କରୋନା ସଂକ୍ରମଣ: ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୨।୬: ଭାରତ ବିଶ୍ୱର ସର୍ବାଧିକ କରୋନା ରୋଗୀଥିବା ଦେଶ ତାଲିକାର ସପ୍ତମ ସ୍ଥାନରେ ପହଞ୍ଚିଛି। ଫ୍ରାନ୍ସ, ଜର୍ମାନୀ ଭଳି ଦେଶକୁ ପଛକୁ ଠେଲି ଭାରତ ଉପରକୁ ଉଠିଛି। ଏବେ ଭାରତରେ ୧ ଲକ୍ଷ ୯୩ ହଜାର ୪୭୩ ସଂକ୍ରମିତ ବ୍ୟକ୍ତି ଥିବାବେଳେ ୫,୪୩୭ ଲୋକଙ୍କ ଜୀବନ ଗଲାଣି। ପରିସ୍ଥିତି ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ପ୍ରବାସୀଙ୍କ ଆଗମନ ପରିସ୍ଥିତିକୁ ବିଗାଡ଼ିଦେଇଛି। ତାଲିକାର ବହୁ ପଛରେ ଥିବା ଭାରତ ଗୋଟିଏ ପରେ ଗୋଟିଏ ଦେଶକୁ ପଛକୁ ଠେଲି ଅଗ୍ରସର ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨,୮୨୫ ନୂଆ ମାମଲା ସାମ୍ନକୁ ଆସିଥିବା ବେଳେ ୩୦ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ଆମେରିକା, ବ୍ରାଜିଲ, ରୁଷିଆ, ସ୍ପେନ୍‌, ବ୍ରିଟେନ, ଇଟାଲୀ ପଛକୁ ଏବେ ଭାରତ ରହିଛି। ଏଭଳି ସଂକ୍ରମଣ ଲାଗିରହିଲେ କିଛିଦିନ ମଧ୍ୟରେ ଭାରତ ସଂକ୍ରମଣ ତାଲିକାର ଶୀର୍ଷରେ ପହଞ୍ଚିବା କିଛି ଅସମ୍ଭବ ନୁହେଁ।
ମହାରାଷ୍ଟ୍ରରେ ଉଗ୍ର ସଂକ୍ରମଣ ଦେଖିବାକୁ ମିଳିଥିବା ବେଳେ ଏବେ ଏଠାରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୬୭, ୬୫୫ରେ ପହଞ୍ଚିଛି। ତାମିଲନାଡ଼ୁରେ ସଂକ୍ରମିତଙ୍କ ସଂଖ୍ୟା ୨୪,୫୦୦ରେ ପହଞ୍ଚିଛି। ଏହି ଦୁଇ ରାଜ୍ୟରେ ଯଥାକ୍ରମେ ୨,୨୮୬ ଓ ୧୮୭ ଲୋକଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଲୀ ଓ ଗୁଜରାଟରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଦିଲ୍ଲୀରେ ପ୍ରାୟ ୨୦ ହଜାର ସଂକ୍ରମିତ ହୋଇଥିବା ବେଳେ ଗୁଜରାଟରେ ଏହି ସଂଖ୍ୟା ବଢ଼ି ୧୬,୭୯୪ରେ ପହଞ୍ଚିଛି। ଦିଲ୍ଲୀରେ ୪୭୩ ଓ ଗୁଜରାଟରେ ୧,୦୩୮ ଜଣ ପ୍ରାଣ ହରାଇଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ମଧ୍ୟ ସ୍ଥିତି ସଙ୍କଟାପନ୍ନ ରହିଛି। ଏହି ରାଜ୍ୟଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୮,୯୮୦; ୮,୦୮୯; ୮,୦୭୫; ୫,୭୭୨କୁ ବୃଦ୍ଧିପାଇଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଜସ୍ଥାନରେ ୧୯୮, ମଧ୍ୟପ୍ରଦେଶରେ ୩୫୦, ଉତ୍ତରପ୍ରଦେଶରେ ୨୧୭, ପଶ୍ଚିମବଙ୍ଗରେ ୩୨୫, ତେଲଙ୍ଗାନାରେ ୮୨, ପଞ୍ଜାବରେ ୪୫, ଆନ୍ଧ୍ରପ୍ରଦେଶରେ ୬୪, କର୍ନାଟକରେ ୫୨, ଜମ୍ମୁ-କଶ୍ମୀରରେ ୩୧ ବ୍ୟକ୍ତି ଅଛନ୍ତି।
ବର୍ତ୍ତମାନ ସୁଦ୍ଧା ଯଦିଓ ଭାରତରେ ୯୩ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ସୁସ୍ଥହୋଇ ଘରକୁ ଫେରିଛନ୍ତି, ତଥାପି ସଂକ୍ରମଣର କ୍ରମବର୍ଦ୍ଧିଷ୍ଣୁ ସ୍ଥିତି ସମସ୍ତଙ୍କୁ ଆତଙ୍କିତ କରିପକାଇଛି। ଏବେ ବି ଭାରତରେ ୯୪ ହଜାରରୁ ଊର୍ଦ୍ଧ୍ୱ ଆକ୍ଟିଭ୍‌ ମାମଲା ରହିଛି। ପ୍ରତିଦିନ ସହସ୍ରାଧିକ ନୂଆ ମାମଲା ଦେଖାଦେବା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନା ରୋଗର ସଫଳ ଚିକିତ୍ସା ଲାଗି କୌଣସି ଔଷଧ ବାହାରି ନ ଥିବାବେଳେ ରୋଗୀସଂଖ୍ୟା ବଢ଼ି ବଢ଼ି ଚାଲିଛି। ପ୍ରକାଶଥାଉକି, ବିଶ୍ୱର ସର୍ବାଧିକ କରୋନା ରୋଗୀ ଏବେ ଆମେରିକାରେ ରହିଥିବା ବେଳେ ଏଠାରେ ମୃତ୍ୟୁସଂଖ୍ୟା ୧.୦୬ ଲକ୍ଷରୁ ଅଧିକ ରହିଛି। ମୋଟ ୧୮.୩୯ ଲକ୍ଷରୁ ଅଧିକ ରୋଗୀ ଏଠାରେ ଅଛନ୍ତି। ଏହା ପଛକୁ ବ୍ରାଜିଲରେ ୫୧.୪ ଲକ୍ଷ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୨୯,୩୪୧କୁ ବୃଦ୍ଧିପାଇଛି। ରୁଷିଆରେ ମୃତ୍ୟୁସଂଖ୍ୟା ୪,୮୫୫ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଛି। ସ୍ପେନ୍‌, ବ୍ରିଟେନ ଓ ଇଟାଲୀରେ ଯଥାକ୍ରମେ ୨.୮୬ ଲକ୍ଷ, ୨.୭୪ ଲକ୍ଷ ଓ ୨.୩୨ ଲକ୍ଷରୁ ଅଧିକ ଥିବାବେଳେ ମୃତ୍ୟୁସଂଖ୍ୟା ୨୭,୧୨୭; ୩୮,୪୮୯ ଓ ୩୩,୪୧୫କୁ ବୃଦ୍ଧିପାଇଛି। ଏହି ଦେଶଗୁଡ଼ିକ ପଛକୁ ଭାରତ ସର୍ବାଧିକ କରୋନା ଆକ୍ରାନ୍ତ ତାଲିକାର ସପ୍ତମ ଦେଶ ଭାବେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri