉଲ ଆର ରୂପ ପାଉଥିବାର ୫ଶହ ଟଁକା ବିଧବା ଭତା। ନିଜର ଜାଗାବାଡ଼ି ନାଇଁଥିବାର ଲାଗି ପରିବାରଟା ନିହାତି ଗରିବ୍‌ ହେଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇଆଡ଼େ ଝି’ପୁଓ ଟଁକା ପଏସା ଅଭାବୁ ମା’ର ଚିକିଛା କରେଇ ନାଇଁପାରି ଭଗବାନ ଭରସାରେ ରହିଛନ୍‌। ଏନ୍‌ତାଥି ଝି’ ଉର୍ମିଲା ଉପେ ଶୂଇନ୍‌ ହେଇ ଗଣମାଧ୍ୟମ ଜରିଆରେ ଜିଲା ଆର ଥାନୀୟ ପରଶାସନକେ ମା’ର ଚିକିଛା ସାହାଯ୍‌ ଲାଗି ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri