କରୋନା ସଂକ୍ରମିତଙ୍କୁ ଭିଟାମିନ୍‌-ସି: ଚାଇନା-ଆମେରିକାରେ ମିଳିଲା ସଫଳତା !

ବେଜିଂ,ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କେଉଁ ଔଷଧ ସଫଳ ହେଉ ନ ଥିବାବେଳେ ଏବେ ଭିଟାମିନ୍‌-ସିର ଉପଯୋଗ ବେଶ୍‌ ସଫଳ ରହିଛି। ଚାଇନା ଏବଂ ଆମେରିକାର ଗବେଷକ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଉହାନ୍‌ରେ କରୋନା ସଂକ୍ରମିତଙ୍କୁ ଭିଟାମିନ୍‌-ସି ଦିଆଯାଇ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଯାଇଥିଲା। ଗୁରୁତର କରୋନା ସଂକ୍ରମିତଙ୍କ ଚିକିତ୍ସା ଆରମ୍ଭ ସମୟରେ ୧୫୦୦ମିଲିଗ୍ରାମ୍‌ ଭିଟାମିନ୍‌-ସି ଦିଆଗଲେ ବେଶ୍‌ ସୁଫଳ ମିଳିଥାଏ। ଏହାପରେ ସେମାନଙ୍କୁ ଦିନରେ ୩ରୁ ୪ଥର ଭିଟାମିନ୍‌-ସି ଦିଆଯିବା ଦ୍ୱାରା ସ୍ଥିତିରେ ବିକାଶ ଦେଖାଦେଇଥିବା ନ୍ୟୁୟର୍କର ନର୍ଥଓ୍ବେଲ ହସ୍ପିଟାଲର ଡାକ୍ତର ଏଣ୍ଡ୍ର୍ୟୁ ଓ୍ବେବର ସୂଚନା ଦେଇଛନ୍ତି। ଏହାର ପ୍ରୟୋଗ ପ୍ରଥମେ ଉହାନ୍‌ର ଝୋଙ୍ଗନନ୍‌ ହସ୍ପିଟାଲର ଡାକ୍ତରମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। କିଛି ସଂକ୍ରମିତଙ୍କଠାରେ ଏହାଦ୍ୱାରା ସୁଫଳ ମିଳିବାରୁ ଏହାକୁ ଅନ୍ୟ ରୋଗୀଙ୍କୁ ମଧ୍ୟ ଦିଆଯାଇଥିଲା। ସାଧାରଣତଃ ଦିନ ପିଛା ଜଣେ ସୁସ୍ଥ ପୁରୁଷଙ୍କୁ ୯୦ ମିଲିଗ୍ରାମ୍‌ ଏବଂ ମହିଳାଙ୍କୁ ୭୫ ମିଲିଗ୍ରାମ୍‌ ର ଭିଟାମିନ୍‌-ସି ଦିଆଯାଇଥାଏ। ତେବେ ଏହାର ୧୬ଗୁଣା ଭିଟାମିନ୍‌-ସି ଦିଆଗଲେ ଏହା କରୋନାଠାରୁ ଦୂରେଇ ରଖିବାକୁ ସକ୍ଷମ ହୋଇଥାଏ। ସେହିପରି କମଳା ରସ ମଧ୍ୟ ସଂକ୍ରମିତଙ୍କୁ ଦିଆଗଲେ ସୁଫଳ ମିଳିଥାଏ। ଭିଟାମିନ୍‌-ସି ସହିତ କରୋନା ସଂକ୍ରମିତଙ୍କୁ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍‌ ଏବଂ ଆଜିଥ୍ରୋମାଇସିନ୍‌ ଆଣ୍ଟିବାୟୋଟିକ୍ସ୍‌ ଦିଆଗଲେ ସୁଫଳ ମିଳୁଛି ବୋଲି ଓ୍ବେବର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri