କରୋନ ସଙ୍କଟରେ ଆତଙ୍କବାଦୀଙ୍କ ପ୍ରତି ଇମ୍ରାନ୍‌ଙ୍କ କରୁଣା: ଓ୍ବାଚ୍‌ଲିଷ୍ଟ୍‌ରୁ ହଟିଲେ ୧୮,୦୦ ଜଣ

ଇସଲାମାବାଦ୍‌,୨୧।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ସାରା ପୃଥିବୀରେ ଲଢ଼େଇ ଜାରି ରହିଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଆତଙ୍କବାଦୀଙ୍କ ପ୍ରତି କରୁଣା ଦେଖାଇଛନ୍ତି। ପାକିସ୍ତାନର ଓ୍ବାଚ୍‌ଲିଷ୍ଟ୍‌ରୁ ୧୮,୦୦ ଆତଙ୍କବାଦୀଙ୍କୁ ହଟାଯାଇଛି। କରୋନା ଲଢ଼େଇରେ ପୃଥିବୀ ବ୍ୟସ୍ତ ଥିବାବେଳେ ପାକିସ୍ତାନ ସରକାର ଚୁପ୍‌ଚାପ୍‌ ଜାଣିଶୁଣି ଏଭଳି କରିଥିବା କୁହାଯାଉଛି। ଓ୍ବାଚ୍‌ଲିଷ୍ଟ୍‌ରେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ଲଶ୍କର-ଇ-ତୋଏବା ଅପରେଶନ୍‌ କମାଣ୍ଡର ଜାକି-ଉର୍‌-ରହେମାନଙ୍କ ନାମ ମଧ୍ୟ ସାମିଲ୍‌ ହୋଇଥିଲା। ୨୦୧୮ରେ ପ୍ରସ୍ତୁତ ହୋଇଥିବା ଏହି ଓ୍ବାଚ୍‌ଲିଷ୍ଟ୍‌ରେ ୭,୬୦୦ଜଣଙ୍କ ନାମ ରହିଥିଲା। ଗତ ୧୮ ମାସ ମଧ୍ୟରେ ବହୁ ନାମକୁ ହଟାଯାଇ ଏହା ୩,୮୦୦ ଥିଲା। ମାର୍ଚ୍ଚ ମାସ ଆରମ୍ଭରେ ଓ୍ବାଚ୍‌ଲିଷ୍ଟ୍‌ରୁ ୧୮,୦୦ ନାମକୁ ହଟାଯାଇଥିବା କୁହାଯାଉଛି।

Share